ଢେଙ୍କାନାଳ: ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଚାଣ୍ଡିପାଳ ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ଭୂଷଳ ପଞ୍ଚାୟତ ଚାଣ୍ଡିପାଳ ଗ୍ରାମ ନୂଆସାହିର ଅର୍ଜୁନ ବେହେରା ବୋଲି ଜଣାପଡିଛି । ଘର ଭିତରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଏନେଇ ମୃତଦେହ ବ୍ୟବଚ୍ଛେଦ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ଭୁବନ ପୋଲିସ ।
ସୂଚନା ମୁତାବକ, ଅର୍ଜୁନଙ୍କ ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଘର ଚଳେଇବା ପାଇଁ ଅନେକ ଧାର କରଜ କରିଥିଲେ । ଏନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର କଳିଝଗଡା ମଧ୍ୟ ଲାଗି ରହୁଥିଲା । ସ୍ୱାମୀ ସ୍ତ୍ରୀ ଧାରକରଜ କରି ଚଳୁଥିଲେ l ଏହି କରଜ କାହାକୁ ସୁଝି ନ ପାରିବାରୁ ଲୋକମାନେ ଘରକୁ ଆସି କରଜ ଟଙ୍କା ମାଗିବା ସହ ଗାଳିଗୁଲଜ କରନ୍ତି l ଯାହାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ପାଟିତୁଣ୍ଡ ଲାଗି ରହୁଥିଲା l ତେବେ ସବୁଦିନର ଝଗଡ଼ା ଗତକାଲି ଉଗ୍ରରୂପ ନେଇଥିଲା ।
ଏହା ମଧ୍ୟ ପଢନ୍ତୁ-ପାହାଡ଼ରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
ଏହା ମଧ୍ୟ ପଢନ୍ତୁ-ଥାନା ସମ୍ମୁଖରେ ମୃତଦେହ ରଖି ଆନ୍ଦୋଳନ, ହତ୍ୟା ଆଭିଯୋଗ ଆଣିଲେ ପରିବାର ଲୋକ
ଝଗଡା ହେବାରୁ ସ୍ତ୍ରୀ ମିନତି ବେହେରା ଗତକାଲି ଘରଛାଡ଼ି ପଳାଇବାରୁ ଏହାକୁ ସହ୍ୟ କରିନପାରି ଜୀବନ ହାରିଛନ୍ତି ଅର୍ଜୁନ । ଏନେଇ ଘରଲୋକ ଅନେକ ଖୋଜାଖୋଜି କରିବା ପରେ ଅର୍ଜୁନଙ୍କୁ ନ ପାଇବାରୁ ଘର କବାଟଭାଙ୍ଗି ଘର ଭିତରୁ ତାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଥିଲେ । ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ଘର ଲୋକେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଭୁବନ ପୋଲିସକୁ ଖବର ଦିଆଯାଇଥିବା ସୂଚନାରୁ ଜଣାପଡିଛି । ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ଅନ୍ୟପଟେ ଏହି ଘଟଣା ଜଣାପଡିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।
ଇଟିଭି ଭାରତ, ଢେଙ୍କାନାଳ