ETV Bharat / state

ପଞ୍ଚଭୂତରେ ଲୀନ ହେଲେ ସାତକଡି ହୋତା, ପୁରୀ ସ୍ଵର୍ଗଦ୍ଵାରରେ ଶେଷକୃତ୍ୟ ସମ୍ପନ୍ନ - ସାତକଡି ହୋତାଙ୍କ ଅନ୍ତିମ ସଂସ୍କାର

Last rites of Satakadi hota: ପଞ୍ଚଭୂତରେ ଲୀନ ହେଲେ ସାତକଡି । ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ଶେଷକୃତ୍ୟ ପୁରୀ ସ୍ଵର୍ଗଦ୍ଵାରରେ ସମ୍ପନ୍ନ ହୋଇଛି । ଶେଷ ଦର୍ଶନ କଲେ ବହୁ ବିଶିଷ୍ଟ ବ୍ୟକ୍ତି । ଅଧିକ ପଢନ୍ତୁ

Last rites of Satakadi hota
Last rites of Satakadi hota
author img

By ETV Bharat Odisha Team

Published : Feb 12, 2024, 12:27 PM IST

ପୁରୀ: ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସାହିତ୍ୟିକ ଗାଳ୍ପିକ ପ୍ରଶାସନିକ ଅଧିକାରୀ ସାତକଡ଼ି ହୋତା । ପୁରୀ ସ୍ଵର୍ଗଦ୍ଵାରରେ ସ୍ବର୍ଗତ ସାତକଡି ହୋତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ସ୍ବର୍ଗତ ସାତକଡି ହୋତାଙ୍କୁ ତାଙ୍କ ବଡ ପୁଅ ସଞ୍ଜୀବ ହୋତା ମୁଖାଗ୍ନି ଦେଇଥିଲେ । ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ସହ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ସ୍ବର୍ଗତ ସାତକଡି ହୋତାଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏଥିସହ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ।

ତେବେ ଗତକାଲି(ରବିବାର) ବିଶିଷ୍ଟ ସାହିତ୍ୟିକ ଗାଳ୍ପିକ ପ୍ରଶାସନିକ ଅଧିକାରୀ ସାତକଡ଼ି ହୋତାଙ୍କର ପରଲୋକ ହୋଇଥିଲା । ଭୁବନେଶ୍ବରରେ ୯୫ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀର ସେ ପୂର୍ବତନ ସଭାପତି ଥିଲେ । ସେହିପରି ଓଡ଼ିଆ ଦୈନିକ ଖବରକାଗଜ 'ସମୟ'ର ସେ ଥିଲେ ସମ୍ପାଦକ । ଭାରତୀୟ ରେଳସେବାରୁ ସେ ଅବସର ନେଇଥିଲେ । ମୟୂରଭଞ୍ଜ ଜିଲ୍ଲା ଜଗନ୍ନାଥ ଖୁଣ୍ଟା ଗାଁରେ ୧୯୩୦ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଦକ୍ଷିଣ ପୂର୍ବ ରେଳ ବିଭାଗର ମହାପ୍ରବନ୍ଧକ ଭାବେ କାର୍ଯ୍ୟକାରୀ ରେଳ ବିଭାଗରେ ନିଜର ବିଚକ୍ଷଣତା ସହ ସାହିତ୍ୟ କ୍ଷେତ୍ରରେ ନିଜର ପାରଦର୍ଶିତାକୁ ପ୍ରତିପାଦିତ କରିଥିଲେ । ଯାହା ତାଙ୍କ ଓଡ଼ିଶାବାସୀଙ୍କ ପାଖରେ ପରିଚିତ ରଖିପାରିଛି । ତେବେ ତାଙ୍କ ବିୟୋଗରେ ସାମାଜିକ ସାହିତ୍ୟିକ ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି ।

ଏହା ମଧ୍ୟ ପଢନ୍ତୁ- ଆରପାରିରେ ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ତେବେ ସେ ଗଳ୍ପ, ଉପନ୍ୟାସ, କବିତା, ଅନୁବାଦ ଆଦି ସାହିତ୍ୟର ବିଭିନ୍ନ କ୍ଷେତ୍ରରେ ସେ ଲେଖନୀ ଚାଳନା କରିଥିଲେ । ସାତକଡ଼ିଙ୍କର ୨୭ଟି ଗଳ୍ପ, ୨୧ଟି ଉପନ୍ୟାସ ଓ ଗୋଟିଏ କବିତା ବହି ପ୍ରକାଶ ପାଇଥିଲା । କବିତାରୁ ସେ ନିଜ ସାହିତ୍ୟ ସର୍ଜନା ଆରମ୍ଭ କରିଥିଲେ । ୧୯୬୭ରେ ତାଙ୍କର ପ୍ରଥମ ଉପନ୍ୟାସ ‘ବ୍ୟାକୁଳ ହୃଦୟ’ ଓ ୧୯୭୧ରେ ପ୍ରଥମ ଗପ ପ୍ରକାଶ ପାଇଥିଲା । ୧୯୮୭ରେ ଉପନ୍ୟାସ ଅଶାନ୍ତ ଅରଣ୍ୟ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ମୁକ୍ତିମନ୍ତ୍ରୀ ଓ ଜନନୀ ଜନ୍ମଭୂମୀ ଗଳ୍ପ ସଙ୍କଳନ ପାଇଁ ୨୦୦୪ରେ ସେ ସମ୍ମାନ ଜନକ ଶାରଳା ପୁରସ୍କାର ପାଇଥିଲେ । ଏହା ବ୍ୟତୀତ ସାହିତ୍ୟ ଭାରତୀ ସମ୍ମାନ ଓ ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ ଭଳି ଅନେକ ସମ୍ମାନ ସେ ପାଇଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.