ETV Bharat / state

ରତ୍ନଭଣ୍ଡାର ଅଳଙ୍କାର ସୁରକ୍ଷା ପ୍ରସଙ୍ଗ; ପ୍ରଧାନମନ୍ତ୍ରୀ ମୋଦିଙ୍କ ମତକୁ ଜଗନ୍ନାଥପ୍ରେମୀଙ୍କ ସମର୍ଥନ - PM Modi over Ratna Bhandar Issue

author img

By ETV Bharat Odisha Team

Published : May 12, 2024, 7:18 AM IST

Updated : May 12, 2024, 9:09 AM IST

PM Modi over Ratna Bhandar Issue: ଫୁଲବାଣୀ ସଭାରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି । କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥା ସହ ବିଜେଡି ସରକାର ଖେଳିବା ନିନ୍ଦନୀୟ ବୋଲି ମୋଦି ଭାଷଣରେ କହିଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ଏପରି ବୟାନକୁ ସମର୍ଥନ କରିଛନ୍ତି ସେବାୟତ ଓ ଜଗନ୍ନାଥପ୍ରେମୀ । ଅଧିକ ପଢ଼ନ୍ତୁ

PM Modi over Ratna Bhandar Issue
PM Modi over Ratna Bhandar Issue (ETV Bharat Odisha)

ପୁରୀ: ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ପ୍ରସଙ୍ଗରେ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାରି ଭିତରେ ସବୁଠାରୁ ବେଶୀ ଚର୍ଚ୍ଚାରେ ରହିଛି ଫୁଲବାଣୀ ସଭାରେ ପ୍ରଧାନମନ୍ତ୍ରୀ ଉଠାଇଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ । ରତ୍ନଭଣ୍ଡାର ଚାବି ହଜିବା, ନକଲି ଚାବି ଥିବା ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି । କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥା ସହ ବିଜେଡି ସରକାର ଖେଳିବା ନିନ୍ଦନୀୟ ବୋଲି ମୋଦି ଭାଷଣରେ କହିଛନ୍ତି । ଏପରିକି ରତ୍ନ ଭଣ୍ଡାରରେ ରତ୍ନ ଅଛି କି ନହିଁ ତାକୁ ନେଇ ସେ ଆଶଙ୍କା ପ୍ରକାଶ କରିଛନ୍ତି ।

ଫୁଲବାଣୀ ସଭାକୁ ସମ୍ବୋଧନ କରି ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି, "ରତ୍ନ ଭଣ୍ଡାର ଅଳଙ୍କାର ଗଣତି ପାଇଁ ସରକାରୀ ନିୟମ ରହିଛି । ହେଲେ ବିଜେଡି ସରକାର ଏହି ନିୟମକୁ ମାନୁନି । ପ୍ରତି ଜଗନ୍ନାଥ ପ୍ରେମୀଙ୍କର ଅଧିକାର ରହିଛି ପ୍ରଭୁ ଜଗନ୍ନାଥଙ୍କର କ'ଣ ଅଳଙ୍କାର ରହିଛି ତାକୁ ଜାଣିବା । ହେଲେ ବିଜେଡି ସରକାର ଯେଭଳି ରତ୍ନଭଣ୍ଡାର ଖୋଲିବାରେ ଟାଳଟୁଳ ନୀତି କରୁଛନ୍ତି, ତାହା ବିଜେଡି ସରକାର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।" ସବୁ ମହଲରେ ରତ୍ନ ଭଣ୍ଡାର ଖୋଲିବା ନେଇ ଦାବି ହେଉଥିବା ବେଳେ ବିଜେଡି କାହିଁକି ଚୁପ୍ ବସିଛି, ସେନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରତ୍ନ ଭଣ୍ଡାରକୁ ଅବହେଳା କରିବା ଅଭିଯୋଗ ନେଇ ମୋଦି ସିଧାସଳଖ ବିଜେଡିର ଜଗନ୍ନାଥ ସଂସ୍କୃତି ପ୍ରତି ଥିବା ଆନ୍ତରିକତା ଉପରେ ପ୍ରଶ୍ନ ଉଠାଇବା ସହ ଆଗାମୀ ନିର୍ବାଚନରେ ଏହି ଅବହେଳା ପାଇଁ ଓଡ଼ିଶାବାସୀ ବିଜେଡିକୁ ଉପଯୁକ୍ତ ଜବାବ ଦେବାକୁ ମୋଦି ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି ।

ସେପଟେ ରତ୍ନଭଣ୍ଡାର ଅଳଙ୍କାର ଲୁଟ ହେଇଥିବା ପ୍ରଧାନମନ୍ତ୍ରୀ ଆଶଙ୍କା କରିବା ପରେ ଏହାକୁ ସମର୍ଥନ କରିଛନ୍ତି ଶ୍ରୀମନ୍ଦିର ସେବାୟତ, ପୁରୀ ସହରର ବୁଦ୍ଧିଜୀବୀ ଓ ଜଗନ୍ନାଥପ୍ରେମୀ । ଶ୍ରୀମନ୍ଦିର ସେବାୟତ ସୋମନାଥ ଖୁଣ୍ଟିଆ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଠିକ୍ କଥା କହିଛନ୍ତି । ରତ୍ନ ଭଣ୍ଡାରର ଚାବି ହଜିବା, ନକଲି ଚାବି ମିଳିବା ଘଟଣା ପ୍ରମାଣିତ କରୁଛି, ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ରତ୍ନ ଅଳଙ୍କାର ଆଉ ନାହିଁ । ଏହା ଲୁଟ ହୋଇସାରିଛି । ସରକାର ଏହା ଜାଣିଥିବାରୁ ରତ୍ନ ଭଣ୍ଡାର ଖୋଲିବାରେ ପଛଘୁଞ୍ଚା ଦେଉଛନ୍ତି ।" ତେବେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗ ଉଠାଇବା ପରେ ଆଗାମୀ ନିର୍ବାଚନରେ ଏହାର ପ୍ରଭାବ ପଡ଼ିବ ଏବଂ ଓଡ଼ିଶାବାସୀ ଏହାର ଉପଯୁକ୍ତ ଜବାବ ରାଜ୍ୟ ସରକାରଙ୍କୁ ଦେବେ ବୋଲି ଶ୍ରୀମନ୍ଦିର ସେବାୟତ ସୋମନାଥ ଖୁଣ୍ଟିଆ କହିଛନ୍ତି ।

ସେପଟେ ବୁଦ୍ଧିଜୀବୀ କହିଛନ୍ତି, "ରତ୍ନଭଣ୍ଡାର ପ୍ରସଙ୍ଗ ପ୍ରଧାନମନ୍ତ୍ରୀ ଉଠାଇବା ନିଶ୍ଚିତ ଗୁରୁତ୍ବପୂର୍ଣ୍ଣ । ରତ୍ନଭଣ୍ଡାର ଚାବି ହଜିବା, ନକଲି ଚାବି ମିଳିବା, ଏ ଚାବିକୁ କିଏ ବ୍ୟବହାର କରୁଥିଲା, ରତ୍ନ ଅଳଙ୍କାର ଅଛି କି ନାହିଁ ତାହା ଏବେ ପ୍ରଶ୍ନ ଘେରରେ । ତେବେ ରତ୍ନଭଣ୍ଡାର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ବେଶ ଗୁରୁତ୍ଵପୂର୍ଣ୍ଣ ଓ ଏହାର ପ୍ରଭାବ ଆଗାମୀ ନିର୍ବାଚନରେ ପଡିବ ।" ଓଡ଼ିଶା ଲୋକ ନିଶ୍ଚିତ ଏହାର ଜବାବ ରଖିବେ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରଥଯାତ୍ରା ସମୟରେ ଖୋଲାଯିବ ରତ୍ନଭଣ୍ଡାର: ଜଷ୍ଟିସ ଅରଜିତ ପଶାୟତ - Sri Mandira Ratna Bhandar opening

ଅନ୍ୟପଟେ ଜଗନ୍ନାଥପ୍ରେମୀ ଆଦିତ୍ୟ ନାରାୟଣ ବାରିକ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତବ୍ୟକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି, "ରତ୍ନଭଣ୍ଡାର ଖୋଲିବା ନାଁରେ ରାଜ୍ୟ ସରକାର ନାଟକବାଜି କରୁଛନ୍ତି । ଏକାଧିକ କମିଟି ଗଠନ ହୋଇଥିବା ବେଳେ ଅନେକ ବୈଠକ ଅନୁଷ୍ଠିତ ହେଲାଣି । ହେଲେ ବର୍ଷ ପରେ ବର୍ଷ ଗଡି ଚାଲିଛି । ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବାରେ ଆଗ୍ରହ ପ୍ରକାଶ କରୁନାହାନ୍ତି । ଯାହାକି କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି । ତେବେ ସରକାର ଯେଭଳି ରତ୍ନ ଭଣ୍ଡାର ଖୋଲିବାରେ ଆଗ୍ରହ ଦେଖାଉ ନାହାନ୍ତି, ତାହା ପ୍ରମାଣ ହେବାରେ ଲାଗିଛି ରତ୍ନଭଣ୍ଡାରରେ ରତ୍ନ ଆଉ ସୁରକ୍ଷିତ ନାହିଁ । ଏହା ଲୁଟ ହୋଇସାରିଛି । କାଳେ ଲୋକମାନେ ଜାଣିଲେ ପ୍ରତିକ୍ରିୟା ପ୍ରକାଶ ପାଇବ, ସେଥିପାଇଁ ଓଡ଼ିଶା ସରକାର ରତ୍ନଭଣ୍ଡାର ଖୋଲୁନାହାନ୍ତି । ଯାହାକି ଅତି ନିନ୍ଦନୀୟ ।"

ଇଟିଭି ଭାରତ, ପୁରୀ

Last Updated : May 12, 2024, 9:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.