ETV Bharat / state

ପ୍ରେମକୁ ମିଳିଲାନି ସ୍ବୀକୃତି; ଚଳନ୍ତା ଟ୍ରେନ୍ ଆଗକୁ ଡେଇଁଲେ ପ୍ରେମୀଯୁଗଳ, ପ୍ରେମିକା ମୃତ, ପ୍ରେମିକର କଟିଲା ଗୋଡ - Couple Attempts Suicide

author img

By ETV Bharat Odisha Team

Published : Aug 20, 2024, 9:22 PM IST

Updated : Aug 20, 2024, 9:58 PM IST

Lovebird Attempt Suicide: ପରିବାର ଲୋକେ ପ୍ରେମ ବିବାହକୁ ବିରୋଧ କରିବାରୁ ପ୍ରେମିକ ଏବଂ ପ୍ରେମିକା ଚରମ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢ଼ନ୍ତୁ

Lovebird Attempts Suicide
Lovebird Attempts Suicide (ETV Bharat Odisha)

ଭବାନୀପାଟଣା: ଦୁହେଁ ଦୁହିଁଙ୍କୁ ଜୀବନଠୁ ଅଧିକ ଭଲ ପାଉଥିଲେ । ସାତ ଜନମର ସାଥୀ ହେବେ ଦୁହେଁ ଦୁହିଁକୁ କଥା ଦେଇଥିଲେ । ହେଲେ ସେମାନଙ୍କ ପ୍ରେମକୁ ମିଳିଲାନି ପାରିବାରର ସ୍ବୀକୃତି । ପ୍ରେମ ବିବାହାକୁ ବିରୋଧ କଲେ ପରିବାର । ଫଳରେ ଚରମ ନିଷ୍ପତ୍ତି ନେଲେ ପ୍ରେମୀ ଯୁଗଳ । ଟ୍ରେନ ଆଗକୁ ଡେଇଁ ପ୍ରେମୀ ଯୁଗଳ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଘଟଣାସ୍ଥଳରେ ହିଁ ଯୁବତୀଙ୍କ ମୃତ୍ୟୁ ଘଟିଛି । ଏଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡିରେ ।

ବିବାହ ପାଇଁ ମନା କଲେ ପରିବାର ଲୋକେ:

ଜିଆରପି ପୋଲିସର ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ବୁନେକେଲା ଗାଁର ଘନଶ୍ୟାମ ବାଗ ଓ ସେହି ଗାଁର ଜଣେ ନାବାଳିକା ଝିଅଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ସେମାନଙ୍କ ସମ୍ପର୍କକୁ ଉଭୟଙ୍କ ପରିବାର ଲୋକେ ବିରୋଧ କରିବା ସହ ଦୁହିଁ ବିବାକୁ ନେଇ ଅରାଜି ହୋିତିଲେ । ଶେଷରେ ଚରମ ନିଷ୍ପତ୍ତି ନେଇଥିଲେ ପ୍ରେମୀ ଯୁଗଳ । ଆଜି କେସିଙ୍ଗାରୁ ଟିଟଲାଗଡକୁ ସଂଯୋଗ କରୁଥିବା ରେଳ ଲାଇନର ତେଲ ନଦୀ ଉପରେ ଥିବା ରେଳ ବ୍ରିଜ ଉପରେ ହଟାତ କେସିଙ୍ଗା ପାର୍ଶ୍ବରୁ ଟିଟଲାଗଡକୁ ଯାଉଥିବା ବାଲବାହୀ ରେଳ ଆଗକୁ ଡେଇଁ ପଡ଼ିଥିଲେ ପ୍ରେମୀ ଯୁଗଳ ।

ନାବାଳିକା ପ୍ରେମୀକାର ମୃତ୍ୟୁ:

ସେପଟେ ନିକଟରେ ଥିବା କିଛି ଲୋକ ଏହାକୁ ଦେଖି ରେଳବାଇ ପୋଲିସକୁ ଖବର ଦେବା ପରେ ଟିଟଲାଗଡ ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଟ୍ରେନ ଧକ୍କାରେ ଘନଶ୍ୟାମ ବାଗଙ୍କ ଗୋଟିଏ ପାଦ କଟି ଯାଇଛି । ଅନ୍ୟପକ୍ଷରେ ଘନଶ୍ୟାମ ସାଙ୍ଗରେ ଟ୍ରେନ ଆଗକୁ ଡେଇଁଥିବା ନାବାଳିକା ଝିଅର ମୃତ୍ୟୁ ଘଟିଛି । ଆହତ ଘନଶ୍ୟାମକୁ ଉଦ୍ଧାର କରି ପ୍ରଥମେ ଟିଟଲାଗଡ ମେଡିକାଲ ଓ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ବେଳେ ବର୍ତ୍ତମାନ ସେ ଗୁରୁତର ଅଛନ୍ତି । ରେଳବାଇ ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ଅନଲାଇନ ଗେମ ହେଲା କାଳ, 5 ଲକ୍ଷ ହରାଇ ଜୀବନ ହାରିଲେ ଯୁବକ - Suicide Linked To Online Game

ଇଟିଭି ଭାରତ, କଳାହାଣ୍ଡି

Last Updated : Aug 20, 2024, 9:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.