ETV Bharat / state

ସୁନ୍ଦରଗଡ଼ରେ ଜୁଏଲଙ୍କ କାର୍ଯ୍ୟକୁ ବିରୋଧ, ଉନ୍ନତି ମୂଳକ କାର୍ଯ୍ୟ କରିନଥିବା ଜନତାଙ୍କ ମତ - Lok Sabha Election 2024 - LOK SABHA ELECTION 2024

Lok Sabha Election 2024: ସୁନ୍ଦରଗଡ଼ରେ ବୋହୁଛି ଜୁଏଲ ଓରାମ ବିରୋଧି ହାୱା। ସେ ଉନ୍ନତି ମୂଳକ କାର୍ଯ୍ୟ କରିନଥିବା ଅଭିଯୋଗ । ଅଧିକ ପଢନ୍ତୁ

Sundargarh Lok Sabha constituency
Sundargarh Lok Sabha constituency
author img

By ETV Bharat Odisha Team

Published : Mar 30, 2024, 5:10 PM IST

Sundargarh Lok Sabha constituency

ରାଉରକେଲା: ଲୋକସଭା ନିର୍ବାଚନକୁ ନେଇ ସରଗରମ ସୁନ୍ଦରଗଡ ରାଜନୀତି । ବିଜେପିରୁ ଜୁଏଲ ଓରାମ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ତିର୍କୀ । ବର୍ତ୍ତମାନ ସୁନ୍ଦରଗଡ ଲୋକସଭା ଆସନରେ ସାଂସଦ ରହିଛନ୍ତି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । କିନ୍ତୁ ଜନ କଲ୍ୟାଣକାରୀ ଯୋଜନା ବା ଲୋକଙ୍କ ନିକଟରେ ସାଂସଦ ପହଞ୍ଚି ପାରିନଥିବାରୁ ଜୁଏଲ ଓରାମଙ୍କ ବିରୋଧରେ ବଢୁଛି ଜନ ଅସନ୍ତୋଷ ।

ସାଂସଦ ହୋଇ ମଧ୍ୟ ଏହି ଲୋକସଭା ମଣ୍ଡଳୀରେ ଭଲ କାର୍ଯ୍ୟ କରିବାରେ ସେ ଫେଲ ମାରିଛନ୍ତି ବୋଲି ସାଧାରଣ ଲୋକଙ୍କ ମତ । ଆଜି ଯାଏଁ ସେ କହିଥିବା କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇନାହିଁ ଏବଂ ସେ କେବଳ ନିର୍ବାଚନ ସମୟରେ ହିଁ ଭେଟ ହୁଅନ୍ତି ଏବଂ ଏହାପରେ ତାଙ୍କର ଦେଖା ମିଳେନି । ଜିଲ୍ଲାରେ କାଁ ଭାଁ ସମୟରେ ଦେଖା ମିଳେ । ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ପାଞ୍ଚ ପାଞ୍ଚ ଥର ସାଂସଦ ଏବଂ ଦୁଇ ଥରର ବଣାଇ ବିଧାୟକ ଜୁଏଲ ଆଜି ଜିଲ୍ଲାର ଉନ୍ନତି କାର୍ଯ୍ୟରେ ଫେଲ ମାରିଥିବା ନେଇ ହୋଇଛି ଅଭିଯୋଗ।

ସୁନ୍ଦରଗଡ଼ ଜିଲ୍ଲାରେ ରହିଛି ବିଭିନ୍ନ ସମସ୍ୟା। ଭୋଟର ମାନଙ୍କ ନିକଟରେ ରହିଛି ସମସ୍ୟା ର ଲମ୍ବା ତାଲିକା। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସହ ଗ୍ରାମଞ୍ଚଳରେ ବିଭିନ୍ନ ମୌଳିକ ସୁବିଧା ଯୋଗାଇବାରେ ଅସଫଳ ହୋଇଛନ୍ତି ସାଂସଦ ଏବଂ ଲୋକଙ୍କ ଦୁଃଖ ବୁଝିବାରେ ମଧ୍ୟ ଅସଫଳ ହୋଇଛନ୍ତି ବୋଲି ଅଭିଯୋଗ ହେଉଛି। ଯୁବକ ଯୁବତୀଙ୍କ ପାଇଁ ରୋଜଗାର ଠାରୁ ଆରମ୍ଭ କରି ସବୁଥିରେ ସେ ଫେଲ ମାରିଥିବା କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁପ-ରଘୁନାଥପାଲ୍ଲୀରେ ଭୋଟରଙ୍କ ମୁଡ ପରଖିଲା ଇଟିଭି ଭାରତ: ମାଳ ମାଳ ସମସ୍ୟା, ବିଧାୟକ ଉପରେ ଅସନ୍ତୁଷ୍ଟ ଜନତା - General Election 2024

ସାଂସଦ ଜୁଏଲଙ୍କ ଏଭଳି କାର୍ଯ୍ୟକୁ ନେଇ ଲୋକେ ନିନ୍ଦା କରିଛନ୍ତି ଏବଂ କହିଛନ୍ତି ଯେ, ଜିଲ୍ଲାର ଉନ୍ନତି କାର୍ଯ୍ୟ ଏବଂ ଲୋକଙ୍କ ମୌଳିକ ଅସୁବିଧା ବୁଝିବା ଭଳି ସାଂସଦ ଟିଏ ଆମର ଦରକାର । କାରଣ ବର୍ତ୍ତମାନ ଯାଏ ସମ୍ପୂର୍ଣ୍ଣ ଜିଲ୍ଲାରେ ସାଂସଦ ଲୋକଙ୍କ ଠାରୁ ଦୂରରେ ଥିବା ଏବଂ ଲୋକଙ୍କ ପାଇଁ ଆଖି ଦୃଶିଆ କାର୍ଯ୍ୟ କରିନାହାନ୍ତି । ଜୁଏଲଙ୍କ ନିଜ ଗାଁ ବଣାଇ ଅଞ୍ଚଳରେ ତାଙ୍କୁ ନିନ୍ଦା କରାଯାଉଛି। ସମ୍ପୂର୍ଣ୍ଣ ଜିଲ୍ଲାରେ ଆଜିବି ଗମନାଗମନ ପାଇଁ ନାହିଁ ଭଲ ରାସ୍ତା, ଲୋକଙ୍କ ପାଖରେ ଆଜିବି ଅପହଞ୍ଚ ସରକାରୀ ଯୋଜନା ବୋଲି କହିଛନ୍ତି ଲୋକେ।

ପ୍ରଥମ ଥର ବଣାଇ ନିର୍ବାଚନ ମଣ୍ଡଳୀରୁ 1990 ରେ ବିଧାୟକ ହୋଇଥିଲେ ଜୁଏଲ ଏବଂ ପୁନଃ 1995 ରେ ମଧ୍ୟ ବଣାଇ ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । 1998 ରେ ସେ ସୁନ୍ଦରଗଡ଼ରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ଏହାପର 1999 ,2004 ଯାଏଁ ନିରନ୍ତର ଭାବରେ ବିଜେପି ଏଠାରେ ପ୍ରତିନିଧିତ୍ୱ କରୁଛି। 2009 ରେ କଂଗ୍ରେସର ହେମାନନ୍ଦ ବିଶ୍ୱାଳଙ୍କ ଠାରୁ ପରାସ୍ତ ହୋଇଥିଲେ ଜୁଏଲ ଏବଂ ଏହାପରେ ପୁଣି 2014 ସହ 2019 ରେ ଜନତାଙ୍କ ବିଶ୍ୱାସ ଜିତି ଜୁଏଲ ପୁଣି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.