ETV Bharat / state

ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଲେ ପ୍ରଦୀପ ପାଣିଗ୍ରାହୀ, ମୁଖ୍ୟମନ୍ତ୍ରୀଙ୍କୁ କଲେ କଟାକ୍ଷ - LOK SABHA ELECTION 2024 - LOK SABHA ELECTION 2024

Pradeep Panigrahi file Nomination: ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କଲେ ବ୍ରହ୍ମପୁର ବିଜେପିର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ୨୦୩୬ ମସିହାରେ ରାଜ୍ୟକୁ ଶ୍ରେଷ୍ଠ କରିବାକୁ ରଖିଥିବା ଲକ୍ଷ୍ୟକୁ କଲେ ସମାଲୋଚନା । ଅଧିକ ପଢନ୍ତୁ

Pradeep Panigrahi file Nomination
Pradeep Panigrahi file Nomination
author img

By ETV Bharat Odisha Team

Published : Apr 26, 2024, 3:31 PM IST

Pradeep Panigrahi file Nomination

ବ୍ରହ୍ମପୁର: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନାମାଙ୍କନର ଶେଷ ଦିନରେ ଆସି ନାମାଙ୍କନ ପତ୍ର ଦାଖଲ କଲେ ବ୍ରହ୍ମପୁର ବିଜେପିର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ଜିଲ୍ଲାର ସଦରମହକୁମା ଛତ୍ରପୁର ସ୍ଥିତ ଜିଲ୍ଲାପରିଷଦ କାର୍ଯ୍ୟାଳୟ ଠାରେ ପ୍ରଦୀପ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ଛତ୍ରପୁର ବିଧାନସଭାର ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ ସ୍ଥାନୀୟ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ନିଜର ନାମାଙ୍କନ ପ‌ତ୍ର ଦାଖଲ କରିଥିଲେ ।

ପ୍ରଦୀପ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ସମର୍ଥକଙ୍କ ସହ ବ୍ରହ୍ମପୁର ସହରର କୋର୍ଟପେଟା ଛକ ଠାରୁ ବାହାରି ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ପହଞ୍ଚିବା ପରେ ସେଠାକାର ଛତ୍ରପୁର ବିଧାନସଭା ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକଙ୍କ ସମର୍ଥକ ମାନେ ଭବ୍ୟ ସ୍ଵାଗତ କରିଥିଲେ । ଏହା ପରେ ଉଭୟଙ୍କ ହଜାର ହଜାର ସମର୍ଥକ ମୋଟର ସାଇକେଲ ଶୋଭାଯାତ୍ରା ଛତ୍ରପୁର ସହର ପରିକ୍ରମା କରିଥିଲେ । ପାଖାପାଖ ୧୫ ହଜାରରୁ ଊର୍ଦ୍ଧ୍ବ ଜନସାଧାରଣଙ୍କ ଶୋଭାଯାତ୍ରାରେ ସାମିଲ ହୋଇଥିବା ବେଳେ ଛତ୍ରପୁର ପୁତ୍ତିଗୋପାଳପୁର ଠାରୁ ସ୍ଥାନୀୟ ମୁଖ୍ୟ ବଜାର ଦେଇ ରିକାପଲ୍ଲୀ ପର୍ଯ୍ୟନ୍ତ ବିଜେପି ନେତା ଓ କର୍ମୀମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହା ପରେ ଉଭୟ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ସମସ୍ତେ ପଦ୍ମ ପୋଖରୀରେ ସାମିଲ ହୁଅନ୍ତୁ: ପ୍ରଦୀପ - Pradeep Panigrahi Press Meet

ତେବେ ଏନେଇ ପ୍ରଦୀପ ପାଣିଗ୍ରାହୀ କହିଥିଲେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ଵାସ ଏବଂ ସବକା ପ୍ରୟାସ ମୂଳମନ୍ତ୍ରକୁ ନେଇ ଭାରତୀୟ ଜନତା ପାର୍ଟି ନିର୍ବାଚନ ଲଢୁଛି । ଗତ ଦଶ ବର୍ଷର ବିଶ୍ଵସନୀୟତା ଏବଂ ଆଗାମୀ ପାଞ୍ଚ ବର୍ଷରେ ଦେଶର ବିକାଶ ଯାତ୍ରାକୁ ତ୍ବରାନ୍ବିତ କରି ବିକଶିତ ରାଷ୍ଟ୍ର ଭାବେ ଗଢ଼ିତୋଳିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସଂକଳ୍ପ ନେଇଛନ୍ତି, ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟିକୁ ବିଶ୍ଵାସକୁ ନେଇ ବିକଶିତ ଭାରତରେ ଗଞ୍ଜାମରେ ସାମିଲ୍ କରିବାକୁ ଏଥର ଗଞ୍ଜାମବାସୀ ମନ ବଳାଇଛନ୍ତି । ବ୍ରହ୍ମପୁର ଏବଂ ଛତ୍ରପୁରବାସୀ ଭାରତୀୟ ଜନତା ପାର୍ଟିର ଉଭୟ ବ୍ରହ୍ମପୁର ସାଂସଦ ଏବଂ ଛତ୍ରପୁର ବିଧାନସଭା ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ନିବେଦନ କରୁଛି । ଆୟୋଜିତ ଶୋଭାଯାତ୍ରାରେ ଜିଲ୍ଲା ଭାଜପା ସଭାପତି ଡ଼ା. ସୁବାସ ସାହୁ, ବିଜେପିର ଦିଗପହଣ୍ଡି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର, ଗୋପାଳପୁର ବିଧାୟକ ପାର୍ଥ ବିଭୂତି ଜେନା, ପୂର୍ବତନ ଉପବାଚସ୍ପତି ତଥା ବରିଷ୍ଠ ନେତା ରାମଚନ୍ଦ୍ର ପଣ୍ଡା, ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ପ୍ରମୁଖଙ୍କ ସମେତ ହଜାର ହଜାର ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ସମର୍ଥକ ଉପସ୍ଥିତ ରହିଥିଲେ ।

ସେପଟେ ନିଜର ପ୍ରାର୍ଥୀପତ୍ର ଦାଖଲ ପରେ‌ ଗଞ୍ଜାମ ଜିଲ୍ଲାର ଗ୍ରସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ବକ୍ତବ୍ୟକୁ ନେଇ ସମାଲୋଚନା କରିଛନ୍ତି । ୨୦୩୬ ମସିହାରେ ରାଜ୍ୟକୁ ଶ୍ରେଷ୍ଠ କରିବାକୁ ରଖିଥିବା ଲକ୍ଷ୍ୟକୁ ସମାଲୋଚନା କରିଛନ୍ତି ପ୍ରଦୀପ । ଗତ ୨୪ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଦାଦନ ସମସ୍ୟା କମିବା ପରିବର୍ତ୍ତେ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ନିଜର ନିର୍ବାଚନ ମଣ୍ଡଳୀରେ କେତେଟି ଗ୍ରାମ ରହିଛି ତାହାକୁ କହିପାରିବେ କି ବୋଲି ପ୍ରଶ୍ନ ଉଠାଇଛନ୍ତି ପ୍ରଦୀପ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.