ETV Bharat / state

ଚଢାଉ ବେଳେ ବନ ବିଭାଗ ଟିମ୍‌କୁ ଗୁଳିମାଡ, କଲରାପତରିଆ ବାଘ ଛାଲ ସହ ହାତୀଦାନ୍ତ ଜବତ - LEOPARD SKIN SEIZED

ନିୟମଗିରିରୁ ହାତୀଦାନ୍ତ ଓ ରାୟଗଡ଼ା ଜଙ୍ଗଲରୁ ବାଘଛାଲ ଜବତ କଲା ବନବିଭାଗ ଓ ଏସଟିଏଫ । ବନ ଟିମକୁ ମାଫିଆଙ୍କ ଗୁଳିମାଡ । 5 ଜଣ ଅଟକ ।

LEOPARD SKIN SEIZED
LEOPARD SKIN SEIZED (ETV BHARAT ODISHA)
author img

By ETV Bharat Odisha Team

Published : 3 hours ago

ରାୟଗଡା: ରାୟଗଡାରେ ଶିକାରୀଙ୍କ ଉତ୍ପାତ । ଗତ 24 ଘଣ୍ଟା ମଧ୍ୟରେ ଜିଲ୍ଲାରୁ ଦୁଇଟି କଲରାପତରିଆ ବାଘ ଛାଲ ଏବଂ ଦୁଇଟି ହାତୀ ଦାନ୍ତ ଜବତ କରିଛି ‘ଏସଟିଏଫ’ । ଏହି ଦାନ୍ତ ଓ ବାଘ ଛାଲ ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ ମାଡି ବସିଲା ବନ ବିଭାଗ । ଚଢାଉ ସମୟର ବନ ବିଭାଗ ଟିମ ଉପରକୁ ମାଫିଆ ଗୁଳି ଚଳାଇବା ସ‌ହ ଗାଡ଼ି ଭଙ୍ଗାରୁଜା କରିଥିବା ଜଣାପଡିଛି । ହାତୀ ଦାନ୍ତ ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିବା ସହ 5 ଜଣଙ୍କୁ ଅଟକ ରଖାଯାଇଛି ।

  • ହାତୀ ଦାନ୍ତ ଚାଲାଣ ବେଳେ ଚଢାଉ:

ସୂଚନା ଅନୁସାରେ, ହାତୀଦାନ୍ତ ଡିଲ୍ ପାଇଁ ୩ ଦିନ ହେଲା ଯୋଗାଯୋଗରେ ରହିଥିଲେ ମାଫିଆ । କୌଣସି ସୂତ୍ରରୁ ଏହି ସୂଚନା ଏସ୍‌ଟିଏଫ୍ ଏବଂ ମୁନିଗୁଡ଼ା ବନ ବିଭାଗକୁ ମିଳିଥିଲା । ମାଫିଆଙ୍କୁ ଟ୍ରାକିଂ କରି ରବିବାର ମୁନିଗୁଡ଼ା ବ୍ଲକ୍‌ର କରଡ଼ାବନ୍ଧ ଗାଁ ନିକଟରୁ 2 ସନ୍ଦିଗ୍ଧଙ୍କୁ ଉଠାଇ ଆଣିଥିଲା ଏସଟିଏଫ ଟିମ । ପଚରାଉଚରା ପରେ ହାତୀ ଦାନ୍ତ କାରବାର ପଛର ମାଫିଆଙ୍କ ସୁରାକ ମିଳିଥିଲା । ଏହାପରେ ନିୟମଗିରି ଅଞ୍ଚଳର ଗୋଟିଏ ଗାଁରେ ଅତର୍କିତ ଚଢ଼ାଉ କରି ଦୁଇଟି ଟ୍ରଲି ବ୍ୟାଗ୍‌ରେ ହାତୀଦାନ୍ତ ଚାଲାଣ ପାଇଁ ରଖାଯାଇଥିଲା ବେଳେ ତାହାକୁ ଜବତ କରିଥିଲା ବନ ବିଭାଗ ।

LEOPARD SKIN SEIZED (ETV BHARAT ODISHA)
  • ବନ ଟିମ ଉପରେ 4 ରାଉଣ୍ଡରୁ ଅଧିକ ଫାଏରିଂ କଲେ ମାଫିଆ

ଏହି ସମୟରେ ବନ ବିଭାଗ ଟିମ୍ ଉପରକୁ ମାଫିଆଙ୍କ ଗୁଳିମାଡ଼ ହୋଇଥିବା ବେଳେ ଜଣକୁ ଗିରଫ କରାଯିବା ସହ 5 ଜଣକୁ ଅଟକ ରଖି ତଦନ୍ତ କରୁଛି ବନ ବିଭାଗ । ବନ ବିଭାଗର ଗୋଟିଏ ଗାଡ଼ିରେ 4ଟି ଗୁଳି ବାଜିଛି । ସୌଭାଗ୍ୟବଶତଃ କାହାର କିଛି ହୋଇନଥିଲା। ସେହିପରି ଅନ୍ୟ ଗୋଟିଏ ଗାଡ଼ିକୁ ମାଫିଆ ଭଙ୍ଗାରୁଜା କରିଛନ୍ତି । ଏ ନେଇ ମୁନିଗୁଡ଼ା ଥାନାରେ ବନ ବିଭାଗ ଏତଲା ଦେଇଛି । କେଉଁ ଅଞ୍ଚଳରେ ହାତୀ ଶିକାର କରି ମାଫିଆ ଦାନ୍ତ ସଂଗ୍ରହ କରିଛନ୍ତି ତାହା ସ୍ପଷ୍ଟ ହୋଇପାରିନି ।

ଏହା ମଧ୍ୟ ପଢନ୍ତୁ-ବନ୍ୟଜନ୍ତୁଙ୍କ ପ୍ରତି ହିଂସ୍ର ହେଉଛି ମଣିଷ ! କଲରାପତରିଆ ବାଘ ଛାଲ ସହ ଖପୁଡି ଓ ମେରୁଦଣ୍ଡ ଜବତ - Leopard Skin Seized - LEOPARD SKIN SEIZED

ଏହା ମଧ୍ୟ ପଢନ୍ତୁ-ବାଙ୍ଗିରିପୋଷିରୁ କଲରାପତରିଆ ବାଘ ଛାଲ ଜବତ, ୩ ଗିରଫ - LEOPARD SKIN SEIZED

  • କଲରାପତରିଆ ବାଘଛାଲ ଜବତ:

ଗତକାଲି (ସୋମବାର) ସକାଳେ ରାୟଗଡ଼ା ସହରସ୍ଥିତ ‘ଶିବମ ସୁନ୍ଦରମ’ ନାମକ ଲଜ୍‌ରେ ଦୁଇଟି କଲରାପତରିଆ ବାଘଛାଲ ବିକ୍ରି ପାଇଁ ଯୋଜନା ଚାଲିଥିଲା । ଏନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇ କଟକ ବନ ବିଭାଗର ‘ଏସିଏଫ’ ରଜନୀ କୁମାର ଟିମ୍‌ ଏବଂ ରାୟଗଡ଼ା ବିଭାଗ (ଡିସିଏଫ୍) ଭିଜିଲାନ୍ସର ୮ ଜଣିଆ ଟିମ ସହିତ ସଦର ରେଞ୍ଜର ୬ ଜଣିଆ ଟିମ୍‌ ମିଳିତ ଚଢ଼ାଉ କରିଥିଲେ । ଏହାପରେ ବ୍ଲକ୍ ଜମାଦେଇପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ପ୍ରେମ ନଗର ଅଞ୍ଚଳର ରେଡି କୌଶଲ୍ୟାକୁ ଗିରଫ କରି ବାଘ ଛାଲ ଜବତ କରାଯାଇଥିଲା । ଏହା ପଛରେ ଏକ ବଡ ରାକେଟ କାମ କରୁଥିବା ସନ୍ଦେହ କରୁଛି ତଦନ୍ତକାରୀ ଟିମ୍‌ । ଘଟଣାରେ ଆଉ କାହାର ସଂମ୍ପୃକ୍ତି ରହିଛି, କେଉଁଠୁ ଏହି ବାଘ ଛାଲ ଆସିଲା, କୁଆଡେ ବାଘ ଛାଲ ଚୋରା ଚାଲାଣ ହେଉଥିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ‘ଏସିଏଫ’ ଅଶୋକ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.