ETV Bharat / state

ସୁନ୍ଦରୀଙ୍କ ଟାର୍ଗେଟରେ ସୁନା ଦୋକାନ, ଧରାପଡ଼ିଲା ଚୋରଣୀ - bhubaneswar JEWELLERY shop LOOT

author img

By ETV Bharat Odisha Team

Published : Jun 3, 2024, 7:19 PM IST

Lady Lootera Arrested: ରାଜଧାନୀର ଏକ ସୁନା ଦୋକାନରୁ ଲୁଟିଲେ ଯୁବତୀ । ସେଲସ ମ୍ୟାନକୁ ଭୂଆଁ ବୁଲାଇ ନେଇଗଲେ ୪୦ ଗ୍ରାମର ହାର । ତା ପରେ କଣ ହେଲା । ଅଧିକ ପଢନ୍ତୁ

BHUBANESWAR JEWELLERY SHOP LOOT
BHUBANESWAR JEWELLERY SHOP LOOT (ETV Bharat Odisha)

ଭୁବନେଶ୍ବର: ସୁନ୍ଦରୀ ଚୋରଣୀର ଟାର୍ଗେଟରେ ସୁନା ଦୋକାନ । ସେଲସ ମ୍ୟାନକୁ ଭୁଆଁ ବୁଲା ନେଇଗଲେ ୪୦ ଗ୍ରାମର ହାର । ଅଭିଯୋଗ ପରେ ଚୋରଣୀକୁ ଫିଲ୍ମ ଷ୍ଟାଇଲରେ ଧରିଛି କମିସନରେଟ ପୋଲିସ । ସହିଦନଗର ଥାନା ପୋଲିସ ସୁନ୍ଦରୀ ଚୋରଣୀ ବର୍ଷା ପ୍ରିୟଦର୍ଶିନୀ ନାୟକ ଓରଫ ନେହାକୁ ଗିରଫ କରିଛି । ସେହିପରି ଚୋରି ହାରକୁ କିଣିଥିବା ରଣପୁରର ଗହଣା ଦୋକାନୀ ରାଜେନ୍ଦ୍ର ଚିନାରାକୁ ମଧ୍ୟ ଗିରଫ କରାଯାଇଛି ।

ସୂଚନା ଯୋଗ୍ୟ, ଏନେଇ ସହିଦନଗର ଅଞ୍ଚଳର ଏକ ଗହଣା ଦୋକାନୀ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଯେ ଜଣେ ସୁନ୍ଦରୀ ଯୁବତୀ ଗହଣା କିଣିବାକୁ ଆସି ଅନେକ ସୁନା‌ ହାର ଦେଖିଥିଲେ । ଯୁବତୀଙ୍କ ସୁନ୍ଦରୀ ଚେହେରାରୁ ସେଲସ ମ୍ୟାନ‌ ବଡ଼ ଗ୍ରାହାକ ଭାବି ବିଭିନ୍ନ ପ୍ରକାର ସୁନା ହାର ଦେଖାଇଥିଲେ । ଏହାରି ଭିତରେ ସେଲସ ମ୍ୟାନଙ୍କ ଅଜାଣତରେ ଯୁବତୀ ଜଣଙ୍କ ଏକ ୪୦ଗ୍ରାମର‌ ହାର ଚୋରି କରିଥିଲେ । ପରେ ସେଲସ ମ୍ୟାନଙ୍କୁ କିଛି ନୂଆ ଡିଜାଇନ୍ ଦେଖିବା ଆଳରେ ସେଠାରୁ ପସନ୍ଦ ନ ହୋଇଥିବା କହି ଖସି ଯାଇଥିଲେ । ପରେ ଦୋକାନଙ୍କ ସନ୍ଦେହ ହେବାରୁ ସିସିଟିଭି ଦେଖିଥିଲେ ।

ଏନେଇ ସହିଦନଗର‌ ଥାନାରେ ଜଣାଇବା ପରେ ପୋଲିସ ପାଖରେ‌ କେବଳ ସିସିଟିଭି ଫୁଟେଜରୁ ସୁନ୍ଦରୀ ଆସିଥିବା ସ୍କୁଟି ନମ୍ବରକୁ ଟ୍ରାକ କରିଥିଲା । ପରେ ସ୍କୁଟିର ନମ୍ବରରୁ ପିପିଲିରେ ରହୁଥିବା ଯୁବତୀଙ୍କ ଭିଣୋଇ ପାଖରେ‌ ପଞ୍ଚିଥିଲା । ଯାହାର ଗାଡି ନେଇ ଯୁବତୀ ଜଣକ ଆସି ଭୁବନେଶ୍ବର ଗହଣା ଦୋକାନରୁ ଚୋରି କରିଥିଲା । ଏନେଇ ଭିଣୋଇର ତଥ୍ୟ ଆଧାରରେ ପୋଲିସ ନୟାଗଡ଼ ଅଞ୍ଚଳରୁ ଉକ୍ତ ଯୁବତୀଙ୍କୁ ଗିରଫ କରିଥିଲା । ପରେ ସେ ଗହଣା ବିକି ଥିବା ରାଜେନ୍ଦ୍ର ଚିନାରା ନାମକ ଏକ ଗହଣା ବ୍ୟବସାୟୀଙ୍କୁ ଗିରଫ କରିଥିଲା ପୋଲିସ ।

ଏହା ମଧ୍ୟ ପଢନ୍ତୁ .....ଚୋରି ଭୟରେ ଚାଉଳ ହାଣ୍ଡିରେ ଲୁଚାଇଥିଲେ ଗହଣା, ପଡୋଶୀଙ୍କ ଘରୁ ଚୋରି କରି ଦମ୍ପତି ଗିରଫ - Couple Arrested

ତେବେ ଏଭଳି ସୁନ୍ଦରୀ ଚୋରଣୀ ଗ୍ରାହକ ବେଶରେ ଗହଣା ଦୋକାନରୁ ଚୋରି ଘଟଣା ନୂଆଁ ନୁହେଁ । ପୂର୍ବରୁ ମଧ୍ୟ ଗତ ମେ ମାସରେ ଦୁଇ ଦମ୍ପତି ଯେ କି ବିଭିନ୍ନ ଜିନିଷ କିଣିବା ଆଳରେ ଭୁବନେଶ୍ୱର ବିଭିନ୍ନ ଦୋକାନରୁ ଚୋରି କରୁଛନ୍ତି । ମେ ମାସ ୭ ତାରିଖରେ ମଧ୍ୟ ଭୁବନେଶ୍ୱରରେ କାରରେ ଆସି ସୋରୁମ ଲୁଟିଥିଲେ ଦମ୍ପତି । ଅନ୍ତବସ୍ତ୍ର ସୋରୁମରୁ ଅଭିନୟ ଉପାୟରେ ଚୋରି କରିଥିଲେ । କିଛି ଅନ୍ତବସ୍ତ୍ର କିଣାକିଣି ଆଳରେ ଟଙ୍କା ଚୋରି ନେଇଥିଲେ ପତିପତ୍ନୀ । କାରରେ ଆସି ମୁହଁରେ ମାସ୍କ ଲଗାଇ ଲୁଟି ନେଇଥିଲେ । ବଡଗଡ ଥାନା ଅଞ୍ଚଳର ରବି ଟକିଜ ଛକ ଉପରେ ଥିବା ରେବା ଗାର୍ମେଣ୍ଟସ ସୋରୁମରେ ଏଭଳି ଲୁଟଟାଟ କରିଥିବା ପୋଲିସ ନିକଟରେ ଅଭିଯୋଗ‌ ହୋଇଥିଲା ।

ଇଟିଭି ଭାରତ , ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.