ETV Bharat / state

ଲକ୍ଷ୍ମୀ ବସରୁ ଗାଏବ ଲୋଗୋ, ଏଣେ ଆହାର କେନ୍ଦ୍ରକୁ ନେଇ ଆଶଙ୍କାରେ ଲୋକେ - LAccMI bus logo removed

author img

By ETV Bharat Odisha Team

Published : Jun 7, 2024, 8:48 AM IST

Updated : Jun 7, 2024, 2:20 PM IST

LAccMI bus logo removed: ସରକାର ବଦଳିବା ପରେ ରାତାରାତି ଲକ୍ଷ୍ମୀ ବସରୁ ଉଭାନ ହୋଇଗଲା ଲୋଗୋ । ଏବେ ଏହି ବସ୍ ସେବା ବନ୍ଦ ହୋଇଯିବା ନେଇ ଯାତ୍ରୀଙ୍କ ମଧ୍ୟରେ ଆଶଙ୍କା । ଅଧିକ ପଢନ୍ତୁ

ଲକ୍ଷ୍ମୀ ବସରୁ ଗାଏବ ଲୋଗୋ, ଏଣେ ଆହାର କେନ୍ଦ୍ରକୁ ନେଇ ଆଶଙ୍କାରେ ଲୋକେ
ଲକ୍ଷ୍ମୀ ବସରୁ ଗାଏବ ଲୋଗୋ, ଏଣେ ଆହାର କେନ୍ଦ୍ରକୁ ନେଇ ଆଶଙ୍କାରେ ଲୋକେ (ETV Bharat Odisha)

ମାଲକାନଗିରି: ଗାଁକୁ ସହର ସହିତ ଯୋଡିବା ପାଇଁ ଲକ୍ଷ୍ମୀ ବସ୍ ଚଳାଇଥିଲେ ରାଜ୍ୟ ସରକାର । ଏହି ବସ୍‌ରେ ମହିଳାମାନେ ମାତ୍ର ୫ ଟଙ୍କାରେ ନିଜ ଗାଁରୁ ବ୍ଲକ ସଦର ମହକୁମାକୁ ଯାତାୟତ କରୁଛନ୍ତି । ହେଲେ ଏବେ ରାଜ୍ୟରେ ସରକାର ବଦଳିବା ପରେ ଲକ୍ଷ୍ମୀ ବସ୍‌ଗୁଡିକରୁ ରାତାରାତି ଲୋଗୋ ଉଭାନ ହୋଇଯାଇଛି । ବସ୍‌ର ଦୁଇ ପାଖରେ 'ଲକ୍ଷ୍ମୀ ବସ୍' ଲେଖା ସହ ଦୁଇଟି ନର୍ତ୍ତକୀ ଶଙ୍ଖ ଫୁଙ୍କୁଥିବା ଲୋଗୋ ରହିଥିଲା । ଗୁରୁବାର ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଲକ୍ଷ୍ମୀ ବସରେ ଆଉ ଏହି ଲୋଗୋ ନଥିବା ଦେଖିବାକୁ ମିଳିଛି ।

ଲୋଗୋ ହଟାଯାଇଥିବାରୁ ଏହି ବସ୍ ଯୋଜନାକୁ ନେଇ ଦ୍ବନ୍ଦରେ ପଡିଛନ୍ତି ଯାତ୍ରୀ । ସରକାର ବଦଳିବା ପରେ ଲକ୍ଷ୍ମୀ ବସ୍ ବନ୍ଦ ହୋଇଯିବା ନେଇ ଯାତ୍ରୀମାନେ ଆଶଙ୍କା କରୁଛନ୍ତି । ଯାତ୍ରୀଙ୍କ ସମେତ ବସର କର୍ମଚାରୀମାନେ ମଧ୍ୟ ଦ୍ବନ୍ଦରେ ପଡିଛନ୍ତି । ଲକ୍ଷ୍ମୀ ବସର ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଏନେଇ ପଚାରିବାରୁ ସେମାନେ ଚିନ୍ତାରେ ଥିବା କହିଛନ୍ତି । କାରଣ ସରକାରଙ୍କ ଏହି ବସ ସେବା ଆରମ୍ଭ ହେବା ପରେ ସେମାନେ ଏଥିରୁ ପରିବାର ପ୍ରତିପୋଷଣ କରୁଛନ୍ତି । ଏମିତିରେ ଯଦି ନୂଆ ସରକାର ଲକ୍ଷ୍ମ ବସ୍ ବନ୍ଦ କରିଦେବେ, ତାହେଲେ ସେମାନେ କେମିତି ପରିବାର ଚଳାଇବେ ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଦ୍ବନ୍ଦ୍ବ ବଢାଉଛି Bsky-ଆୟୁଷ୍ମାନ ଭାରତ, ‘ଯୋଜନା ବନ୍ଦ ହେଲେ ବଢିବ ଜନ ଆକ୍ରୋଶ’ - Bsky Scheme And Ayushman Bharat Scheme

ସେପଟେ ଏହି ଘଟଣା ପରେ ଆହାର କେନ୍ଦ୍ରକୁ ନେଇ ମଧ୍ୟ ଲୋକେ ଦ୍ବନ୍ଦରେ ପଡିଛନ୍ତି । ଆହାର ଯୋଜନାରେ ମାତ୍ର ୫ ଟଙ୍କାରେ ପେଟ ପୁରା ଖାଦ୍ୟ ମିଳୁଥିବାରୁ ସରକାର ବଦଳିବା ପରେ ଏହା ମଧ୍ୟ ବନ୍ଦ ହେବନି ତ ବୋଲି ପ୍ରଶ୍ନ ଉଠିଛି । ଏମିତି ହେଲେ ବିଶେଷକରି ଗରୀବ ଶ୍ରେଣୀର ଲୋକେ ପ୍ରଭାବିତ ହେବ । କେବଳ ଗରିବ ନୁହେଁ ସମସ୍ତ ବର୍ଗର ଲୋକେ ଆହାର କେନ୍ଦ୍ରରେ ମାତ୍ର ୫ ଟଙ୍କାରେ ପେଟ ପୁରା ଖାଉଥିଲେ । ଦୂରଦୁରାନ୍ତରକୁ ଯାଉଥିବା ଯାତ୍ରୀ ବସଷ୍ଟାଣ୍ଡରେ ଥିବା ଏହି ଆହାର କେନ୍ଦ୍ର ଉପରେ ନିର୍ଭର କରୁଥିଲେ ।

ଆହାର କେନ୍ଦ୍ର ବନ୍ଦ ହେଲେ ଲୋକଙ୍କ ସହିତ ଆହାର କେନ୍ଦ୍ରକୁ ଚଲାଉଥିବା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାମାନେ ମଧ୍ୟ ହଇରାଣ ହେବେ । ଆହାର କେନ୍ଦ୍ର ଚଲାଇ ମାସିକ କିଛି ପଇସା ରୋଜଗାର ହେଉଥିବା ବେଳେ ଏହା ବନ୍ଦ ହେଲେ ଏହି କେନ୍ଦ୍ର ଚଲାଉଥିବା ମହିଳାଙ୍କ ପରିବାରରେ ପୁଣି ସମସ୍ୟା ଦେଖାଦେବ ବୋଲି ଆଲୋଚନା ଜୋର ଧରିଛି । ଏନେଇ ଆଶଙ୍କାରେ ଥିବା ଏସଏଚଜି ସଦସ୍ୟାମାନେ କ୍ଷୋଭର ସହ କହିଛନ୍ତି, ଯଦି ସରକାର ଏହାକୁ ବନ୍ଦ କରିବେ ତାହେଲେ ହଜାର ହଜାର ଲୋକଙ୍କ ପେଟକୁ ଲାତ ମାରିବେ । ତେଣୁ ସରକାର ଏହା ବନ୍ଦ କରିବା ପୂର୍ବରୁ ବହୁ ଥର ଚିନ୍ତା କରନ୍ତୁ ।

ମାଲକାନଗିରି ସହରର ଦୁଇଟି ଆହାର କେନ୍ଦ୍ର ରହିଛି । ଗୋଟିଏ ବସଷ୍ଟାଣ୍ଡ ରହିଥିବାବେଳେ ଅନ୍ୟଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଛି । ବସଷ୍ଟାଣ୍ଡରେ ପ୍ରତିଦିନ ୬୫୦ ଜଣଙ୍କ ପାଇଁ ଡାଲମା, ଭାତ ଓ ଆଚାର ପ୍ରଦାନ କରାଯାଉ ଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟାହ୍ନରେ ୨୫୦ ଜଣ ଓ ରାତିରେ ୧୫୦ ଜଣଙ୍କ ପାଇଁ ଆହାର ପ୍ରସ୍ତୁତ କରାଯାଉଛି ।

ଇଟିଭି ଭାରତ, ମାଲକାନଗିରି

Last Updated : Jun 7, 2024, 2:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.