ଫୁଲବାଣୀ: କନ୍ଧମାଳ-ଗଜପତି ଜିଲ୍ଲାର ସୀମାନ୍ତ ପାହଡି କ୍ଷେତ୍ରରେ କାହିଁ କେଉଁ କାଳରୁ ପୂଜା ପାଇ ଆସୁଛନ୍ତି ମାଁ ସାତଭଉଣୀ । କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି ଓ ବ୍ରାହ୍ମଣୀଗାଁ ରାସ୍ତାର ପାଣିଗଣ୍ଡା ଦେଇ ଗଜପତି ଜିଲ୍ଲାକୁ ଆସିବା ସମୟରେ ରାସ୍ତାକଡରେ ମା’ଙ୍କ ମନ୍ଦିର । ବହୁବର୍ଷ ପୂର୍ବରୁ ପୂଜା ପାଇ ଆସୁଥିବା ମାଁ ସାତଭଉଣୀଙ୍କ ମନ୍ଦିରରେ ବର୍ଷ ତମାମ ଜାରି ରହିଥାଏ ମା’ଙ୍କର ପୂଜାର୍ଚ୍ଚନା । ଏପରିକି ଉକ୍ତ ସୀମାନ୍ତ ରାସ୍ତାରେ ଯେଉଁ ବ୍ୟକ୍ତିବିଶେଷ ଯାଆନ୍ତି ସେ କିଛି ସମୟ ପାଇଁ ମା’ଙ୍କ ମନ୍ଦିର ନିକଟରେ ଅଟକି ଯାଇ ମା’ଙ୍କ ଆଶିଷ ନେବାକୁ ଭୁଲନ୍ତି ନାହିଁ ।
- ମା’ଙ୍କ ଆବିର୍ଭାବ ସମ୍ପର୍କରେ ରହିଛି ଭିନ୍ନ ଏକ କିମ୍ବଦନ୍ତି :-
ମା‘ଙ୍କ ପୂଜକଙ୍କ କହିବା କଥା ମା’ ଜଙ୍ଗଲଘେରା ଅଞ୍ଚଳରୁ ବାହାରି ସ୍ଥାନୀୟ ଅଞ୍ଚଳରେ ପରିକ୍ରମା କରୁଥିଲେ । ଏକଦା ସେ ଏହି ସ୍ଥାନରେ କିଛି ସମୟ ଆଶ୍ରୟ ନେଇଥିଲେ । ସେହି ସମୟରେ ମା’ ଏଠାରେ ଶିଳା ପାଲଟି ଯାଇଥିଲେ । ପରବର୍ତ୍ତୀ ସମୟରେ ଏଠାରେ ମା’ଙ୍କ ମନ୍ଦିର ନିର୍ମାଣ କରାଯାଇ ମା’ଙ୍କ ପ୍ରତିମାଙ୍କୁ ସ୍ଥାପନା କରାଯାଇଥିଲା । ସେବେଠାରୁ ମା’ଙ୍କୁ ଏଠାରେ ପୂଜାର୍ଚ୍ଚନା କରାଯାଇ ଆସୁଛି ।
- ଶାରଦୀୟ ପୂଜାରେ କରାଯାଏ ସ୍ବତନ୍ତ୍ର ନୀତିକାନ୍ତି:-
ପ୍ରତ୍ୟହ ଭୋରରୁ ମା’ଙ୍କ ପୂଜା ନୀତିକାନ୍ତି ଆରମ୍ଭ ହୋଇଥାଏ । ପାରମ୍ପରିକ ରୀତିନୀତିରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଭକ୍ତଙ୍କ ପକ୍ଷରୁ ମନ୍ଦିରକୁ ପ୍ରଦାନ କରାଯାଉଥିବା ଦାନ ଅର୍ଥରେ ମନ୍ଦିର ପରିଚାଳନା ହେଉଛି । ସେହିପରି ଦୈନିକ ପୂଜାର୍ଚ୍ଚନା ସହିତ ବର୍ଷର ଶାରଦୀୟ ପୁଜା ସମୟରେ ଏଠାରେ ମା’ଙ୍କ ସ୍ବତନ୍ତ୍ର ନୀତିକାନ୍ତି ହେବାର ପରମ୍ପରା ରହିଛି । ଶାରଦୀୟ ପାର୍ବଣର ମହାଷ୍ଟମୀ, ମହାନବମୀ ଏବଂ ଦଶହରା ଅବସରରେ ମା’ଙ୍କ ବିଶେଷ ପୂଜା ବିଧି ରହିଛି । ସେହିପରି ଚୈତ୍ର ମାସର ପଣା ସଂକ୍ରାନ୍ତିରେ ମଧ୍ୟ ମା’ଙ୍କୁ ବିଶେଷ ନୀତକାନ୍ତି ସହ ପୂଜାର୍ଚ୍ଚନା କରାଯାଇଥାଏ ।
ଏହା ବି ପଢନ୍ତୁ...ଶାବର ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ - Sabara Shrikhetra Koraput ଏହା ବି ପଢନ୍ତୁ...ଘୋଷଯାତ୍ରା ପ୍ରସ୍ତୁତି, ପୁରୀରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ ରଥକାଠ - Rath Yatra 2024 |
- ମାନସିକ ରଖିଲେ ପୂରଣ କରନ୍ତି ମା’
ଏହି ସମୟରେ ରାଜ୍ୟ ତଥା ରାଜ୍ୟ ବାହରରୁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ । ବିଶ୍ବାସ ରହିଛି, ମା’ଙ୍କ ନିକଟରେ ମାନସିକ ରଖି ଭକ୍ତଟିଏ ଯାହା କମନା କରେ, ତାହା ଅବଶ୍ୟ ପୂରଣ ହୋଇଥାଏ । ମନକ୍ସାମନା ପୂର୍ଣ୍ଣ ହେବା ପରେ ବହୁ ଶ୍ରଦ୍ଧାଳୁ ଏଠାକୁ ଆସି ପୂଜାର୍ଚ୍ଚନା କରିଥାନ୍ତି ।
ଇଟିଭି ଭାରତ ବ୍ରହ୍ମପୁର