ETV Bharat / state

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବସର ନେବା ସମୟ ଆସିଯାଇଛି: କଂଗ୍ରେସ ନେତ୍ରୀ ଅଳକା ଲାମ୍ବା - କଂଗ୍ରେସ ନେତ୍ରୀ ଅଳକା ଲାମ୍ବା

Mahila Congress Protest March: ରାଜ୍ୟରେ ବିଜେଡି ସରକାର ଶାସନ କ୍ଷମତାରେ ରହିବାର 25 ବର୍ଷ ହେବାକୁ ଯାଉଛି। ଦେଶ ଓ ରାଜ୍ୟରେ ଦରଦାମ ଏବଂ ବେରୋଜଗାରୀ ବଢିଚାଲିଛି। ବିଜେପି ଓ ବିଜେଡି ସରକାର କୃଷକ, ମହିଳା ବିରୋଧୀ । ମହିଳା ଯଦି ନିଷ୍ପତି ନେବେ ବିଜେଡି ସରକାର ହାରିବା ସୁନିଶ୍ଚିତ ବୋଲି କହିଛନ୍ତି ଜାତୀୟ କଂଗ୍ରେସ ମହିଳା ସଭାନେତ୍ରୀ ଅଳକା ଲାମ୍ବା। ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବସର ନେବା ସମୟ ଆସିଯାଇଛି: କଂଗ୍ରେସ ନେତ୍ରୀ ଅଳକା ଲାମ୍ବା

author img

By ETV Bharat Odisha Team

Published : Feb 21, 2024, 8:11 PM IST

Updated : Feb 21, 2024, 8:33 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବସର ନେବା ସମୟ ଆସିଯାଇଛି: କଂଗ୍ରେସ ନେତ୍ରୀ ଅଳକା ଲାମ୍ବା

ଭୁବନେଶ୍ବର: ରାଜ୍ୟରେ ବିଜେଡି ସରକାର ଶାସନ କ୍ଷମତାରେ ରହିବାର 25 ବର୍ଷ ହେବାକୁ ଯାଉଛି। ଦେଶ ଓ ରାଜ୍ୟରେ ଦରଦାମ ଏବଂ ବେରୋଜଗାରୀ ବଢିଚାଲିଛି। ଦିଲ୍ଲୀରେ ବିଜେପି ଓ ରାଜ୍ୟରେ ବିଜେଡି ଗୋଟିଏ ସରକାର ଚାଲିଛି। ଉଭୟ ସରକାର କୃଷକ, ମହିଳା ବିରୋଧୀ। ମହିଳା ଯଦି ନିଶ୍ଚିନ୍ତ କରିବେ ତେବେ ବିଜେଡି ସରକାର ହାରିବା ସୁନିଶ୍ଚିତ। ଆଜି କଂଗ୍ରେସ ଭବନରେ ନବ ନିଯୁକ୍ତ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ଦାୟିତ୍ବ ଗ୍ରହଣ ସମାରୋହରେ ଯୋଗଦେଇ ଏହା କହିଛନ୍ତି ମହିଳା କଂଗ୍ରେସ ଜାତୀୟ ସଭାନେତ୍ରୀ ଅଳକା ଲାମ୍ବା ।

ଅଧିକ ପଢନ୍ତୁ- ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ହେଲେ ମିନାକ୍ଷୀ ବାହିନୀପତି

ଅଳକା ଲାମ୍ବା କହିଛନ୍ତି ‘‘ଓଡିଶାରେ ବିଜେଡି ସରକାର ଶାସନ କରିବାକୁ 25 ବର୍ଷ ହେବାକୁ ଯାଉଛି। ଦେଶ ଓ ରାଜ୍ୟରେ ଦରଦାମ ଏବଂ ବେରୋଜଗାରୀ ବଢିଚାଲିଛି। ରାଜ୍ୟରେ ବିଜେଡି ବିଜେପି ମିଳିତ ସରକାର ଚାଲିଛି। ଉଭୟ ସରକାର କୃଷକ, ମହିଳା ବିରୋଧୀ। ମହିଳା ଯଦି ନିଶ୍ଚିନ୍ତ କରିବେ ତେବେ ବିଜେଡି ସରକାର ହାରିବା ସୁନିଶ୍ଚିତ। ଦେଶରେ ମହିଳାଙ୍କ ଉପରେ ଅତ୍ୟାଚାର 35 ପ୍ରତିଶତ ବଢିଛି।10 ଲକ୍ଷ ଝିଅ ଏବଂ ମହିଳା ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ସୁରକ୍ଷା ଦେବା କାହାର ଦାୟିତ୍ବ? ରାଜ୍ୟରେ ବିଜେଡି ସରକାର ଓଡିଶା ଲୋକଙ୍କୁ ନିଶା ସହ ଯଡିତ କରି ରଖିଛନ୍ତି। କଂଗ୍ରେସ ସରକାର ବେଳେ 114 କୋଟି ମଦରୁ ରାଜସ୍ବ ଆସୁଥିବା ବେଳେ ଏବେ ଏହା 6755 କୋଟିରେ ପହଞ୍ଚିଲାଣି। ରାଜ୍ୟରେ ପ୍ରତ୍ୟେକ ଦିନ 7 ଜଣ ମହିଳାଙ୍କର ବଳାତ୍କାର ହେଉଛି। ଆପଣ ମାନେ ଚୁପ ଅଛନ୍ତି ବୋଲି ଏହି ଅତ୍ୟାଚାର ବଢିଚାଲିଛି। ସରକାର କହୁଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀ କରି 73 ଲକ୍ଷ ମହିଳାଙ୍କୁ ରୋଜଗାର ଦେଇଛୁ । କିନ୍ତୁ ପ୍ରଶ୍ନ ହେଉଛି ସେମାନେ କେତେ ଟଙ୍କା ପାଇଛନ୍ତି ? କଂଗ୍ରେସ ସରକାର ସମୟରେ 410 ଟଙ୍କାରେ ରନ୍ଧନ ଗ୍ୟାସ ମିଳୁଥିବା ବେଳେ ଏବେ 1200 ଟଙ୍କା ହେଇଗଲାଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅବସର ନେବା ସମୟ ଆସିଯାଇଛି। ଏହି ଅବସର ତାଙ୍କୁ ମହିଳାମାନେ ହିଁ ଦେବେ। ମହିଳାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ କଂଗ୍ରେସ ମହିଳାଙ୍କ ସାଙ୍ଗରେ ରହିଛି ରହିଥିବ।’’

ସେହିପରି ଓଡିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମିନୀକ୍ଷୀ ବାହିନୀପତି କହିଛନ୍ତି ରାଜ୍ୟ ସରକାର ଦୁର୍ନୀତିରେ ବୁଡି ରହିଛନ୍ତି । ମାଟି ମା ପ୍ରତି ସମ୍ମାନ ନାହିଁ ସରକାରଙ୍କର। ସରକାର ରାଜ୍ୟର ଖଣି ଖାଦାନ ବାହାରଲୋକଙ୍କୁ ବିକ୍ରି କରିଦେଉଛନ୍ତି । ଯେଉଁ ଯୁବକ ଯୁବତୀମାନେ ନିଯୁକ୍ତି ପାଇଁ ସ୍ବପ୍ନ ଦେଖିଥିଲେ ତାଙ୍କୁ କଣ ମିଳିଛି? ରାଜ୍ୟରେ ତ ଲକ୍ଷ ଲକ୍ଷ ସରକାରୀ ପଦ ପଦବୀ ଖାଲି ପଡିଛି । ରୋଜଗାର ନଥିବାରୁ ରାଜ୍ୟର ଯୁବକ ଯୁବତୀ ମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ସରକାର ନିର୍ବାଚନ ଆସିଲେ ଅନେକ ଯୋଜନା କଥା କହୁଛନ୍ତି କିନ୍ତୁ ସତ ହେଉଛି ଏବେବି ଅନେକ ଆଦିବାସୀ ଅଞ୍ଚଳ ରହିଛି ଯେଉଁଠିକି ଗମନାଗମନ ପାଇଁ ରାସ୍ତା ନାହିଁ। ଅସୁସ୍ଥ ମହିଳା ଖଟିଆରେ ବୁହାହୋଇ ଆସୁଛନ୍ତି । ସେଠି ଲକ୍ଷ୍ମୀ ବସ ଚଳେଇଲେ ଲାଭ କଣ?

ମିନାକ୍ଷୀ ଆହୁରି କହିଛନ୍ତି ମଧ୍ୟବିତ୍ତ ଗୃହିଣୀମାନଙ୍କ ପାଇଁ କଣ କରିଛନ୍ତି ସରକାର। ଦରଦାମ ଆକାଶ ଛୁଆଁ ହୋଇଛି। ପୂର୍ବରୁ କେନ୍ଦ୍ରରେ କଂଗ୍ରେସ ସରକାର ସମୟରେ ହିଁ ସମସ୍ତ ଯୋଜନା ଦେଶର ଜନତାଙ୍କ ପାଇଁ ହୋଇଛି । ଇନ୍ଦିରା ଆବାସ, ଚାଉଳ, ଏସଏଜି ଭଳି ଯୋଜନା କଂଗ୍ରେସ ସରକାର ଅମଳରେ ହିଁ ହୋଇଛି । ତେଣୁ ଦେଶ ଏବଂ ରାଜ୍ୟରେ କଂଗ୍ରେସ ସରକାର ହିଁ ଏକ ବିରାଟ ପରିବର୍ତ୍ତନ ଆଣିପାରିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 21, 2024, 8:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.