ETV Bharat / state

ଗୁଣି ଗାରେଡି ସନ୍ଦେହରେ ଅଜାକୁ ମାରିଲା ନାତି, କୋର୍ଟଚାଲାଣ କଲା ପୋଲିସ - Sundargarh Murder

Man Chopped Relative Grand Fathers Head: ଗୁଣିଗାରେଡ଼ି ସନ୍ଦେହରେ ସମ୍ପର୍କୀୟ ଅଜାର ମୁଣ୍ଡକୁ କାଟି ନିର୍ମମ ଭାବେ ହତ୍ୟା କରିଥିବା ନାତି ଗିରଫ । କୋର୍ଟ ଚାଲାଣ କଲା ପୋଲିସ ।

author img

By ETV Bharat Odisha Team

Published : Jul 4, 2024, 9:55 PM IST

ସମ୍ପର୍କରେ ପଡ଼ିଲା ରକ୍ତ ଛିଟା
ସମ୍ପର୍କରେ ପଡ଼ିଲା ରକ୍ତ ଛିଟା (ETV Bharat Odisha)

ରାଉରକେଲା: ଗୁଣି ଗାରେଡି ସନ୍ଦେହରେ ସମ୍ପର୍କୀୟ ଅଜାକୁ ହତ୍ୟା ଘଟଣାରେ ଅଭିଯୁକ୍ତ ନାତି ଗିରଫ । ସୁନ୍ଦରଗଡ଼ ଜିଲ୍ଲା କେବଲାଙ୍ଗ ଥାନା ଅଧୀନ ସୋୟମ୍ବା ପଞ୍ଚାୟତର ପୁରୁଣାପାଣି ଗ୍ରାମରେ ଗତ ୧ ତାରିଖ ଦିନ ଘଟିଯାଇଥିଲା ଏହି ବୀଭତ୍ସ ହତ୍ୟାକାଣ୍ଡ । ଅଭିଯୁକ୍ତ ୪୦ ବର୍ଷୀୟ ସାଲମନ ମୁଣ୍ଡା ଏକ ଟାଙ୍ଗିଆରେ ନିଜର ସମ୍ପର୍କୀୟ ଅଜା ନାଇମନ ମୁଣ୍ଡାଙ୍କ ମୁଣ୍ଡକୁ କାଟି ଦେହରୁ ଅଲଗା କରି ଦେଇଥିଲା । ଫଳରେ ଘଟଣାସ୍ଥଳରେ ନାଇମନଙ୍କ ମୃତ୍ୟୁ ହୋଇଥିଲେ । ପରେ ଆଜି ଅଭିଯୁକ୍ତ ସଲମାନକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ସୂଚନା ଅନୁଯାୟୀ, ପୁରୁଣାପାଣି ଗ୍ରାମରେ ସଲମାନ, ତାଙ୍କ ପତ୍ନୀ, ଦୁଇ ଝିଅ ଓ ପୁଅକୁ ନେଇ ରହୁଥିଲେ। ପୁଅର ଦେହ ବାରମ୍ବାର ଖରାପ ହେଉଥିଲା। ତେବେ ନାଇମନ ଘରେ ସବୁ ବେଳେ ପୂଜାପାଠ କରୁଥିଲେ ବୋଲି ସଲମନ ସନ୍ଦେହ କରିଥିଲା। ସମ୍ପର୍କୀୟ ଅଜା ନାଇମନ ମୁଣ୍ଡା ଏବଂ ସମ୍ପର୍କୀୟ ନାତି ସଲମନ ମଧ୍ୟରେ ବହୁ ଦିନ ହେବ ତିକ୍ତତା ଲାଗି ରହିଥିଲା । ଏହା ସହିତ ଦୁଇ ପରିବାର ମଧ୍ୟରେ ସମ୍ପର୍କ ଭଲ ନଥିଲା । ନାଇମନ ଗୁଣିଗାରେଡ଼ି କରୁଥିବାରୁ ତାଙ୍କ ପୁଅର ଦେହ ଖରାପ ହେଉଛି ବୋଲି ସନ୍ଦେହ କରିଥିଲା ସଲମନ । ପରେ ନାଇମନଙ୍କୁ ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲା ସଲମାନ । ଗତ ୧ ତାରିଖ ଦିନ ନାଇମନ ନିଜ ଜମିରେ କାମ କରୁଥିବା ବେଳେ ଏକ ଟଙ୍ଗିଆ ଧରି ସଲମାନ ସେଠାରେ ପହଞ୍ଚିଥିଲା ।

ଏହା ମଧ୍ୟ ପଢ଼ନ୍ତୁ.. ଭୁବନେଶ୍ବରରେ ବର୍ବରକାଣ୍ଡ; ଋଣ ପାଇଁ ବାପାକୁ ଛୁରୀ ଭୁସି ହତ୍ୟା କଲା ପ୍ରଫେସର ପୁଅ - Murder in Bhubaneswar

ଜମି ନିକଟରେ ଥିବା ତେନ୍ତୁଳି ଗଛକୁ କାଟିବା ଲାଗି ସଲମାନ ଅଜାଙ୍କୁ କହିଥିଲେ । ଏଥିରେ ରାଜି ହୋଇଥିଲେ ନାଇମନ ଗଛ ନିକଟକୁ ସେ ଯାଉଥିବା ବେଳେ ପଛରେ ସଲମାନ ଧରିଥିବା ଟାଙ୍ଗିଆରେ ଅଜାଙ୍କ ମୁଣ୍ଡକୁ ଆକ୍ରମଣ କରି ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲେ । ଏହା ପରେ କଟାମୁଣ୍ଡକୁ ଏକ ବ୍ୟାଗରେ ଭର୍ତ୍ତି କରି ଗାଁ ମୁଣ୍ଡରେ ପହଞ୍ଚି ହାଣ୍ଡିଆ ପିଇଥିଲା । ବ୍ୟାଗରୁ ରକ୍ତ ଝରୁଥିବା ଲୋକେ ଦେଖି ସନ୍ଦେହ ହେବାରୁ ପୋଲିସକୁ ସୂଚନା ଦେଇଥିଲେ । ପରେ ଅଭିଯୁକ୍ତକୁ କାବୁ କରିବାକୁ ଚେଷ୍ଟା କରିଥିଲେ ପୋଲିସ । ହେଲେ ଅଭିଯୁକ୍ତ ସଲମାନ ସେଠାରୁ ଦୌଡ଼ି ପଳାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ସେଠାରୁ କଟାମୁଣ୍ଡ ମିଳିଥିଲା। ପରେ ପୋଲିସ ଅଭିଯୁକ୍ତ ସଲମାନକୁ ଧରିବାରେ ସଫଳ ହୋଇଥିଲେ । ତାଙ୍କୁ ଥାନାକୁ ନେଇ ପଚରାଉଚରା କରିବା ପରେ ସେ ସମସ୍ତ କଥା ବଖାଣିଥିଲେ। ପରେ ପୋଲିସ୍ ତାକୁ କୋର୍ଟ ଚାଲାଣ କରିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.