ETV Bharat / state

ଭଣ୍ଡୁର ହେଲା ନକ୍ସଲଙ୍କ ପ୍ଲାନ, କମ୍ବିଂ ଅପରେସନରେ 3ଟି ଆଇଇଡି ଜବତ - ଆଇଇଡି ଜବତ

IED seized In Jharkhand: ଭଣ୍ଡୁର ହେଲା ମାଓବାଦୀଙ୍କ ପ୍ଲାନିଂ । କମ୍ବିଂ ଅପରେସନରେ ତିନିଟି ଆଇଇଡି ସହ ସ୍ମାଇକ ହୋଲରେ ବିଷାକ୍ତ ତୀର ଜବତ । ଅଧିକ ପଢ଼ନ୍ତୁ

କୁମ୍ବିଂ ଅପରେସନରେ 3 ଟି ଆଇଇଡି ଜବତ
କୁମ୍ବିଂ ଅପରେସନରେ 3 ଟି ଆଇଇଡି ଜବତ
author img

By ETV Bharat Odisha Team

Published : Jan 27, 2024, 7:52 AM IST

ରାଉରକେଲା: ଓଡ଼ିଶା ସୀମାବର୍ତ୍ତୀ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ପୁଣି ବଢ଼ିବାରେ ଲାଗିଛି ନକ୍ସଲ କାର୍ଯ୍ୟକଳାପ । ଗତକାଲି(ଶୁକ୍ରବାର) କମ୍ବିଂ ଅପରେସନ୍‌ ବେଳେ ନକ୍ସଲମାନେ ଖଞ୍ଜିଥିବା ୩ଟି ଆଇଇଡିକୁ ଉଦ୍ଧାର କରାଯାଇଛି । ଏହାସହ ନକ୍ସଲଙ୍କୁ ଦମନ କରିବା ପାଇଁ CRPF ଦ୍ୱାରା କମ୍ବିଂ ଅପରେସନକୁ ପୁଣି ଜୋରଦାର କରାଯାଇଛି ।

ତେବେ ଗତକାଲି ସମ୍ପୂର୍ଣ୍ଣ ଦେଶରେ ଗଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି CRPF ଯବାନମାନେ ଓଡ଼ିଶା- ଝାଡ଼ଖଣ୍ଡ ସୀମାନ୍ତରେ ଥିବା ଜଙ୍ଗଲରେ କମ୍ବିଂ ଅପରେସନ ଚଳାଇଥିଲେ । ଏହି କୁମ୍ବିଂ ଅପରେସନରେ ବେଳେ ଉଦ୍ଧାର ହୋଇଛି ଅଫୁଟା ଆଇଇଡି । ଯବାନଙ୍କୁ ଟାଗେର୍ଟ କରି ନକ୍ସଲମାନେ ଜଙ୍ଗଲ ରାସ୍ତାରେ ଆଇଇଡି ଖଞ୍ଜିଥିଲେ । ଏହାସହ ନକ୍ସଲମାନେ ଯବାନମାନଙ୍କୁ ଟାର୍ଗେଟ କରି ସ୍କାଇକ୍ ହୋଲମାନ ମଧ୍ୟ କରିଥିଲେ । କିନ୍ତୁ CRPF ଯବାନଙ୍କ ଦ୍ବାରା କରାଯାଇଥିବା କୁମ୍ବିଂ ଅପରେସନ ବେଳେ ନକ୍ସଲଙ୍କ ଯୋଜନା ଭଣ୍ଡୁର ହୋଇଛି । ନକ୍ସଲମାନେ ଖଞ୍ଜିଥିବା ୩ଟି ଆଇଇଡିକୁ ଉଦ୍ଧାର କରିବା ସହ ସ୍କାଇକ୍ ହୋଲଗୁଡ଼ିକୁ ଠାବ କରି ସେଥିରେ ଲଗାଯାଇଥିବା ବିଷାକ୍ତ ଲେପ ଥିବା ତୀର ଗୁଡ଼ିକୁ ମଧ୍ୟ ଜବତ କରିଛନ୍ତି CRPF ଯବାନ ।

ଏହା ମଧ୍ୟ ପଢ଼ନ୍ତୁ.....ବୌଦ୍ଧରେ ମାଓବାଦୀ-ଯବାନ ଗୁଳି ବିନିମୟ: ମାଓ କ୍ୟାମ୍ପ ଧ୍ୱଂସ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲାର ଟେଣ୍ଟୋ ଥାନା ଅନ୍ତର୍ଗତ ତୁମ୍ବାହାକାର ଆଖପାଖ ଜଙ୍ଗଲ ଓ ପାହାଡୀ ରାସ୍ତାରେ ଯବାନମାନେ ଖବର ପାଇ କମ୍ବିଂ ଅପରେସନ ଚଳାଇଥିଲେ । ଏହି ଅପରେସନ ସମୟରେ ରାସ୍ତାରେ ଖଞ୍ଜା ଯାଇଥିବା ୧୦ କେଜି ଓଜନର ଏକ ଆଇଇଡିକୁ ବୋମା ନିଷ୍କ୍ରିୟ ଦଳ ଉଦ୍ଧାର କରିବା ପରେ ସେହି ସ୍ଥାନରେ ହିଁ ନିଷ୍କ୍ରିୟ କରି ଦେଇଥିଲେ । ସେହିପରି ଗୋଏଲକେରା ଥାନା ଅନ୍ତର୍ଗତ ବନଗ୍ରାମର ହୁସିପି, ଲେମ୍‌ସାଡ଼ିହି ଏବଂ ହାତୀବୁରୁ ଅଞ୍ଚଳରେ ଅପରେସନ ଚଳାଇଥିବା ବେଳେ ଜଙ୍ଗଲ ରାସ୍ତାରୁ ୬ ଓ ୫ କେଜି ଓଜନର ଦୁଇଟି ଆଇଇଡି ଉଦ୍ଧାର କରିଥିଲେ CRPF ଯବାନ । ଏହାସହ ସେହି ଅଞ୍ଚଳରେ ଗାତ କରି ସେଠାରେ ସ୍କାଇକ୍ ହୋଲ କରିଥିଲେ ମାଓବାଦୀ । ଏହାକୁ ଯବାନମାନେ ଠାବ କରିବା ସହ ସେଥିରେ ପୋତା ଯାଇଥିବା ବିଷାକ୍ତ ଲେପ ଥିବା ତୀର ଗୁଡ଼ିକୁ ଜବତ କରିଥିଲେ । ଏହି ଘଟଣା ପରେ କମ୍ବିଂ ଅପରେସନକୁ ଆହୁରି ଜୋରଦାର କରାଯାଇଛି । ତେବେ ଓଡିଶା ଏବଂ ଝାଡ଼ଖଣ୍ଡ ସହ ଛତିଶଗଡ଼ ଅଞ୍ଚଳରେ ମଧ୍ୟ ବ୍ୟାପକ ଭାବରେ କମ୍ବିଂ ଅପରେସନ ଜାରି ରହିଛି ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.