ETV Bharat / state

ନାବାଳକ ସହ ଅପ୍ରାକୃତିକ ଯୌନ ସମ୍ପର୍କ, ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌ - Kendrapara Minor Boy Rape Case

author img

By ETV Bharat Odisha Team

Published : Jul 26, 2024, 3:58 PM IST

Kendrapara Minor Boy Rape Case: ନାବାଳକ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ଅଭିଯୋଗରେ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ ସହ ଜରିମାନା । ଅଧିକ ପଢ଼ନ୍ତୁ

KENDRAPARA MINOR BOY RAPE CASE
KENDRAPARA MINOR BOY RAPE CASE (ETV Bharat Odisha)

କେନ୍ଦ୍ରାପଡ଼ା: ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ । ଲୁଡୁ ଖେଳିବାକୁ ଡାକି ନେଇ ନାବାଳକଙ୍କୁ ଦୁଷ୍କର୍ମ କଲା ଅଭିଯୁକ୍ତ । କେବଳ ନାବାଳକ ସହ ନୁହେଁ ବରଂ ପୂର୍ବରୁ ତାଙ୍କ ନାବାଳିକା ଭଉଣୀ ସହ ମଧ୍ୟ ଦୁଷ୍କର୍ମ କରିଥିଲା 55 ବର୍ଷିୟ ଯୌନ ପିପାସୁ । ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ । ମାମଲାର ବଚାର କରି କେନ୍ଦ୍ରାପଡ଼ା ଆଡହକ ଫାଷ୍ଟଟ୍ରାକ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ ତ୍ରିବିକ୍ରମ କେଶରୀ ଚିନ୍ନାରା ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଞ୍ଚଳର ସ୍ୱର୍ଗତ ରାଧୁ ସାହୁଙ୍କ ପୁଅ ସୌଦାଗର ସାହୁ (୫୫) ନିଜ ଗ୍ରାମର ନାବାଳକଙ୍କ ଘରକୁ ନିୟମିତ ଭାବେ ଯିବାଆସିବା କରୁଥିଲେ । ଗତ ୨୦୨୧ ମସିହା ଜୁଲାଇ ମାସ ୧୬ ତାରିଖ ଅପରାହ୍ନ ସାଢେ ୨ଟା ସମୟରେ ସୌଦାଗର ନାବାଳକଙ୍କ ଘରକୁ ଆସି ଘର ପଛପଟେ ଥିବା ଗୁହାଳକୁ ଲୁଡୁ ଖେଳିବା ପାଇଁ ଡାକିଥିଲା । ନାବାଳକ ଜଣଙ୍କ ସୌଦାଗର ସହିତ ଲୁଡୁ ଖେଳିବାକୁ ଗୁହାଳକୁ ଯାଇଥିଲା । ଏହି ସମୟରେ ଅଭିଯୁକ୍ତ ନାବାଳକଙ୍କ ସହ ବଳ ପୂର୍ବକ ଅପ୍ରାକୃତିକ ଯୌନସମ୍ପର୍କ ରଖିଥିଲା । ଏହାପରେ ନାବାଳକ ଜଣକ କାନ୍ଦି କାନ୍ଦି ତାଙ୍କ ମା’ଙ୍କୁ ଘଟଣା ସମ୍ପର୍କରେ କହିବା ସହିତ ପୂର୍ବରୁ ଅନେକ ଥର ଏହିପରି କରିଥିବା ମା’ଙ୍କୁ କହିଥିଲେ । ସେପଟେ ନାବାଳକଙ୍କ ମା’ ଏନେଇ ସୌଦାଗରକୁ ପଚାରିଥିଲେ । ତେବେ ସୌଦାଗର ନିଜ ସ୍ବୀକାର କରିବା ବଦଳରେ ନାବାଳକଙ୍କ ମା’ଙ୍କୁ ଗାଳିଦେବା ସହ ମରଣାନ୍ତକ ଆକ୍ରମଣ କରିଥିଲେ ।

ଏନେଇ ମହିଳା ଜଣକ ସେହିଦିନ ରାତିରେ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ କେବଳ ନାବାଳକ ପୁଅ ନୁହେଁ ବଂର ତାଙ୍କ ନାବାଳିକା ଝିଅକୁ ମଧ୍ୟ ସୌଦାଗର ଯୌନ ଶୋଷଣ କରିଥିଲା । ଘଟଣା ସମ୍ପର୍କରେ ବାହାରେ ପ୍ରକାଶ କଲେ ତାଙ୍କୁ ଦୁଷ୍କର୍ମ କରାଯିବ ବୋଲି ନାବାଳିକାଙ୍କୁ ଅଭିଯୁକ୍ତ ଧମକ ମଧ୍ୟ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି । ତେବେ ଅଭିଯୋଗ ଆଧାରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ ୧୦ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରଦାନକୁ ଅଦାଲତ ବିଚାର କରି କେନ୍ଦ୍ରାପଡ଼ା ଆଡହକ ଫାଷ୍ଟଟ୍ରାକ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ ତ୍ରିବିକ୍ରମ କେଶରୀ ଚିନ୍ନାରା ଅଭିଯୁକ୍ତ ସୌଦାଗର ସାହୁଙ୍କୁ ୩୪୧ ଦଫାରେ ୧୫ଦିନ ସଶ୍ରମ କାରାଦଣ୍ଡାଦେଶ ସହ ୨ ଶହ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ୪ ଦିନ ଅଧିକ ଜେଲଦଣ୍ଡ ଭୋଗିବାକୁ ପଡିବ ।

ଏହା ମଧ୍ୟ ପଢ଼ନ୍ତୁ....ଗୁରୁ ଶିଷ୍ୟ ପରମ୍ପରାରେ କଳା ଦାଗ, ଛାତ୍ରଙ୍କ ସହ ଶିକ୍ଷକ ରଖିଲେ ଅପ୍ରାକୃତିକ ଯୌନ ସମ୍ପର୍କ ! - unnatural sexual abuse Nimapada

ସେହିପରି ୩୭୭ ଦଫାରେ ୧୦ ବର୍ଷ ସଶ୍ରମ ଜେଲଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ଅଧିକ ୧ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ । ଏହା ବ୍ୟତୀତ ପୋକ୍ସୋ ଆଇନର ୪(୨) ଦଫାରେ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କା ଜରିମାନାରେ କୋର୍ଟ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ଅଧିକ ୨ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସେହିପରି ପୀଡିତ ନାବାଳକଙ୍କୁ ରାଜ୍ୟ ସରକାର ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଅଦାଲତ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ଷତିପୂରଣ ରାଶି ନାବାଳକଙ୍କ ନାମରେ ଏକ ଜାତୀୟ କରଣ ବ୍ୟାଙ୍କରେ ୧୫ ବର୍ଷ ପାଇଁ ସ୍ଥାୟୀ ଜମା କରାଯିବ । ଯାହାକି ନାବାଳକର ଭବିଷ୍ୟତ ସୁରକ୍ଷା ପାଇଁ ଜମା ରହିବ । ସ୍ଥାୟୀ ଜମାର ସୁଧ ନିୟମିତ ଭାବେ ନାବାଳକଙ୍କ ବ୍ୟାଙ୍କ ଜମାଖାତାକୁ ଆସିବ । ଏଥିସହିତ ଅଭିଯୁକ୍ତ ଯେଉଁ ୫୦ ହଜାର ଟଙ୍କା ଜରିମାନା ଅର୍ଥ ଦେବେ ସେ ଅର୍ଥ ନାବାଳକଙ୍କ ଡାକ୍ତରଖାନା ଖର୍ଚ୍ଚ ପାଇଁ ତାକୁ ପ୍ରଦାନ କରାଯିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ପକ୍ଷରୁ ଅଦାଲତରେ ସ୍ୱତନ୍ତ୍ର ପିପି ମନୋଜ କୁମାର ସାହୁ ମାମଲା ପରିଚାଳନା କରୁଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.