ETV Bharat / state

ଯାହାକୁ ରଖିବେ ଅନନ୍ତ...ମହାନଦୀରେ ପ୍ରଖର ସ୍ରୋତରେ ଛତିଶଗଡରୁ ଓଡ଼ିଶା 60KM ଭାସିଆସିଲେ ମହିଳା, ଝାରସୁଗୁଡାରୁ ଉଦ୍ଧାର - Woman swept away in Mahanadi

author img

By ETV Bharat Odisha Team

Published : Aug 2, 2024, 1:26 PM IST

Updated : Aug 2, 2024, 4:29 PM IST

Woman swept away in Mahanadi from Chhattisgarh: କଥାରେ ଅଛି ରଖେ ହରି, ମାରେ କିଏ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡାରେ । ମହାନଦୀ ସୁଅରେ ଛତିଶଗଡରୁ ଭାସି ଆସିଥିବା ଜଣେ ମହିଳାଙ୍କୁ ଝାରସୁଗୁଡାରୁ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ

ମହାନଦୀରେ ଛତିଶଗଡରୁ ଓଡ଼ିଶା ଭାସିଆସିଲେ ମହିଳା, ଝାରସୁଗୁଡାରୁ ଉଦ୍ଧାର
ମହାନଦୀରେ ଛତିଶଗଡରୁ ଓଡ଼ିଶା ଭାସିଆସିଲେ ମହିଳା, ଝାରସୁଗୁଡାରୁ ଉଦ୍ଧାର (ETV Bharat Odisha)

ଝାରସୁଗୁଡ଼ା: ମହାନଦୀର ଅକାତକାତ ପାଣି ସୁଅରେ ଛତିଶଗଡ଼ରୁ ଓଡ଼ିଶା ଭାସି ଆସିଲେ ମହିଳା । ଦୀର୍ଘ ୬୦ କିଲୋମିଟର ମହାନଦୀରେ ଭାସିବା ପରେ ଝାରସୁଗୁଡାର ହେଲେ ଉଦ୍ଧାର । ଗତକାଲି (ଗୁରୁବାର) ସକାଳୁ ଏମିତି ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ଦେଖିବାକୁ ମିଳିଛି ଲଖନପୁର ବ୍ଲକ ପଲସଦା ନିକଟରେ । ମହିଳା ଭାସି ଆସି ମହାନଦୀ କୂଳରେ ଲାଗି ଥିବାବେଳେ ତାଙ୍କୁ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଥିଲେ । କଥାରେ ଅଛି 'ରଖେ ହରି ତ ମାରେ କିଏ ', ଏହି ମହିଳାଙ୍କୁ ଦେଖିଲେ ସେହି ଉକ୍ତିିଟି ପ୍ରମାଣିତ ହୋଇଯାଉଛି ।

ମହାନଦୀରେ ପ୍ରଖର ସ୍ରୋତରେ ଛତିଶଗଡରୁ ଓଡ଼ିଶା 60KM ଭାସିଆସିଲେ ମହିଳା (ETV Bharat Odisha)

ଛତିଶଗଡ଼ରୁ ଭାସିଲେ, ଝାରସୁଗୁଡାରୁ ଉଦ୍ଧାର:

ସୂଚନା ଅନୁଯାୟୀ, ସେହି ମହିଳାଙ୍କ ନାମ ସରୋଜିନୀ ରଣବୀର । ସେ ଛତିଶଗଡ଼ର ପୁରଥଠାରୁ ମହାନଦୀରେ ପ୍ରାୟ ୬୦ କିଲୋମିଟର ଭାସି ଆସିଥିଲେ । ଗୁରୁବାର ସକାଳୁ ସକାଳୁ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଲସଦା ନିକଟରେ ମହାନଦୀ କୂଳରେ ଲାଗିଥିଲେ । ଏହି ସମୟରେ ସେଠାରେ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀଙ୍କ ନଜର ତାଙ୍କ ଉପରେ ପଡିଥିଲା । ଉଦ୍ଧାର ସମୟରେ ସରୋଜିନୀଙ୍କ ଗୋଡରେ ଲୁହା ବେଡି ପଡିଥିବା ଦେଖିବାକୁ ମିଳିଥିଲା ।

ମତ୍ସ୍ୟଜୀବୀମାନେ ତାଙ୍କୁ ଉଦ୍ଧାର କରି ନିଜ ସହ ନେଇଥିବା ଶୁଖିଲା ଖାଦ୍ୟ ଖାଇବାକୁ ଦେଇଥିଲେ । ଏହାପରେ ତାଙ୍କୁ ଗାଁକୁ ଆଣି ପୋଲିସକୁ ସୂଚନା ଦେଇଥିଲେ । ତେବେ ସେ କେଉଁ ପରିସ୍ଥିତିରେ ମହାନଦୀରେ ଭାସି ଆସିଲେ ତାହା ଜଣାପଡି ନାହିଁ । ତାଙ୍କର ମାନସିକ ଅବସ୍ଥା ଠିକ୍ ନଥିବା ଅନୁମାନ କରାଯାଉଛି । ଜଣେ ସ୍ଥାନୀୟ ମତ୍ସ୍ୟଜୀବୀ କହିଛନ୍ତି, "କେମିତି ଭାସି ଆସିଲେ ଆମେ ଜାଣିନୁ । ନଦୀରୁ ଉଦ୍ଧାର କରି ତାଙ୍କର ଖାଇବାକୁ ଦେଇଛୁ , ସେବା ଶୁଶ୍ରୁଷା କରୁଛୁ । ମହିଳାଙ୍କ ଗୋଡରେ ବେଡି ଲାଗିଛି । ଏନେଇ ପୋଲିସକୁ ସୂଚନା ଦେଇଛୁ ।"

ଏହା ମଧ୍ୟ ପଢନ୍ତୁ: ଚଳନ୍ତା ଟ୍ରେନରୁ ଖସିଲେ ବୃଦ୍ଧା, ଅଳ୍ପକେ ବର୍ତ୍ତିଲା ଜୀବନ

ଏମିତି ଦିନେ ଭାସି ଆସିଥିଲେ ସୋନି:

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଜକୁ ୪ ବର୍ଷ ତଳେ ୨୦୨୦ ମସିହାରେ ଠିକ୍ ଏମିତି ଏକ ଘଟଣା ଘଟିଥିଲା । ସୋନି ଯାଦବ ନାମକ ଜଣେ ଯୁବତୀ ଛତିଶଗଡରୁ ମହାନଦୀରେ ୬୦ କିଲୋମିଟର ଭାସି ଆସି ସୀମାବର୍ତ୍ତୀ କୁସୁମେଲରୁ ଉଦ୍ଧାର ହୋଇଥିଲେ । ସେତେବେଳେ ସୋନିଙ୍କୁ ଝିଅ ଭାବେ ଗ୍ରହଣ କରିଥିଲେ ତତ୍କାଳୀନ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି । ବିଧାୟକ ତାଙ୍କର ବିବାହ କରାଇ କନ୍ୟାଦାନ କରିଥିଲେ ।

ଇଟିଭି ଭାରତ, ଝାରସୁଗୁଡ଼ା

Last Updated : Aug 2, 2024, 4:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.