ETV Bharat / state

ବଦଳିବ ମେକ୍‌ ଇନ୍‌ ଓଡ଼ିଶା ନାଁ ! ସଙ୍କେତ ଦେଲେ ମନ୍ତ୍ରୀ - Make in Odisha name will be changed

author img

By ETV Bharat Odisha Team

Published : Jun 28, 2024, 8:33 PM IST

Make in Odisha name will be changed: 'ମେକ୍‌ ଇନ୍‌ ଓଡ଼ିଶା'ର ନାଁ ବଦଳିବ । 'ଉତ୍କଳ ଇନଭେଷ୍ଟ ସମିଟ୍‌' ଭାବେ ପରିବର୍ତ୍ତିତ କରିବେ ନୂଆ ସରକାର । ଅଧିକ ପଢ଼ନ୍ତୁ

Make in Odisha name will be changed
Make in Odisha name will be changed (ETV Bharat Odisha)

ଭୁବନେଶ୍ବର: ନବୀନ ସରକାର ସମୟରେ ଆରମ୍ଭ ହୋଇଥିବା 'ମେକ୍‌ ଇନ୍‌ ଓଡ଼ିଶା'ର ନାଁ ବଦଳିବ । ମୋହନ ସରକାର ମେକ୍‌ ଇନ୍‌ ଓଡିଶାର ନାଁ'କୁ 'ଉତ୍କଳ ଇନଭେଷ୍ଟ ସମିଟ୍‌' ଭାବେ ପରିବର୍ତ୍ତିତ କରିବେ । ନୂଆ ସରକାର ଏନେଇ ବିଚାର କରୁଥିବା ସମ୍ୟକ ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ । କେବଳ ନାଁ ବଦଳିବ, କିନ୍ତୁ କାର୍ଯ୍ୟ ସମାନ ରହିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଓଡିଶାରେ ଅଢେଇ ଲକ୍ଷ କୋଟି ନିବେଶ ଲକ୍ଷ୍ୟ ରହିବ ବୋଲି ମନ୍ତ୍ରୀ କହିଛନ୍ତି ।

ବଦଳିବ 'ମେକ୍‌ ଇନ୍‌ ଓଡ଼ିଶା' କନକ୍ଲେଭର ନାମ । ନୂଆ ନାମ ହେବ ଉତ୍କଳ ଇନଭେଷ୍ଟ ସମିଟ୍‌ । ଏନେଇ ଆଜି ଇସାରା ଦେଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ । CIIର ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗ ଦେବା ଅବସରରେ ଶିଳ୍ପମନ୍ତ୍ରୀ ଏହା କହିଛନ୍ତି । ମନ୍ତ୍ରୀ କହିଛନ୍ତି, "ରାଜ୍ୟରେ ଅଢେଇ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆଣିବାକୁ ଯୋଜନା କରାଯାଇଛି । ଉତ୍କଳ ଇନଭେଷ୍ଟ ସମିଟ୍‌ ଜରିଆରେ ଏହି ପୁଞ୍ଜିନିବେଶ ଆଣିବାକୁ ଲକ୍ଷ୍ୟ ରଖାଯାଇଛି ।" ତେବେ ଉତ୍କଳ ଇନଭେଷ୍ଟ ସମିଟ୍‌, ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ନୂଆ ନାମ କି ବୋଲି ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି ଯେ, ଏହା ଆଗକୁ ହେବ ।

ଏହା ମଧ୍ୟ ପଢ଼ନ୍ତୁ...ଚଳିତ ବଜେଟରେ ପ୍ରତିଫଳିତ ହେବ ଆଗାମୀ 5 ବର୍ଷ ଲାଗି ନୂଆ ସରକାରର ଆଭିମୁଖ୍ୟ - Reaction Over new government Budget

ନାମ ପରିବର୍ତ୍ତନ ନେଇ ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, "ନୂଆ ମନ୍ତ୍ରୀ ଅଧିକ ଅର୍ଥ ନିବେଶ ଲାଗି ଆଶା ରଖିବା ଭୁଲ କଥା ନୁହେଁ । ନୂଆ ସରକାର ଆସିଲେ କିଛି ନା କିଛି କ୍ଷେତ୍ରରେ ନାଁ ପରିବର୍ତ୍ତନ କରନ୍ତି । କେନ୍ଦ୍ର ସରକାର ବି କରିଛନ୍ତି । ୟୁପିଏ ସରକାରରେ ହୋଇଥିବା ନାଁ ପରବର୍ତ୍ତନ କରାଯାଇଛି । ସେହିପରି ନବୀନ ସରକାର ସମୟରେ ହୋଇଥିବା ଯୋଜନାର ନାଁ ପରିବର୍ତ୍ତନ କରିପାରନ୍ତି ନୂଆ ସରକାର । ନାଁ ପରିବର୍ତ୍ତନ ବଡ଼ କଥା ନୁହେଁ, ଆଭିମୁଖ୍ୟ ବଡ଼ କଥା । ସେମାନେ ଯେମିତି ଏନେଇ କାର୍ଯ୍ୟ କରିଥିଲେ, ଏମାନଙ୍କୁ ମଧ୍ୟ କରିବାକୁ ପଡିବ । ରାସ୍ତା, କାମ ଏକ ଓ ଅଫିସର ସମାନ ରହିବେ । କେବଳ ନାଁ ପରିବର୍ତ୍ତନ ହେବ । ନୂଆ ସରକାର ନୂଆ ଧାରଣା ସୃଷ୍ଟି କରିବା ଲାଗି କରିବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.