ଭୁବନେଶ୍ବର: ତାତିରେ ଲାଗିବ ବ୍ରେକ୍ । ପଶ୍ଚିମା ଝଡ ପ୍ରଭାବରେ ଆଉ କିଛି ଘଣ୍ଟା ଯାଏଁ ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସହିତ ଉତ୍ତର ଉପକୂଳରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦେଓଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ ଜିଲ୍ଲା ଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
ସେହିପରି ଆସନ୍ତାକାଲିଠାରୁ ୨ ଦିନ ଯାଏ ରାଜ୍ୟରେ ଶୁଖିଲା ପାଗ ରହିବ। ପୁଣି ୭ ତାରିଖରୁ ପଶ୍ଚିମା ଝଡ଼ ପ୍ରଭାବରୁ ବର୍ଷ ହେବାକୁ ଥିବାବେଳେ ସୁନ୍ଦରଗଡ , କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର,ଭଦ୍ରକର କିଛି ଜିଲ୍ଲାରେ ବର୍ଷ ହେବାକୁ ଥିବା ବେଳେ ବାକି ଜିଲ୍ଲାରେ ଶୁଖିଲା ପାଗ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେହିପରି ରାତି ତାପମାତ୍ରା ଓ ଦିନର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ବେଳେ ଅନେକ ସହରରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ।
ଏହା ମଧ୍ୟ ପଢନ୍ତୁ...ଓଡ଼ିଶାରେ ଆହୁରି ସୁଦୃଢ଼ ହେବ ପାଣିପାଗ ପୂର୍ବାନୁମାନ, 2 ବର୍ଷରେ ଲାଗିବ 3ଟି ରାଡାର
ସେପଟେ ଗତ ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇଥିବା ବେଳେ ସର୍ବାଧିକ ବର୍ଷା ମୟୁରଭଞ୍ଜ ମୁର୍ଦା ରେ ୧୫.୦ମିମି ଓ କେନ୍ଦୁଝର ଚମ୍ପୁଆରେ ୪.୨ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଗତକାଲି ୩୭.୦ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ସେହିପରି ଟ୍ବିନ୍ ସିଟିରେ ୩୫ ଡିଗ୍ରୀ ପାର୍ କରିଥିଲା ତାପମାତ୍ରା । ମାର୍ଚ୍ଚର ତୃତୀୟ ଓ ଚତୁର୍ଥ ସପ୍ତାହରୁ ତାପମାତ୍ରା ବଢିବ । ଏପ୍ରିଲ ଓ ମେ ମାସରେ ତାପମାତ୍ରା ଯଥେଷ୍ଟ ବୃଦ୍ଧି ହେବ ସହ ପ୍ରବଳ ଖରା ଓ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ଦିନ ସମୟରେ ଅଧିକ ଖରା ହେବ ତେଣୁ ବୃଦ୍ଧ ବ୍ୟକ୍ତିଙ୍କୁ ବାହାରକୁ ଆସିବାକୁ ବାରଣ କରାଯାଇଛି ଓ ଅଧିକ ପାନୀୟ ଜଳ ବ୍ୟବହାର ପାଇଁ ସୂଚନା ଦିଆଯାଇଛି । ବାହାରକୁ ଆସିବା ସମୟରେ ପାଦରେ ଜୋତା ଓ ଛତା ବ୍ୟବହାର କରିବା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ଚେତାବନୀ ଦେଇଛି।
- " class="align-text-top noRightClick twitterSection" data="">
ଇଟିଭି ଭାରତ, ଭୁବନେଶ୍ବର