ETV Bharat / state

ଜିଲ୍ଲା ଘୋଷଣା ଦାବି ଦୋହରାଇଲେ ପଦ୍ମପୁରବାସୀ, ସାଧାରଣ ନିର୍ବାଚନ ବର୍ଜନ ଚେତାବନୀ - Padmapur District Demand

Padmapur District Demand: ପଦ୍ମପୁରକୁ ଜିଲ୍ଲା ଘୋଷଣା ପାଇଁ ପୁଣି ଦାବି ତ୍ବରାନ୍ବିତ ହୋଇଛି । ଦାବି ପୂରଣ ନହେଲେ ସାଧାରଣ ନିର୍ବାଚନ ବର୍ଜନ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ଅଧିକ ପଢନ୍ତୁ

Padmapur District Demand
Padmapur District Demand
author img

By ETV Bharat Odisha Team

Published : Mar 2, 2024, 7:32 AM IST

Padmapur District Demand

ବରଗଡ଼: ପଦ୍ମପୁରକୁ ଜିଲ୍ଲା ଘୋଷଣା ପାଇଁ ପୁଣି ଜୋର ଧରିଲା ଦାବି । ନିର୍ବାଚନ ପୂର୍ବରୁ ଦାବି ଦୋହରାଇଛନ୍ତି ପଦ୍ମପୁରବାସୀ । ଏନେଇ ଆନ୍ଦୋଳନ ଓ ପ୍ରତିବାଦ ତୀବ୍ର ହୋଇଛି । ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଦୀର୍ଘ ବର୍ଷ ହେଲାଣି ପଦ୍ମପୁରବାସୀ ବ୍ୟାପକ ଆନ୍ଦୋଳନ କରିଆସୁଛନ୍ତି । ଗତ ଉପବନିର୍ବାଚନ ସମୟରେ ୨୦୨୩ ଶେଷ ସୁଦ୍ଧା ଜିଲ୍ଲା ମାନ୍ୟତା ଦେବାକୁ ପଦ୍ମପୁରବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ମାତ୍ର 2024 ମାର୍ଚ୍ଚ ମାସ ହୋଇଥିଲେ ବି ଏଯାଏଁ ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ଜିଲ୍ଲା ଘୋଷଣା କରିନାହାନ୍ତି । ଯାହାକୁ ନେଇ ବିରୋଧୀଙ୍କ କଟାକ୍ଷ ମଧ୍ୟ କରିଛନ୍ତି ।

ଜିଲ୍ଲା ସଂଯୋଜକ ଅଜିତ କୁମାର ଶତପଥୀ କହିଛନ୍ତି, "ପଦ୍ମପୁରବାସୀଙ୍କୁ ଏପରି ଭୁଆଁ ବୁଲାଇ ସାଧାରଣ ନିର୍ବାଚନ ବୈତରଣୀ ପାର ହେବାକୁ ସରକାର ପ୍ରୟାସ କରୁଛନ୍ତି । ପଦ୍ମପୁର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନିଜେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦିଆଯିବ ବୋଲି ସାଧାରଣ ସଭାରେ ଘୋଷଣା କରିଥିଲେ । ତେବେ ପଦ୍ମପୁରବାସୀଙ୍କ ଆଶା ସେହିଦିନ ଠାରୁ ଦ୍ଵିଗୁଣିତ ହୋଇଯାଇଥିଲା । ହେଲେ 2023 ଯାଇ 2024 ହେଲାଣି । କିନ୍ତୁ ଜିଲ୍ଲା ମାନ୍ୟତା ଦିଆଗଲା ନାହିଁ ।" ଏହାକୁ ନେଇ ପଦ୍ମପୁରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବାବେଳେ ସେମାନେ 'ଜିଲ୍ଲା ନାହିଁ ତ ଭୋଟ ନାହିଁ' ବୋଲି ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ସ୍ବପ୍ନ ହୋଇ ରହିଯିବକି ରାଇରଙ୍ଗପୁରର ଜିଲ୍ଲା ଗଠନ ଦାବି, ଅଙ୍କୁଶ ଲଗାଇଲେ ହାଇକୋର୍ଟ

ସୂଚନା ଅନୁସାରେ, ପଦ୍ମପୁର ଉପଖଣ୍ଡ ବରଗଡ଼ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟଠାରୁ 80 କିଲୋମିଟର ଦୂରରେ ଅବସ୍ଥିତ । ଏଠାକାର ଲୋକେ ପ୍ରତିଦିନ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପଦ୍ମପୁରବାସୀଙ୍କୁ 80 କିଲୋମିଟର ଦୂର ବରଗଡ଼କୁ ବାରମ୍ବାର ଦୌଡିବାକୁ ପଡୁଛି । ପଦ୍ମପୁର ଅଞ୍ଚଳ ଦୀର୍ଘ ବର୍ଷରୁ ଅବହେଳିତ ହୋଇପଡ଼ିରହିଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ । ଦୀର୍ଘ ବର୍ଷରୁ ଏଠାକାର ଲୋକେ ପଦ୍ମପୁରକୁ ଏକ ସ୍ଵତନ୍ତ୍ର ଜିଲ୍ଲା ଭାବେ ମାନ୍ୟତା ଦିଆଯାଉ ବୋଲି ଦାବି କରିଛନ୍ତି । ଏହା ସହିତ ଅନେକ ଦିନ ଧରି ଆନ୍ଦୋଳନ ମଧ୍ୟ ଚାଲି ଆସୁଛି । ମାତ୍ର ରାଜ୍ୟ ସରକାର ଏହି ଦିଗରେ ଆଦୌ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ପୂର୍ବତନ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ହୋଇଥିବା ଉପନିର୍ବାଚନ ସମୟରେ ଜିଲ୍ଲା ମାନ୍ୟତା ଦାବିରେ ପଦ୍ମପୁରବାସୀ ଦୀର୍ଘ ଦିନ ଧରି ଆନ୍ଦୋଳନରେ ବସିଥିଲେ । ହେଲେ ସେହି ସମୟରେ ଦେଇଥିବା ପ୍ରତିଶ୍ରୁତି ସରକାର ପୂରଣ କରିନଥିବାରୁ ଅସନ୍ତୋଷ ବଢିଛି ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.