ETV Bharat / state

ନ୍ୟାୟ ପାଇଲେ ଦୁଷ୍କର୍ମ ପୀଡିତା, ଅଭିଯୁକ୍ତକୁ 20 ବର୍ଷ କାରାଦଣ୍ଡ ଶୁଣାଇଲେ କୋର୍ଟ

Minor girl assault case: ନ୍ୟାୟ ପାଇଲେ ନାବାଳିକା ଦୁଷ୍କର୍ମ ପୀଡିତା । ଦୋଷୀକୁ 20 ବର୍ଷର କାରାଦଣ୍ଡାଦେଶ ଶୁଣାଇଲେ ଜଗତସିଂହପୁରର ଫାଷ୍ଟଟ୍ରାକ୍‌ କୋର୍ଟ । ତା ସହିତ 15 ହଜାର ଟଙ୍କା ଜରିମାନା ଏବଂ ଅନାଦେୟରେ ଆହୁରି 8 ମାସ ଜେଲଦଣ୍ଡର ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

author img

By ETV Bharat Odisha Team

Published : Mar 8, 2024, 5:14 PM IST

ଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ନ୍ୟାୟ
ଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ନ୍ୟାୟ

ଜଗତସିଂହପୁର: ନ୍ୟାୟ ପାଇଲେ ନାବାଳିକା ଦୁଷ୍କର୍ମ ପୀଡିତା । ଗତକାଲି ଦୋଷୀକୁ 20 ବର୍ଷର କାରାଦଣ୍ଡାଦେଶ ଶୁଣାଇଲେ ଜଗତସିଂହପୁରର ଫାଷ୍ଟଟ୍ରାକ୍‌ କୋର୍ଟ । ଏହା ସହିତ 15 ହଜାର ଟଙ୍କା ଜରିମାନା ଏବଂ ଅନାଦେୟରେ ଆହୁରି 8 ମାସ ଜେଲଦଣ୍ଡର ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପୀଡିତା ନାବାଳିକାକୁ ଜିଲ୍ଲା ଆଇନ ସେବା ପ୍ରାଧିକାରଣ ପକ୍ଷରୁ 5 ଲକ୍ଷ ଟଙ୍କାର କ୍ଷତିପୂରଣ ଅର୍ଥ ପ୍ରଦାନ ପାଇଁ ନିର୍ଦ୍ଦେଶ ରହିଛି । ଅଭିଯୁକ୍ତକୁ ଆଇପିସିର ଧାରା ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡିତ କରାଯାଇଛି । ସେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳରେ ଜଣେ 14 ବର୍ଷୀୟ ନାବାଳିକାକୁ ଘରୁ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଥିଲା ।

ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଅଲିକଣ୍ଟ ଗ୍ରାମର ସାଗର ମଲିକ ଜୈନିକ 14 ବର୍ଷୀୟ ନାବାଳିକାକୁ ଏକତରଫା ପ୍ରେମ କରୁଥିଲେ । ନାବାଳିକା ଜଣକ ସ୍କୁଲ ଯିବା ସମୟରେ ଅଭିଯୁକ୍ତ ତାଙ୍କୁ ପ୍ରେମ ନିବେଦନ କରିଥିଲା । ତେବେ ନାବାଳିକା ଜଣକ ଏହାକୁ ପ୍ରତ୍ୟାଖ୍ୟାନ କରିବା ପରେ ଅଭିଯୁକ୍ତ ପ୍ରେମିକ ଜଣକ ରାତି ଅଧରେ ନାବାଳିକାର ଘରେ ପସି ନାବାଳିକାକୁ ଅପହରଣ କରି ନେଇଯାଇଥିଲା । ଅଭିଯୁକ୍ତ ନାବାଳିକାକୁ ପ୍ରଥମେ ପାରାଦ୍ବୀପ ଓ ପରେ ନୟାଗଡ ନେଇଯାଇ ସେଠାରେ ଏକ ଭଡାଘରେ ରଖିଥିଲା । ନାବାଳିକା ସହିତ ବାରମ୍ବାର ଦୁଷ୍କର୍ମ କରୁଥିବା ଅଭିଯୋଗ କରାଯାଇଥିଲା । ପରେ ସେଠାରୁ ଉଭୟ ଛତିଶଗଡ଼ ଚାଲି ଯାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ..... ପରୀ ହତ୍ୟା ଅଭିଯୁକ୍ତ ହାଇକୋର୍ଟର ଦ୍ବାରସ୍ଥ, ନୟାଗଡ ନିମ୍ନ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ

ଅନ୍ୟପକ୍ଷରେ ନାବାଳିକାର ବାପା ସକାଳୁ ଝିଅର ଶୋଇବା ଘରେ ଝିଅ ନଥିବା ଦେଖି ବାଲିକୁଦା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ବାଲିକୁଦା ପୋଲିସ 226/20ରେ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଥିଲେ । ଅଭିଯୁକ୍ତର ଫୋନକୁ ଟ୍ରେସ କରି ବାଲିକୁଦା ପୋଲିସ ଛତିଶଗଡ଼ରୁ ଅଭିଯୁକ୍ତ ଯୁବକକୁ ଗିରଫ କରିବା ସହିତ ନାବାଳିକାକୁ ଉଦ୍ଧାର କରିଥିଲେ । ଏହି ଘଟଣାରେ ବାଲିକୁଦା ପୋଲିସ ଅଭିଯୁକ୍ତର ନାମରେ 366/336/376/37ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା । 2020 ମସିହାର ଏହି ଘଟଣାରେ ଗତକାଲି ଜଗତସିଂହପୁର ଫାଷ୍ଟ୍ରକୋର୍ଟ 12 ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତକୁ 20 ବର୍ଷ ସଶ୍ରମ କାରାଦଣ୍ଡାଦେଶ ରାୟ ଶୁଣାଇବା ସହିତ 15 ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଅପର ପକ୍ଷରେ ପୀଡିତା ନାବାଳିକାକୁ ଜିଲ୍ଲା ଆଇନି ସେବା ପ୍ରାଧିକାରଣ ପକ୍ଷରୁ 5 ଲକ୍ଷ ଟଙ୍କାର କ୍ଷତିପୂରଣ ଅର୍ଥ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.