ETV Bharat / state

ପଞ୍ଚାୟତ କାର୍ଯ୍ୟାଳୟରେ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିଲେ ଦୁର୍ବୃତ୍ତ

author img

By ETV Bharat Odisha Team

Published : Feb 7, 2024, 6:54 PM IST

Loot in Panchayat Office: ପଞ୍ଚାୟତ କାର୍ଯ୍ୟାଳୟରୁ ଲୁଟ । ଢେଙ୍କାନାଳ ଜିଲ୍ଲାର ଏକ ପଞ୍ଚାୟତ କାର୍ଯ୍ୟାଳୟର ତାଲା ଭାଙ୍ଗି ସାମଗ୍ରୀ ଲୁଟି ନେଲେ ଦୁର୍ବୃତ୍ତ । ଅଧିକ ପଢ଼ନ୍ତୁ

ପଞ୍ଚାୟତ କାର୍ଯାଳୟରେ ଚୋରି
ପଞ୍ଚାୟତ କାର୍ଯାଳୟରେ ଚୋରି
ପଞ୍ଚାୟତ କାର୍ଯାଳୟରେ ଚୋରି

ଢେଙ୍କାନାଳ: ପଞ୍ଚାୟତ କାର୍ଯ୍ୟାଳୟରୁ ଲୁଟ । ଢେଙ୍କାନାଳ ଜିଲ୍ଲାର ଏକ ପଞ୍ଚାୟତ କାର୍ଯ୍ୟାଳୟର ତାଲା ଭାଙ୍ଗି ସାମଗ୍ରୀ ଲୁଟ କଲେ ଦୁର୍ବୃତ୍ତ । ଲକ୍ଷାଧିକ ଟଙ୍କାର ଇଲେଟ୍ରୋନିକ ସାମଗ୍ରୀ ସାଙ୍ଗକୁ ତିରିଶ ହଜାର ଟଙ୍କା ଚୋରି ହୋଇଛି । ଆନୁମାନିକ ୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବାଉଁଶପାଳ ପଞ୍ଚାୟତରେ ହୋଇଛି ଚୋରି । ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ପଞ୍ଚାୟତ ତାଲା ଭାଙ୍ଗି କାର୍ଯ୍ୟାଳୟ ଭିତରକୁ ପଶିଥିବା ଅନୁମାନ କରାଯାଉଛି । ସେଠାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ଆସିଛି । ଚୋରି ସାମଗ୍ରୀର ଆନୁମାନିକ ମୂଲ୍ୟ ୫ଲକ୍ଷରୁ ଊର୍ଦ୍ଧ୍ବ ବୋଲି କହିଛନ୍ତି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ତେବେ ଚୋରି ହୋଇଥିବା ସାମଗ୍ରୀରେ ପଞ୍ଚାୟତ କାର୍ଯ୍ୟାଳୟରେ ଥିବା LED ଟିଭି, ଇନ୍‌ଭଟର, ଇନ୍‌ଭଟର ବ୍ୟାଟେରୀ, ସାଉଣ୍ଡ ମେସିନ, ଅଫିସ ସାମଗ୍ରୀ ରହିଛି । ତା‘ ଛଡ଼ା ଭତ୍ତା ଟଙ୍କା ଏବଂ ହରିଶ୍ଚନ୍ଦ୍ର ଯୋଜନା ପାଇଁ ଥିବା ପ୍ରାୟ ୩୦ହଜାର ଟଙ୍କା ଚୋରି ହୋଇଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.... ବୌଦ୍ଧରେ ଥମୁନି ମନ୍ଦିରରୁ ସିରିଜ ଚୋରି, ପୋଲିସ ଓ ଅବକାରୀ ବିଭାଗ ଉପରେ ବର୍ଷିଲା ଜିଲ୍ଲା ବିଜେପି

ସୂଚନା ଅନୁଯାୟୀ, ରାତ୍ର ଜଗୁଆଳୀ ସକାଳୁ ଆସି ପଞ୍ଚାୟତ ଖୋଲାଥିବା ଦେଖିଥିଲେ । ପରେ ସେ ସରପଞ୍ଚ ସନ୍ଧ୍ୟାରାଣୀ ସେଣ୍ଢଙ୍କୁ ଚୋରି ହୋଇଥିବା ଘଟଣା ଜଣାଇଥିଲେ । ସରପଞ୍ଚ କାମାକ୍ଷାନଗର ଥାନାରେ ଅଭିଯୋଗ କରିଥିଲେ । ଘଟଣା ସ୍ଥଳ କାମାକ୍ଷାନଗର ପୋଲିସ ପହଞ୍ଚି ଅଭିଯୋଗ ଆଧାରରେ ତଦନ୍ତ ଜାରି ରଖିଛି l ତେବେ ପଞ୍ଚାୟତ ଅଫିସର ସମସ୍ତ ଘରର କବାଟ ତାଲା ସହିତ ଷ୍ଟିଲ ଆଲମାରି ଗୁଡିକ ଭଙ୍ଗା ହୋଇଥିବା ଜଣାପଡିଛି ।

କାର୍ଯ୍ୟାଳୟର କାଗଜ ପତ୍ର ସବୁ ଏଣେତେଣେ ପଡ଼ିଥିବାର ଦେଖିବାକୁ ମିଳିଥିଲା । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଫିସ ଷ୍ଟିଲ ଆଲମାରୀରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ବହୁମୂଲ୍ୟ ସାମଗ୍ରୀ ଚୋରି ହୋଇଛି। ସରକାରୀ ଯୋଜନା ପାଇ ଆସିଥିବା ସାମଗ୍ରୀ ସବୁ ଲୁଟ ହୋଇଛି l ତେବେ ପୋଲିସ ପୋଲିସକୁ କୌଣସି ସୁରାଗ ମିଳି ନଥିବା ବେଳେ ତଦନ୍ତ ଜାରି ରହିଛି । ପଞ୍ଚାୟତ ଅଫିସ ପରିସରରେ ଗତ ଜାନୁଆରୀ ମାସ ୨୦ ତାରିଖରୁ ଜାରି ରହିଛି ‘ଆମ ଓଡିଶା ନବୀନ ଓଡିଶା’ ସଚେତନ କାର୍ଯ୍ୟକ୍ରମ । ଆଜି ଥିଲା ସଚେତନତା କାର୍ଯ୍ୟକ୍ରମର ଶେଷ ଦିନ ଅଟେ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.