ETV Bharat / state

ଫାଇଲେରିଆ ନିରାକରଣ ପାଇଁ ଆୟୋଜିତ ହେବ ସାମୂହିକ ଔଷଧ ସେବନ - Mass Drug Administration

Mass Drug Administration: ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରାଜ୍ୟର ୭ଟି ଫାଇଲେରିଆ ପ୍ରବଣ ଜିଲ୍ଲା ଯଥା ବଲାଙ୍ଗୀର, କଳାହାଣ୍ଡି, ରାୟଗଡା, କଟକ, କନ୍ଧମାଳ, ଖୋର୍ଦ୍ଧା ଓ ନୟାଗଡରେ ଫାଇଲେରିଆ ନିରାକରଣ ଲାଗି ୨୦୨୪ ଫେବୃଆରୀ ୧୦ରୁ ଫେବୃଆରୀ ୧୯ ପର୍ଯ୍ୟନ୍ତ ସାମୂହିକ ଔଷଧ ସେବନ (ଏମଡିଏ) ଆୟୋଜନ କରିବାକୁ ଯାଉଛନ୍ତି। ଅଧିକ ପଢନ୍ତୁ

ଫାଇଲେରିଆ ନିରାକରଣ ପାଇଁ  ଆୟୋଜିତ ହେବ ସାମୂହିକ ଔଷଧ ସେବନ

author img

By ETV Bharat Odisha Team

Published : Feb 6, 2024, 10:34 PM IST

ଫାଇଲେରିଆ ନିରାକରଣ ପାଇଁ ଆୟୋଜିତ ହେବ ସାମୂହିକ ଔଷଧ ସେବନ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରାଜ୍ୟର ୭ଟି ଫାଇଲେରିଆ ପ୍ରବଣ ଜିଲ୍ଲା ଯଥା ବଲାଙ୍ଗୀର, କଳାହାଣ୍ଡି, ରାୟଗଡା, କଟକ, କନ୍ଧମାଳ, ଖୋର୍ଦ୍ଧା ଓ ନୟାଗଡରେ ଫାଇଲେରିଆ ନିରାକରଣ ଲାଗି ୨୦୨୪ ଫେବୃଆରୀ ୧୦ ରୁ ଫେବୃଆରୀ ୧୯ ପର୍ଯ୍ୟନ୍ତ ସାମୂହିକ ଔଷଧ ସେବନ (ଏମଡିଏ) ଆୟୋଜନ କରିବାକୁ ଯାଉଛନ୍ତି। ଫାଇଲେରିଆରୁ ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ କରିବା ସକାଶେ ପ୍ରତିଷେଧମୂଳକ ଫାଇଲେରିଆ ନିରୋଧୀ ଔଷଧ ସେବନ ନିମନ୍ତେ ସେମାନଙ୍କ ମଧ୍ୟରେ ସମୂହ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ରହିଛି। ଏନେଇ ସ୍ବାସ୍ଥ୍ୟ ବିଭାଗର ଏକ ବୈଠକ ଅନୁଷ୍ଠିତ ହୋଇଛି।

ଅଧିକ ପଢନ୍ତୁ- ଫାଇଲେରିଆ ନିରାକରଣ ଅଭିଯାନ: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଔଷଧ ଖାଇବେ ଲୋକେ

ଏହି ଅବସରରେ ସିନିୟର ରିଜିଓନାଲ ଡାଇରେକ୍ଟର, ଏନସିଭିବିଡିସିପିର ସୁଚିତ୍ରା ସାମଲ କହିଛନ୍ତି ଯେ, “ଏମଡିଏ ପର୍ଯ୍ୟାୟରେ ଏହି ୭ ଟି ଜିଲ୍ଲାରେ ଯୋଗ୍ୟ ହିତାଧିକାରୀ ଯେଭଳି ସ୍ବାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ନିଶ୍ଚିତ ଭାବେ ଫାଇଲେରିଆ ନିରୋଧୀ ଔଷଧ ସେବନ କରିବେ ତାହା ସୁନିଶ୍ଚିତ କରାଯିବ। କେବଳ ୨ ବର୍ଷରୁ କମ ବୟସର ଶିଶୁ, ଗର୍ଭବତୀ ମହିଳା ଓ ଗୁରୁତ୍ବର ଅସୁସ୍ଥ ଲୋକଙ୍କ ବ୍ୟତୀତ ପ୍ରତ୍ୟେକ ନାଗରିକ ଏହି ପର୍ଯ୍ୟାୟରେ ତାଲିମପ୍ରାପ୍ତ ସ୍ବାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଧାର୍ଯ୍ୟ ମାତ୍ରାର ଔଷଧ ସେବନ କରିବାକୁ ହେବ। ଏହି କାର୍ଯ୍ୟକ୍ରମ ଅଧୀନରେ ଜନସାଧାରଣଙ୍କ ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏବଂ ଫାଇଲେରିଆ ଓ ତାହାର ପ୍ରତିଷେଧମୂଳକ ବ୍ୟବସ୍ଥାକୁ ନେଇ ଜନସଚେତନତା ସୃଷ୍ଟି କରିବାରେ ଗଣମାଧ୍ୟମ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ଜନସାଧାରଣ ଓ ଗଣମାଧ୍ୟମର ସମର୍ଥନରେ ଆମେ ଫାଇଲେରିଆକୁ ସମ୍ପୂର୍ଣ୍ଣ ଭାବରେ ନିରାକରଣ କରିବାରେ ସମର୍ଥ ହେବା। ବହୁ ସଂଖ୍ୟାରେ ହିତାଧିକାରୀ ଫାଇଲେରିଆ ନିରୋଧୀ ଔଷଧ ସେବନ କଲେ ଏହା ଏହି ରୋଗ ବ୍ୟାପିବା ଶୃଙ୍ଖଳାକୁ ଛିନ୍ନ କରିବ।

ଅନ୍ୟପେଟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି ଯେ , “ଫାଇଲେରିଆ ଏକ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟା ଯାହା ମଶା କାମୁଡା ଦ୍ବାରା ବ୍ୟାପିଥାଏ। ଫାଇଲେରିଆ ବିଶ୍ବବ୍ୟାପୀ ଦୀର୍ଘକାଳୀନ ଅକ୍ଷମତାର ଏକ ପ୍ରମୁଖ କାରଣ ପାଲଟିଛି । ବାଲ୍ୟାବସ୍ଥାରେ ସୃଷ୍ଟି ହେଉଥିବା ଏବଂ ବୟସ୍କ ଅବସ୍ଥାରେ ଗୁରୁତର ରୂପ ନେଉଥିବା ଏହି ସଂକ୍ରମଣ ଶରୀରର ଲସିକା ବ୍ୟବସ୍ଥାକୁ ନଷ୍ଟ କରିଦିଏ ଏବଂ ତାହାର ଚିକିତ୍ସା କରାନଗଲେ ଉକ୍ତ ରୋଗ ଶରୀରର ବିଭିନ୍ନ ଅଂଶରେ ଅସ୍ବାଭାବିକ ଫୁଲା ସୃଷ୍ଟି କରିଥାଏ, ଯାହା ଆଉ ପୂର୍ବ ଅବସ୍ଥାକୁ ଫେରାଇ ଅଣାଯାଇପାରିବ ନାହିଁ । ଫାଇଲେରିଆରେ ଆକ୍ରାନ୍ତ ଲୋକେ ଅନେକ ସମୟରେ ହାଇଡ୍ରୋସିଲ, ଲିମ୍ଫୋଡେମିଆ ଏବଂ ଚାଇଲୁରିଆ ଆଦି ପରିସ୍ଥିତିର ଶିକାର ହୋଇଥାନ୍ତି । ଏହି ପରିସ୍ଥିତି ଫାଇଲେରିଆରେ ଆକ୍ରାନ୍ତ ଲୋକଙ୍କ ଜୀବିକା ଉପାର୍ଜନ, ସୁଯୋଗର ଉପଯୋଗ ଏବଂ କାର୍ଯ୍ୟ କରିବାର ସାମର୍ଥ୍ୟକୁ ପ୍ରଭାବିତ କରିଥାଏ ଏବଂ ଅନେକ ସମୟରେ ସେମାନେ ସାମାଜିକ ଲାଞ୍ଛନାର ସମ୍ମୁଖୀନ ହୋଇଥାନ୍ତି । ସାମୂହିକ ଔଷଧ ସେବନ (ଏମଡିଏ) ଏହି ଅକ୍ଷମତା ସୃଷ୍ଟିକାରୀ ରୋଗର ନିରାକରଣ ଦିଗରେ ଏକ ମୁଖ୍ୟ ଉପାଦାନ ହୋଇଛି, ଯେଉଁଥିରେ ତାଲିମପ୍ରାପ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଦ୍ବାରା ଯୋଗ୍ୟ ଲୋକମାନଙ୍କୁ ଫାଇଲେରିଆ ନିରୋଧୀ ଔଷଧ (ଡିଇସି ଓ ଆଲବଣ୍ଡାଜୋଲ) ସେବନ କରାଯାଉଛି। ଏହି ଏମଡିଏ କାର୍ଯ୍ୟକ୍ରମରେ ଘରକୁ ଘର ଯାଇ ପ୍ରାୟ ୪୬ ଲକ୍ଷ ଲୋକଙ୍କ ନିକଟରେ ତାଲିମପ୍ରାପ୍ତ ସ୍ବାସ୍ଥ୍ୟକର୍ମୀ ପହଞ୍ଚିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.