ETV Bharat / state

ପେଟ୍ ଫାର୍ମ ଆଳରେ ଜଙ୍ଗଲୀ ଶୁଆର ଚୋରା ଚାଲାଣ, ମାଡି ବସିଲା ବନ ବିଭଗ

author img

By ETV Bharat Odisha Team

Published : Jan 23, 2024, 4:43 PM IST

Bird Smuggling in Odisha: ପେଟ ଫାର୍ମ ଆଳରେ କରାଯାଉଥିଲା ଜଙ୍ଗଲୀ ଶୁଆର ଚୋରା ଚାଲାଣ । ଦୁଇ ଜଣ ଗିରଫ ସେଥିରୁ ଜଣେ ନାବାଳକ ବୋଲି ସୂଚନା ଦେଲେ ବନ ବିଭାଗ । ଅଧିକ ପଢ଼ନ୍ତୁ...

ପକ୍ଷୀ ଚୋରା ଚାଲାଣ
ପକ୍ଷୀ ଚୋରା ଚାଲାଣ
ପକ୍ଷୀ ଚୋରା ଚାଲାଣ

ରାଉରକେଲା : ପେଟ ଫାର୍ମ ଆଳରେ କରାଯାଉଥିଲା ଜଙ୍ଗଲୀ ଶୁଆର ଚୋରା ଚାଲାଣ । ରାଜ୍ୟ ତଥା ରାଜ୍ୟ ବାହାରକୁ କରାଯାଉଥିଲା ଚୋରା ଚାଲାଣ । ଖବର ପାଇ ବନ ବିଭାଗର ଚଡ଼ାଉ । ଦୁଇ ଜଣ ଗିରଫ ସେଥିରୁ ଜଣେ ନାବାଳକ ବୋଲି ସୂଚନା ଦେଲେ ବନ ବିଭାଗ । ତେବେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଉ ଦୁଇ ଜଣ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି ।

ରାଉରକେଲା ସହରରେ ଚାଲିଥିଲା ପକ୍ଷୀଙ୍କ ଚୋରା ଚାଲାଣ । ଜଙ୍ଗଲରୁ ବିଲୁପ୍ତ ହେବାକୁ ଥିବା ପକ୍ଷୀକୁ ଆଣି ରାଜ୍ୟ ତଥା ରାଜ୍ୟ ବାହାରକୁ ଚୋରା ଚାଲାଣ କରାଯାଉଥିବା ଘଟଣା ଲୋକ ଲୋଚନକୁ ଆସିଛି । ତେବେ ଏକ ପେଟ ଫାର୍ମ ଆଢ଼ୁଆଳରେ ଏହି ଚୋରା ଚାଲାଣ କରାଯାଉଥିଲା । ତେବେ ପେଟ ଫାର୍ମ ଠାରେ ଜଙ୍ଗଲୀ ଶୁଆର ଚୋରା ଚାଲାଣ ଘଟଣା ସମ୍ପର୍କରେ ବନ ବିଭାଗ ତାଙ୍କ ବିଶେଷ ସୂତ୍ରରୁ ଖବର ପାଇବା ପରେ ଚଢ଼ାଉ କରିଥିଲେ । ସେଠାରୁ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ସେଥି ମଧ୍ୟରୁ ଜଣେ ନାବାଳକ ଥିବା ଜଣାପଡ଼ିଛି । ତେବେ ଜବତ କରିଥିବା ଶୁଆ ଆଲେକ୍ସଆଣ୍ଡ୍ରିନ ପାରୋଟ (Alexandrine Parrots) ବୋଲି ଜଣାପଡ଼ିଛି । ବନ ବିଭାଗ ମୋଟ ୮୨ଟି ଆଲେକ୍ସଆଣ୍ଡ୍ରିନ ପାରୋଟ (Alexandrine Parrots) ଜଙ୍ଗଲୀ ଶୁଆକୁ ଉଦ୍ଧର କରିଛନ୍ତି । ତେବେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଆଉ ଦୁଇ ଜଣ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ... ଥମୁନି ହାତୀ ମୃତ୍ୟୁ; ହାତୀଦାନ୍ତ ସହିତ ଦୁଇ ଗିରଫ

ତେବେ ସ୍ଥାନୀୟ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠିଙ୍କ ନିର୍ଦେଶକ୍ରମେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଯୋଜନା ମୁତାବକ ଇନ୍ଦିରା ଗାନ୍ଧୀ ପାର୍କ ପାଖରେ ଛକି ବସିଥିଲେ ବନ ବିଭାଗ । ସନ୍ଧ୍ୟା ପ୍ରାୟ ୭ ଘଟିକା ସମୟରେ ପକ୍ଷୀ ଚୋରା ଚାଲାଣ କରୁଥିବା ବନ୍ଧମୁଣ୍ଡା ଶୀତଳ ନଗରର ମୁନ୍ନା ସାହୁ ଜାହାର ବୟସ ୩୪ ବର୍ଷ ଏବଂ ରାଉରକେଲା ନାଲା ରୋଡ଼ ଅଞ୍ଚଳରେ ଜଣେ ନାବାଳକ ଏମ.ଆନ‌ୱାର ଏକ ମୋଟର ସାଇକଲରେ ୧୦ଟି ଶୁଆକୁ ଧରି ସେକ୍ଟର ୨ ବସ ଷ୍ଟାଣ୍ଡ ଆଡକୁ ଯାଉଥିଲେ । ସେହି ସମୟରେ ରାଉରକେଲା ବନ ବିଭାଗର କର୍ମଚାରୀ ତାଙ୍କୁ ଗିରଫ କରି ପାନପୋଷ ବନାଞ୍ଚଳ ଅଫିସକୁ ଆଣିଥିଲେ । ଉକ୍ତ ଦୁଇ ଜଣଙ୍କୁ ପ୍ରଥମେ ଅଟକ ରଖି ପୁନର୍ବାର ପଚାରିବାରୁ ଆଉ ୭୨ଟି ଜଙ୍ଗଲୀ ଶୁଆ ନାଲା ରୋଡ ଭଡା ଘରେ ଥିବାର ସୂଚନା ଦେଇଥିଲେ । ସୂଚନା ପାଇ ନାଲା ରୋଡ ଘରକୁ ଯାଇ ଅବଶିଷ୍ଟ ୭୨ଟି ଜଙ୍ଗଲୀ ଶୁଆକୁ ଉଦ୍ଧାର କରାଯାଇଥିଲା । ବନ୍ୟଜନ୍ତୁ ସଂରକ୍ଷଣ ଆଇନ Wildlife Protection Act 1972 ଧାରା ( ଖ), ୪୯( ଗ) ଅନୁଯାଇ କେସ ରୁଜୁ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏନେଇ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠି କହିଛନ୍ତି, ‘‘ବର୍ତ୍ତମାନ ୮୨ଟି ଆଲେକ୍ସଆଣ୍ଡ୍ରିନ ପାରୋଟ (Alexandrine Parrots)ଙ୍କୁ ଉଦ୍ଧର କରି ଚିକିତ୍ସା କରାଯାଉଛି । ଏବଂ ସମସ୍ତ ପକ୍ଷୀ ସୁସ୍ଥ ହେଲେ ସେମାନଙ୍କୁ ପୁଣି ଜଙ୍ଗଲକୁ ଛାଡି ଦିଆଯିବ ।’’

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.