ETV Bharat / state

୧୭ କୋଟି ଟଙ୍କାର ରାସ୍ତା ପାଲଟିଛି ମରଣଯନ୍ତା; ଜଲ୍ଲାରପୁର-ପହଙ୍ଗା ରାସ୍ତାରେ ବଢ଼ୁଛି ଦୁର୍ଘଟଣା - Jallarpur to Pahanga Road Problem - JALLARPUR TO PAHANGA ROAD PROBLEM

Jallarpur to Pahanga Road construction: ୧୭ କୋଟି ଟଙ୍କାର ରାସ୍ତା ପାଲଟିଛି ମରଣଯନ୍ତା । କାଦୁଅ ପଚ ପଚକୁ ରାସ୍ତା ମଝିରେ ଗାତ । ଜଲ୍ଲାରପୁର ଠାରୁ ପହଙ୍ଗା ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବକୁ ନେଇ କ୍ଷୋଭ ପ୍ରକାଶ କଲେ ସ୍ଥାନୀୟ ଲୋକେ ।‌ ଅଧିକ ପଢ଼ନ୍ତୁ

Jallarpur to Pahanga Road construction
Jallarpur to Pahanga Road construction (ETV Bharat Odisha)
author img

By ETV Bharat Odisha Team

Published : Jul 12, 2024, 10:47 PM IST

ନିଆଳି: ମାଟି ଓ କଚା ରାସ୍ତା ନବକଳେବର ହେବ ଏବଂ ପିଚୁ ଏବଂ କଂକ୍ରିଟ ରାସ୍ତା ନିର୍ମାଣ ହେବ । ଏଥିପାଇଁ ପୂର୍ବ ସରକାର ତଥା ବିଜେଡି ସରକାର ସମୟରେ ୧୬ କୋଟି ୬୬ ଲକ୍ଷ ଟଙ୍କା ମଞ୍ଜୁର ହେଲା । ରାସ୍ତା କାମ ଆରମ୍ଭ ହେଲା । ହେଲେ ଅଧା ବାଟରେ ରାସ୍ତା ନିର୍ମାଣ ବନ୍ଦ । ଯାହା ଫଳରେ କଟକ ଜିଲ୍ଲା ନିଆଳି ବ୍ଳକର ଜଲ୍ଲାରପୁର ଠାରୁ ପହଙ୍ଗା ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଜଲ୍ଲାରପୁରଠାରୁ ପହଙ୍ଗା ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକ ।

Jallarpur to Pahanga Road construction (ETV Bharat Odisha)

ଅଭିଯୋଗ ଅନୁସାରେ କଟକ ଜିଲ୍ଲା ନିଆଳି ବ୍ଲକ ଜଲ୍ଲାରପୁର ଠାରୁ ପହଙ୍ଗା ରାସ୍ତା ନିର୍ମାଣ ପାଇଁ ବିଜେଡି ସରକାର ଅମଳରେ ୧୬ କୋଟି ୬୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ନେଇ ସୂଚନା ଫଳକରୁ ସୂଚନା ମିଳିଛି ।‌ ମାଟି ଓ କଚା ରାସ୍ତାକୁ ପିଚୁ ଏବଂ କଂକ୍ରିଟ ଢଳେଇ ହେବ । ନିଆଳି ବ୍ଲକ ସମେତ ଚାରିଗୋଟି ଜିଲ୍ଲାର ଲୋକଙ୍କ ଗମନାଗମନ ସୁଗମ ହେବ । କଟକ, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାକୁ ଯାତାୟତରେ ସୁବିଧା ହେବ । ଏଥିପାଇଁ ଆର୍‌ ଆଣ୍ତ ବିଭାଗ (Road and Buildings Department) ଗତ କିଛି ମାସ ତଳେ ଜଲ୍ଲାରପୁର ଠାରୁ ପହଙ୍ଗା ରାସ୍ତା ନିର୍ମାଣ ଆରମ୍ଭ କରି ଅଧା ବାଟରେ ଛାଡି ଦେଇଛି । ଫଳରେ ରାସ୍ତା ଉପରେ ନିର୍ଭରଶୀଳ ସାଧାରଣ ଜନତା, ରୋଗୀ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ ଓ ଦୁଇ ଚକିଆ ଯାନ ଠାରୁ ଛ' ଚକିଆ ଯାନ ଯାତୟାତରେ ବ୍ୟାଘାତ ସୃଷ୍ଟି ହେଉଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।‌ ଅସରାଏ ବର୍ଷାରେ କାଦୁଅ ପଚ ପଚକୁ ରାସ୍ତା ମଝିରେ ଗାତ ସୃଷ୍ଟି ହୋଇଛି । ଯାହାଫଳରେ ଯାତାୟାତରେ ଅସୁବିଧା ହେବା ସହିତ ଦୁର୍ଘଟଣା ବଢ଼ୁଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ଜଲ୍ଲାରପୁର ଓ ପହଙ୍ଗା ରାସ୍ତା ଦେଇ ଚାରି ଜିଲ୍ଲାକୁ ବହୁ ଗାଡିମଟର ଚଳାଚଳ ହେବା ସହିତ ପ୍ରତ୍ୟେକ ଦିନ ଲକ୍ଷାଧିକ ଲୋକ ଏହି ରାସ୍ତାରେ ଯାତାୟତ ପାଇଁ ନିର୍ଭର କରିଥାନ୍ତି । ଦାୟିତ୍ବରେ ଥିବା ଯନ୍ତ୍ରୀ ଏବଂ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଜଲ୍ଲାରପୁର ଓ ପହଙ୍ଗା ରାସ୍ତା ନିର୍ମାଣ ହେଉନଥିବା ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ଜଲ୍ଲାରପୁର ପଞ୍ଚାୟତ ସରପଞ୍ଚ ମଞ୍ଜୁଲତା ପଣ୍ତା । ସେ କହିଛନ୍ତି, "ମୋ ଘର ସମ୍ମୁଖରେ କାଦୁଅ ଓ ପଙ୍କ । ରାସ୍ତା ଏପରି ଅବସ୍ଥା ହୋଇଛି ଯେ ଯାତାୟତ କରିବା ସମ୍ଭବପର ନୁହେଁ । ଗାଡି ଅନୁପାତରେ ଜଲ୍ଲାରପୁର ଠାରୁ ପହଙ୍ଗା ରାସ୍ତାକୁ ସମ୍ପୂର୍ଣ୍ଣ କଂକ୍ରିଟ ଢଳେଇ କରାଗଲେ ରାସ୍ତା ଅବସ୍ଥା ସୁଧିରିବ ।" ନଚେତ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ । ଏ ସମ୍ପର୍କରେ ଆର୍‌ ଆଣ୍ଡ ବି ବିଭାଗର ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।‌

ଏହା ମଧ୍ୟ ପଢ଼ନ୍ତୁ...ଆଇଗିଣିଆ ଓଭରବ୍ରିଜ୍ ଦବିବା ଘଟଣା: NHAI ନିମ୍ନମାନର କାମ କରିଥିବା କହିଲା ବିଏମସି - BMC MAYOR ON BRIDGE COLLAPSE

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.