ETV Bharat / state

ବିଦ୍ୟୁତ କାଟକୁ ନେଇ ତାତିଲେ ବସ୍ତିବାସିନ୍ଦା, ରାଜରାସ୍ତା ଅବରୋଧ - Protest against power crisis

author img

By ETV Bharat Odisha Team

Published : May 31, 2024, 12:48 PM IST

Updated : May 31, 2024, 2:28 PM IST

Power crisis in Boudh: କାଳବୈଶାଖୀ ତାଣ୍ଡବରେ ଅନ୍ଧକାରରେ ବୌଦ୍ଧ ଜିଲ୍ଲାର ଅନେକ ଅଞ୍ଚଳ । ଟାଟାପାଓ୍ୱାରର ମନମୁଖୀ କାର୍ଯ୍ୟକୁ ବିରୋଧ କରି ରାସ୍ତା ଅବରୋଧ କଲେ ବସ୍ତିବାସିନ୍ଦା । ଅଧିକ ପଢନ୍ତୁ

Power crisis in Boudh
Power crisis in Boudh (ETV Bharat Odisha)

ବୌଦ୍ଧ: ଅନ୍ଧକାରରେ ବସ୍ତିବାସିନ୍ଦା । କାଳବୈଶାଖୀ ତାଣ୍ଡବ ରଚି ଗଲାପରେ ୩ ଦିନ ହେଲା ବୌଦ୍ଧ ସହରରେ ଅନେକ ବସ୍ତିରେ ବିଦ୍ୟୁତ ସେବା ଠପ ହୋଇଯାଇଛି । ଏହାକୁ ପ୍ରତିବାଦ କରି ଗୁରୁବାର ସନ୍ଧ୍ୟାରେ ଶତାଧିକ ପୁରୁଷ ଓ ମହିଳା ୫୭ ନମ୍ବର ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଟାଟାପାଓ୍ବାରର ମନମୁଖି କାର୍ଯ୍ୟ ପାଇଁ ବିଦ୍ୟୁତ ଆସୁନଥିବା ଅଭିଯୋଗ କରିଛନ୍ତି ବସ୍ତିବାସିନ୍ଦା ।

ବିଦ୍ୟୁତ କାଟକୁ ନେଇ ତାତିଲେ ବସ୍ତିବାସିନ୍ଦା (ETV Bharat Odisha)

ତିନି ଦିନ ହେଲା ଅନ୍ଧକାର ମଧ୍ୟରେ ବୁଡ଼ି ରହିଛି ବୌଦ୍ଧ ଜିଲ୍ଲା ସଦର ମହକୁମାର ବିଭିନ୍ନ ବସ୍ତି । ବିଦ୍ୟୁତ ସେବା ଯୋଗାଇବାରେ ଟାଟା ପାଓ୍ବାର ବିଫଳ ହୋଇଥିବା ଅଭିଯୋଗ କରି ଗୁରୁବାର ସନ୍ଧ୍ୟାରେ ଶହ ଶହ ମହିଳା ପୁରୁଷ ୫୭ ନମ୍ବର ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।

ବୌଦ୍ଧ ଜିଲ୍ଲାରେ ଗତ ମଙ୍ଗଳବାର ସଂଧ୍ୟାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଝଡ ତୋଫାନ ହୋଇଥିଲା । ଯେଉଥିପାଇଁ ଜିଲ୍ଲା ସଦରମହକୁମା ସମେତ ଆଖପାଖ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏଥିରେ ବ୍ୟାପକ ଗଛ ଭାଙ୍ଗି ଉପୁଡ଼ି ପଡ଼ିଥିବା ବେଳେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା । ସ୍ଥିତିରେ ସୁଧାର ଆଣିବା ପାଇଁ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ସହିତ ବିଦ୍ୟୁତ ବିଭାଗର କର୍ମଚାରୀମାନେ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ତେବେ ଟାଟା ପାଓ୍ବାର କମ୍ପାନୀର ମନମୁଖି କାର୍ଯ୍ୟ ତଥା ବିଭାଗୀୟ ଅଧିକାରୀ ଙ୍କ ଆପତ୍ତିଜନକ ବ୍ୟବହାରକୁ ନେଇ ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ସ୍ଥାନୀୟ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି ।

ଏହାମଧ୍ୟ ପଢନ୍ତୁ.. ଦୁଇ ଦିନ ହେଲା ଅନ୍ଧାରରେ ବୌଦ୍ଧ, ବିଦ୍ୟୁତ ସେବା ସାମାନ୍ୟ ପାଇଁ ଚାଲିଛି ପ୍ରୟାସ - Power Crisis In Boudh

ସେପଟେ ଝଡ ତୋଫାନ ବିତିଯିବାର ତିନି ଦିନ ହୋଇଥିଲେ ମଧ୍ୟ ସହରର ଅନେକ ଅଞ୍ଚଳ ବର୍ତ୍ତମାନ ମଧ୍ୟ ଅନ୍ଧକାର ମଧ୍ୟରେ ବୁଡ଼ି ରହିଛି । ଏପରିକି ଜିଲ୍ଲା ପୋଲିସ ଷ୍ଟେସନ, ଡାକ୍ତରଖାନା, ବସଷ୍ଟାଣ୍ଡ, ସୁଦସାହି, ଗଣେଶ ବଜାର, ଖଲିଆବଗିଚା, ଖଦାଳସାହି ଭଳି ଅନେକ ସ୍ଥାନରେ ଗୁରୁବାର ସଂଧ୍ୟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ସାମାନ୍ୟ ହୋଇ ପାରିନଥିଲା । ଫଳରେ ଗୁରୁବାର ସଂଧ୍ୟାରେ ଉତ୍ୟକ୍ତ ଲୋକମାନେ ବିଦ୍ୟୁତ ସେବା ନପାଇ ଅତିଷ୍ଠ ହୋଇ ୫୭ ନମ୍ବର ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଟାଟା ପାଓ୍ବାର କମ୍ପାନୀର ମନମୁଖୀ କାର୍ଯ୍ୟ ବିରୋଧରେ ସ୍ଥାନୀୟ ଅଧିବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଶେଷରେ ଟାଟା ପାଓ୍ବାର ନିର୍ବାହୀ ଯନ୍ତ୍ରୀ ବିଦ୍ୟୁତ ସେବା ସାମାନ୍ୟ ପାଇଁ ପ୍ରତିଶ୍ରୁତି ଦେବାପରେ ରାସ୍ତା ରୋକ ହଟିଥିଲା ।

ଇଟିଭି ଭାରତ, ବୌଦ୍ଧ

Last Updated : May 31, 2024, 2:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.