ETV Bharat / state

ଭୋଟ ଗଣତି ପରେ ଗଣ୍ଡଗୋଳ ଆଶଙ୍କା, ଚାରିଆଡ଼େ ବ୍ୟାପକ ଫୋର୍ସ ମୁତୟନ - Vote counting

Vote Counting:ଭୋଟ ଗଣତି ପରେ ବିଗିଡ଼ି ପାରେ ଆଇନଶୃଙ୍ଖଳା । ସ୍ଥିତି ନିୟନ୍ତ୍ରଣ ପାଇଁ ପୂର୍ବ ପ୍ରସ୍ତୁତି କରିଛି ପୋଲିସ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jun 3, 2024, 11:03 PM IST

Vote Counting
Vote Counting (ETV Bharat Odisha)

ଭୁବନେଶ୍ବର: ଆସନ୍ତାକାଲି ଭୋଟ ଗଣତି । ଭୋଟ ଗଣତି ପରେ ବିଗିଡ଼ି ପାରେ ଆଇନଶୃଙ୍ଖଳା । ପରିସ୍ଥିତି ଉପରେ ନଜର ରଖିବାକୁ ପର୍ଯ୍ୟାପ୍ତ ଫୋର୍ସ ମୁତୟନ କରାଯାଇଛି । ରାଜ୍ୟର ୩୪ ପୋଲିସ ଜିଲ୍ଲାରେ ୨୧୮ପ୍ଲାଟୁନ ମୁତୟନ ହୋଇଛନ୍ତି । ଇଭିଏମ ଓ ଗଣତି କେନ୍ଦ୍ରର ଭିତରେ‌ ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି ।ଏନେଇ ସୂଚନା ଦେଇଛନ୍ତି ଏଡିଜି ସଞ୍ଜୟ କୁମାର । ସେ କହିଛନ୍ତି, "ମୋଟ ୬୯ଟି ଇଭିଏମ ଷ୍ଟ୍ରଙ୍ଗ ରୁମରେ ଗଣତି ହେବ। କେବଳ ଗୋଟିଏ ସ୍ଥାନରେ‌ ପୋଷ୍ଟାଲ ବାଲାଟ ଗଣତି କରାଯିବ । ଅର୍ଥାତ୍ ମୋଟ ୭୦ଟି ସ୍ଥାନରେ ଭୋଟ ଗଣତି ପ୍ରକ୍ରିୟା ହେବ। କାଲି (୪ ତାରିଖ) ସକାଳୁ ଗଣତି ହେବାକୁ ଥିବାବେଳେ ଆଜି ରାତିଠୁ ଫୋର୍ସ ନିୟୋଜିତ କରାଯାଇଛି । ଏନେଇ ଅତିରିକ୍ତ ୮୯ କମ୍ପାନୀ ସେଣ୍ଟ୍ରାଲ ଫୋର୍ସ ଅଧିକ ସହ ଆହୁରି ୯ କମ୍ପାନୀ ସେଣ୍ଟ୍ରାଲ ଫୋର୍ସ ଆସୁଛନ୍ତି । ମୋଟ ୧୧୫ କମ୍ପାନୀ ସେଣ୍ଟ୍ରାଲ ଫୋର୍ସ ମୁତୟନ ରହିବେ ।"

Vote Counting (ETV Bharat Odisha)

ଭୋଟ ଗଣତି କେନ୍ଦ୍ରକୁ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ଅନୁମତି ମିଳିବ । ମୋବାଇଲ ବ୍ୟବହାର‌ ପାଇଁ ଭୋଟ ଗଣତି କେନ୍ଦ୍ର ଭିତରକୁ ଅନୁମତି ଦିଆଯିବନାହିଁ । ଭୋଟ ଗଣତି କେନ୍ଦ୍ରକୁ ଯିବା ପୂର୍ବରୁ ପୋଲିସ ଚେକିଂ ହେବ । ପରେ ସେଣ୍ଟ୍ରାଲ ଫୋର୍ସ ମଧ୍ୟ ଚେକ୍ କରି ଭିତରକୁ ଛାଡ଼ିବେ । ଏନେଇ ଛୁରି କିମ୍ବା କୌଣସି ଆପତ୍ତି ସାମଗ୍ରୀକୁ ଅନୁମତି ଦିଆଯିବ ନାହିଁ । ଅନୁମତିପ୍ରାପ୍ତ ଭିଡିଓ ସୁଟିଂ ପାଇଁ କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ ଅନୁମତି ମିଳିବ । ସିସିଟିଭି ସର୍ଭିଲାନ୍ସରେ ରହିବ ଭୋଟ ଗଣତି କେନ୍ଦ୍ର । ଗଣତି କେଦ୍ରର ବାହାରେ ଅର୍ଥାତ୍ ସହର ଛକ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ଆଇନଶୃଙ୍ଖଳା ପାଇଁ ୨୧୮ ପ୍ଲାଟୁନ ଫୋର୍ସ ୩୪ଟି‌ ପୋଲିସ ଜିଲ୍ଲାରେ ମୁତୟନ ହେବେ । ଗଣତି ପରେ ଯଦି ଲ ଆଣ୍ଡ ଅର୍ଡର ହୁଏ ତେବେ ସେଣ୍ଟ୍ରାଲ ଫୋର୍ସ ମଧ୍ୟ ସେ କାମରେ ନିୟୋଜିତ ରହିବେ । ଗଣତି କେନ୍ଦ୍ରରେ ପାଓ୍ବାର ବ୍ୟାକ୍ ଅପ୍ ଶତ ପ୍ରତିଶତ ରହିବ । ବିଭିନ୍ନ ଜିଲ୍ଲାରେ ପାର୍ଟି ସେଲିବ୍ରେସନ ବା ବିଜୟ ଉତ୍ସବ ପାଳନ ପାଇଁ ସ୍ଥାନୀୟ ପୋଲିସର ଅନୁମତି ନେବାକୁ ହେବ । ଏନେଇ ଟ୍ରାଫିକ ପରିଚାଳନା ଆଇନଶୃଙ୍ଖଳା ଆଦି ସବୁ ଦିଗକୁ ଗୁରୁତ୍ବ ଦିଆଯିବ । ଆଇନଶୃଙ୍ଖଳା ମୁକାବିଲା ପାଇଁ ଫୋର୍ସକୁ ସେମାନଙ୍କର ସରଞ୍ଜାମ ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ବି ପଢନ୍ତୁ...BJB କ୍ୟାମ୍ପସରେ ଭୋଟ ଗଣତି: LED ସ୍କ୍ରିନ ଓ DJରେ ହେବ ଫଳାଫଳ ଘୋଷଣା - Special Arrangement For Counting

ଡବଲ ବ୍ୟାରିକେଡରେ କାଉଣ୍ଟିଂ ହେବ । କୌଣସି ଯାଗାରେ ଗଣ୍ଡଗୋଳ ଆଶଙ୍କା ହେଲେ ସେମାନଙ୍କୁ ପୋଲିସ ସହ ଆଲୋଚନା କରି ସେମାନଙ୍କୁ ଅନୁମତି ଦିଆଯିବ । ଅଯଥାରେ କେହି କେଉଁଠି ଗହଳି କରିବାକୁ ବାରଣ କରାଯାଇଛି । ସ୍ଥାନୀୟ ପୋଲିସ ଏନେଇ ଆଗୁଆ ଚେକିଂ କରିବେ। ସାଧା ପୋଷାକରେ ମଧ୍ୟ ପୋଲିସ ମୁତୟନ ରହିବେ । ଏକ୍ଜୁକ୍ୟୁଟିଭ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ମଧ୍ୟ ବିଭିନ୍ନ ଜାଗାରେ ରହିବେ । ପୋଲିସ ତରଫରୁ ଟ୍ରାଫିକ ବ୍ୟବସ୍ଥା ହେବ। ସ୍ବୀକୃତି ମିଳିଲା ସେଲିବ୍ରେସନ ଆଦି କରିପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.