ETV Bharat / state

ବିଦ୍ୟାଳୟରେ ବାଜିବ ସ୍ୱତନ୍ତ୍ର "ଜଳ ବିରତି ଘଣ୍ଟି", ଛାତ୍ରଛାତ୍ରୀ ପିଇବେ ପାଣି - WATER BELL FOR STUDENTS

author img

By ETV Bharat Odisha Team

Published : Apr 4, 2024, 10:49 PM IST

Water Break In School: ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା । ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟରେ ରଖି ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ସ୍କୁଲରେ ବାଜିବ "ଜଳ ବିରତି ଘଣ୍ଟି" ।ଯାହା ଛାତ୍ରଛାତ୍ରୀଙ୍କୁ ୩ ଥର ଜଳ ପିଇବା ପାଇଁ ମନେ ପକାଇବ । ଅଧିକ ପଢନ୍ତୁ

ବିଦ୍ୟାଳୟରେ ବାଜିବ ସ୍ୱତନ୍ତ୍ର "ଜଳ ବିରତି ଘଣ୍ଟି" , ଛାତ୍ରଛାତ୍ରୀ ପିଇବେ ପାଣି

ଭୁବନଶ୍ବର: ବିଦ୍ୟାଳୟରେ ବାଜିବ ସ୍ବତନ୍ତ୍ର "ଜଳ ବିରତି ଘଣ୍ଟି" । ଛାତ୍ରଛାତ୍ରୀଙ୍କୁ ମନେ ପକାଇବ ପାଣି ପିଇବାର ସମୟ । ରାଜ୍ୟରେ ସମସ୍ତ ବିଦ୍ୟାଳୟରେ ବାଜିବ ଏକ ସ୍ବତନ୍ତ୍ର "ଜଳ ବିରତି ଘଣ୍ଟି" । ଏହି ଘଣ୍ଟି ମନେ ପକାଇବ ଉଭୟ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ର ଛାତ୍ରୀମାନଙ୍କୁ ପାଣି ପିଇବାର ସମୟ । ଦୈନିକ କ୍ଲାସ ସମୟରେ ୩ ଥର ଜଳ ବିରତି ଘଣ୍ଟି ବାଜିବ । ଏନେଇ ଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ଅଧିକାଂଶ ସହରରେ ତାପମାତ୍ରା ବୃଦ୍ଧି ପାଉଛି । ଆଗକୁ ମଧ୍ୟ ଆହୁରି ତାପମାତ୍ରା ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ରଖି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧକାରୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକଙ୍କ ସମେତ ଜଡ଼ିତ ସମସ୍ତ ବ୍ୟକ୍ତିସ ବିଶେଷମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହାସହ ସିଧାସଳଖ ଭାବରେ ସୂର୍ଯ୍ୟକିରଣ ସଂସ୍ପର୍ଶରେ ନ ଆସିବା ପାଇଁ ସଚେତନ ରହିବାକୁ ମଧ୍ୟ କୁହାଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ 'ଜଳ ବିରତି ଘଣ୍ଟି' ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଛି ।

ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଉପସ୍ଥିତ ଥିବା ସମୟରେ, ସେମାନଙ୍କର ମାନସିକ ଏବଂ ଶାରୀରିକ ସୁସ୍ଥତା ପାଇଁ ଏହି ପଦକ୍ଷେପ ନିଆଯାଇଛି ।ରାଜ୍ୟର ସମସ୍ତ ବିଦ୍ୟାଳୟରେ ଦିନକୁ ତିନିଥର ଅର୍ଥାତ୍ ସକାଳ ୮ ଘଟିକା ୩୦ ମିନିଟ୍, ୧୦ ଘଟିକା ଏବଂ ୧୧ ଘଟିକା ସମୟରେ ଏକ ସ୍ଵତନ୍ତ୍ର ଘଣ୍ଟି ବାଜିବ। ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ପାଣି ପିଇବା ପାଇଁ ମନେ ପକାଇବା ଓ ନିଜକୁ ହାଇଡ୍ରେଟ୍ ରଖିବା ହେଉଛି ଏହି ଘଣ୍ଟି ବାଜିବାର ମୁଖ୍ୟ ଉଦ୍ଦେଶ୍ୟ । ସମସ୍ତ ଛାତ୍ରଛାତ୍ରୀମାନେ ଉଦ୍ଧିଷ୍ଟ ସମୟରେ ପାଣି ପିଉଛନ୍ତି କି ନାହିଁ ଏହାକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ତଦାରଖ କରିବେ ।

ଏହା ମଧ୍ୟ ପଢନ୍ତୁ ....ଜଳୁଛି ସାରା ଓଡିଶା, ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ତାତିରୁ ନାହିଁ ନିସ୍ତାର - Odisha Weather

ତେଣୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅନୁରୋଧ କରାଯାଇଛି ଯେ, ନିଜ ଜିଲ୍ଲାର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କ ସହାୟତାରେ ‘ଜଳ ବିରତି ଘଣ୍ଟିକୁ ବାଧ୍ୟତାମୂଳକ କରିବେ । ଯାହା ଫଳରେ କି ଏହି ପଦକ୍ଷେପ ଗ୍ରୀଷ୍ମ ଦିନରେ ଛାତ୍ରଛାତ୍ରୀମାନଙ୍କ ସୁସ୍ଥତା ନିମନ୍ତେ ବିଶେଷ ସହାୟକ ହେବ । ଏହା ସହ ପିଲାମାନେ ସ୍କୁଲକୁ ଆସିବା ସମୟରେ ଛତା ଓ ଟୋପି ପିନ୍ଧି ସ୍କୁଲକୁ ଆସିବେ । ଯାହା ଫଳରେ ସ୍କୁଲ ଛୁଟି ହେବା ସମୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନେ ଟାଣ ଖରାରେ ଟୋପି ଏବଂ ଛତା ବ୍ୟବହାର କରିପାରିବେ । ସୂଚନା ଅନୁଯାୟୀ, ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଛି । ଅନେକ ସହରରେ ଦିନ ତାପମାତ୍ରା ୪୧ ଡ଼ିଗ୍ରୀ ପାର ହେଲାଣି । ମାଲକାନାଗିରି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପଲାଟିଛି ହୋଇଥିବା ବେଳେ ଭୁବନେଶ୍ବର ୩୭.୨ ଡିଗ୍ରୀ ଓ କଟକର ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.