ETV Bharat / state

ଅବସରପ୍ରାପ୍ତ ସେନାନୀଙ୍କୁ ନେଇ ବିଜେପିର ବିଶେଷ ସମ୍ପର୍କ ଅଭିଯାନ, ସାମିଲ ହେଲେ ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ - LOK SABHA ELECTION 2024 - LOK SABHA ELECTION 2024

Trivendra Singh Rawat in Balasore: ବିଜେପି ଫୋକସରେ ଓଡିଆ । ସେନାନୀଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ବୈଠକ କଲେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ । ଅଧିକ ପଢନ୍ତୁ

Trivendra Singh Rawat visit balasore
Trivendra Singh Rawat visit balasore (ETV Bharat)
author img

By ETV Bharat Odisha Team

Published : May 8, 2024, 3:45 PM IST

Updated : May 8, 2024, 4:15 PM IST

Trivendra Singh Rawat visit Balasore (ETV Bharat)

ବାଲେଶ୍ଵର: ନିର୍ବାଚନ ପାଖେଇ ଆସୁଥିବା ବେଳେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ଦଳ । ବିଜେପି ଫୋକସରେ ରହିଛି ଓଡିଶା । ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି ନେତାମନ୍ତ୍ରୀ । ଏହି କ୍ରମରେ ସେମାମାନଙ୍କୁ ନେଇ ବିଜେପିର ବିଶେଷ ସମ୍ପର୍କ ଅଭିଯାନ ଆୟୋଜିତ ହୋଇଥିଲା । ସହଦେବଖୁଣ୍ଟା ସ୍ଥିତ ମାହେଶ୍ୱରୀ ଭବନରେ ପୂର୍ବତନ ସେନା କର୍ମଚାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଯୋଗ ଦେଇଥିଲେ ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ।

ବାଲେଶ୍ବର ସଦରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ସଂଯୁକ୍ତା ମହାପାତ୍ର ମଞ୍ଚ ଆହ୍ଵାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଯୋଗ ଦେଇଥିଲେ । ୨୦୧୪ରେ ଦେଶରେ ମୋଦି ସରକାର ହେବା ପରେ ଭାରତ ସରକାର ସଦା ସର୍ବଦା ଭାରତୀୟ ସେନାର ମନୋବଳ ବୃଦ୍ଧି କରିବା ସହ ସେନା କର୍ମଚାରୀ ତଥା ତାଙ୍କର ପରିବାରବର୍ଗଙ୍କୁ ଉଚିତ ସମ୍ମାନ ପ୍ରଦାନ କରିଛନ୍ତି ବୋଲି ତ୍ରିବେନ୍ଦ୍ର ସିଂ ରାୱତ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବାଲେଶ୍ବର ଲୋକସଭା ଆସନରେ କିଏ ମାରିବ ବାଜି ? ପ୍ରତାପ-ଶ୍ରୀକାନ୍ତ-ଲେଖାଶ୍ରୀଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ - Balasore Lok Sabha Election 2024

ସେନାକୁ ଆଧୁନିକ ଅସ୍ତ୍ରଶସ୍ତ୍ର, ବୁଲେଟ୍ ପ୍ରୁଫ ଜ୍ୟାକେଟ ଯୋଗାଇବା ସହିତ ବର୍ତ୍ତମାନ ସେନାକୁ କୌଣସି ଜରୁରୀ ନିଷ୍ପତ୍ତି ପାଇଁ ଦିଲ୍ଲୀର ଅନୁମତି ନେବାକୁ ପଡୁନାହିଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି । ମୋଦି ସରକାର ସମୟରେ ଦେଶର ସୀମା ସୁରକ୍ଷିତ ରହିଛି ଏବଂ ମୋଦିଙ୍କ ତୃତୀୟ ପାଳିରେ ଦେଶର ପ୍ରତିରକ୍ଷା ବିଭାଗ ଆହୁରି ଅଧିକ ଶକ୍ତିଶାଳୀ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ ।

ପ୍ରକାଶଥାଉକି, ପୂର୍ବରୁ ତ୍ରିବେନ୍ଦ୍ର ସିଂ ରାୱତ ନୀଳଗିରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ସେଠାରେ ବିଜେଡି ସରକାର ଦୀର୍ଘ ବର୍ଷ ହେବ ରାଜ୍ୟବାସୀଙ୍କୁ ଦଳିତ କରିଆସୁଛନ୍ତି, ଯଦି ବିଜେପି ଆସେ ତେବେ ବିକାଶର ଧାରାରେ ଓଡିଶା ଅଗ୍ରଗତି କରିବ ବୋଲି ଉପସ୍ଥିତ ସାଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ଓ ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କ ପ୍ରଚାରରେ ସେ କହିଥିଲେ । ବିଜେଡିର ଇଞ୍ଜିନ ଦୀର୍ଘ ବର୍ଷ ଚାଲି ସିଜ ହୋଇଗଲାଣି ଏହାକୁ କାଢି ଫୋପାଡିବା ଓ ଓଡିଶାରେ ପଦ୍ମ ଫୁଲ ଫୁଟାଇବା ପାଇଁ ସେ ଆହ୍ବାନ ଦେଇଛନ୍ତି । ତେବେ ଚଳିତ ଥର ଲୋକସଭା ନିର୍ବାଚନରେ ବିଜେପିର ପ୍ରତାପ ଷଡ଼ଙ୍ଗୀ, ବିଜେଡିର ଲେଖାଶ୍ରୀ ସାମନ୍ତସିଂହାର ଏବଂ କଂଗ୍ରେସର ଶ୍ରୀକାନ୍ତ ଜେନାଙ୍କ ମଧ୍ୟରେ ବିଗ୍‌ ଫାଇଟ ହେବ ବୋଲି ଆଲୋଚନା ହେଉଛି ।

ଇଟିଭି ଭାରତ, ବାଲେଶ୍ବର

Last Updated : May 8, 2024, 4:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.