ETV Bharat / state

ଓଡ଼ିଶାରେ କୋଲକାତା ହରରର ପ୍ରତିବାଦ: ଆନ୍ଦୋଳନରେ ଡାକ୍ତର, ରାଜ୍ୟରେ ରୋଗୀସେବା ବାଧାପ୍ରାପ୍ତ - DOCTORS protest in odisha

author img

By ETV Bharat Odisha Team

Published : Aug 17, 2024, 5:51 PM IST

Updated : Aug 17, 2024, 10:39 PM IST

Kolkata Doctor Rape and Murder Case: କୋଲକତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଅନ୍ଦୋଳନର ଡ଼ାରକା ଦେଇଛି ଆଇଏମଏ । ଫଳରେ ରାଜ୍ୟର ଅନେକ ହସ୍ପିଟାଲରେ ଡ଼ାକ୍ତରମାନେ ପ୍ରତିବାଦ କରିଛନ୍ତି । ଯାହା ଫଳରେ ରୋଗୀସେବା ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Kolkata Doctor Rape and Murder Case
Kolkata Doctor Rape and Murder Case (ETV Bharat Odisha)

ଭୁବନେଶ୍ବର: ଆଜି ସାରା ଦେଶରେ କୋଲକତା ଡାକ୍ତର ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଡାକ୍ତର ଆନ୍ଦୋଳନ ଜୋରଦାର ଜାରି ରହିଛି । ଏହାର ପ୍ରବାହ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ଆଓଏମଏ ପକ୍ଷରୁ ରାଜ୍ୟବ୍ୟାପୀ ଡାକ୍ତର ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି । ଫଳରେ ଅନେକ ହସ୍ପିଟାଲରେ ରୋଗୀ ସେବା ପ୍ରଭାବିତ ହୋଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲ ମଧ୍ୟ ବାଦ୍ ପଡ଼ିନାହିଁ ।

କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କ ଜୋରଦାର ଆନ୍ଦୋଳନ:କୋଲକତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ନେଇ ପ୍ରତିବାଦ କରି ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି କ୍ୟାପିଟାଲ ହସ୍ପିଟାଲର ଜୁନିୟର ଡାକ୍ତର । କ୍ୟାପିଟାଲ ହସ୍ପିଟାଲରେ ପାଖାପାଖି ୨୦୦ରୁ ଅଧିକ ସିନିୟର୍ ରେସିଡେଣ୍ଟ, ଜୁନିୟର ରେସିଡେଣ୍ଟ, ଡାକ୍ତରୀ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯେପର୍ଯ୍ୟନ୍ତ ପୀଡ଼ିତାଙ୍କୁ ନ୍ୟାୟ ନ ମିଳିଛି ଓ ଡାକ୍ତରଙ୍କ ସୁରକ୍ଷା ପାଇଁ ସରକାର ଆଇନ ନ ଆଣିଛନ୍ତି । ସେପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ଚେତାବନୀ ଦେଇଛନ୍ତି ଡାକ୍ତରୀ ଛାତ୍ର-ଛାତ୍ରୀ ।କ୍ୟାପିଟାଲ ହସ୍ପିଟାଲରେ ରୋଗୀ ସେବା ପ୍ରଭାବିତ:

ଡାକ୍ତରଙ୍କ ବିକ୍ଷୋଭ ଯୋଗୁଁ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ ରୋଗୀ ସେବା ପ୍ରଭାବିତ ହୋଇଛି । ଘଣ୍ଟା ଘଣ୍ଟା ଲାଇନରେ ଛିଡ଼ା ହେବା ପରେ ଫେରୁଛନ୍ତି ରୋଗୀ । ପୂର୍ବରୁ କ୍ୟାପିଟାଲ ହସ୍ପିଟାଲ OPDରେ ପ୍ରତିଦିନ ପାଖାପାଖି ଦୁଇ ହଜାରରୁ ଅଧିକ ରୋଗୀ ଚିକିତ୍ସା ସେବା ପାଉଥିବା ବେଳେ ଏବେ ଏହି ସଂଖ୍ୟା ପାଖାପାଖି ଏକ ହଜାରକୁ ଖସି ଆସିଥିଲା । କିନ୍ତୁ ସକାଳୁ କିଛି ସମୟ ଓପିଡି ବନ୍ଦ ରହିଥିବାବେଳେ ପରବର୍ତ୍ତୀ ସମୟରେ କାର୍ଯ୍ୟକ୍ଷମ ହୋଇଥିଲା ଓପିଡି । ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଦିଲିପ କୁମାର ପଣ୍ଡା ।

ଡିଏମଇଟି ପ୍ରତିକ୍ରିୟା:
ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ଡିଏମଇଟି ସନ୍ତୋଷ କୁମାର ମିଶ୍ର କହିଛନ୍ତି," ମେଡ଼ିକାଲ କଲେଜ ପାଇଁ ଥିବା ମେଡ଼ିକାଲ ଟିଚରସ ଆସୋସିଏସନ ବା ଓମଟା ବନ୍ଦରେ ସମିଲ ହୋଇନାହାନ୍ତି । ସେମାନେ ସହଯୋଗ କରୁଛନ୍ତି । କିଛି କିଛି ଜାଗାରେ ଜୁନିଅର ଡାକ୍ତରମାନେ କାର୍ଯ୍ୟବନ୍ଦ ପାଇଁ ବାଧ୍ୟ କରୁଛନ୍ତି । କିନ୍ତୁ ଅନ୍ୟ ଡାକ୍ତରମାନେ ସହଯୋଗ କରୁଛନ୍ତି । ଜୁନିଅର ଡାକ୍ତର ଆସୋସିଏସନ ବନ୍ଦ କରୁଛନ୍ତି । ସମସ୍ତ ଘଟଣା ଉପରେ ନଜର ରଖା ଯାଇଛି ।

କଟକରେ ଡାକ୍ତରଙ୍କ ଜୋରଦାର ଆନ୍ଦୋଳନ:

କଟକ ବଡ ଡାକ୍ତରଖାନାରେ ମଧ୍ୟ ଡାକ୍ତରମାନଙ୍କର ୨୪ଘଣ୍ଟିଆ ଆନ୍ଦୋଳନ ଦେଖିବାକୁ ମିଳିଛି । ଭାରତୀୟ ଚିକିତ୍ସକ ସଂଘର ଡାକରାରେ ଆଜିଠାରୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଚିକିତ୍ସକ ମାନେ ୨୪ ଘଣ୍ଟିଆ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କେବଳ ଜରୁରୀ ସେବାକୁ ବାଦ ଦେଇ ଏହି ଆନ୍ଦୋଳନ ଜାରି ରହିଛି । ଫଳରେ ରୋଗୀସେବା ସଂପୂର୍ଣ୍ଣ ଭାବରେ ବାଧାପ୍ରାପ୍ତ ହୋଇଛି । ବହୁ ଦୂରଦୂରାନ୍ତରୁ ରୋଗୀମାନେ ଚିକିତ୍ସା ପାଇଁ ଆସି ନିରାଶ ହୋଇ ଫେରୁଛନ୍ତି । ଫଳରେ ରୋଗୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗତ ଦୁଇଦିନ ହେବ କଲିକତାର ରାଧାଗୋବିନ୍ଦ କର ମେଡିକାଲ କଲେଜର ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଜୁନିୟର ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଆଜି (ଶନିବାର) ସକାଳ ୬ଟାରୁ ରବିବାର ସକାଳ ୬ଟା ପର୍ଯ୍ୟନ୍ତ ଡାକ୍ତରମାନଙ୍କର ଆନ୍ଦୋଳନ ଅବ୍ୟାହତ ରହିବ ।

ରାଉରକେଲା:

ପଶ୍ଚିମବଙ୍ଗରୁ ନେଇ ସାରା ଭାରତରେ ବିଭିନ୍ନ ସହରରେ ତୁମ୍ବିତୋଫାନ ସୃଷ୍ଟି ହୋଇଛି । ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି ଡାକ୍ତର । ଆଜି ଭାରତୀୟ ଭେଷଜ ପରିଷଦ (IMA) ପକ୍ଷରୁ ଦେଶବ୍ୟାପି 24 ଘଣ୍ଟିଆ ଧର୍ମଘଟ ଡାକରା ଦିଆଯାଇଛି । ଏହି ଅବସରରେ ରାଉରକେଲାରେ ମଧ୍ୟ ଡ଼ାକ୍ତରମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଉରକେଲା ସରକାରୀ ହସ୍ପିଟାଲ ଏବଂ ଇସ୍ପାତ ଜେନେରାଲ ହସ୍ପିଟାଲ ସହ ଉତ୍କଳମଣି ଗୋପବନ୍ଧୁ ହୋମିଓପ୍ୟାଥିକ ହସ୍ପିଟାଲ ଏବଂ ମହାବିଦ୍ୟାଳୟ ସମସ୍ତ ହସ୍ପିଟାଲରେ ଆଜି ଆନ୍ଦୋଳନକୁ ଓଲ୍ହାଇଛନ୍ତି ଡାକ୍ତର ।

ଏହା ମଧ୍ୟ ପଢନ୍ତୁ ......କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ ଘଟଣାର ପ୍ରତିବାଦ, IMAର ୨୪ ଘଣ୍ଟିଆ ଧର୍ମଘଟ, ଓଡ଼ିଶାରେ ପ୍ରଭାବ - KOLKATA RAPE MURDER CASE

ବାଲେଶ୍ବର:

ଆଜି ଡାକ୍ତରମାନ ଫକୀର ମୋହନ ମେଡିକାଲ ଆଉଟଡୋରରେ ଡ଼ାକ୍ତକଙ୍କ ଧାରଣା ଦେଖିବାକୁ ମଳିଛି । ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ, ହାଉସ ସର୍ଜନ ଆସୋସିଏସନ ଏବଂ ଜୁନିଅର ଡାକ୍ତର ଆସୋସିଏସନ ମିଳିତ ଭାବେ କଲିକତାରେ ମହିଳା ଡାକ୍ତରଙ୍କ ପ୍ରତି ହୋଇଥିବା ଅମାନୁଷିକ କାର୍ଯ୍ୟକୁ ନିନ୍ଦା କରାଯିବା ସହ ଡାକ୍ତରଙ୍କ ସୁରକ୍ଷା ଦାବି କରାଯାଇଛି । କେବଳ ସରକାରୀ ଡାକ୍ତର ନୁହେଁ ବରଂ ଘରୋଇ ମେଡିକାଲ ଗୁଡିକରେ ଆଉଟଡୋର ସେବା ବନ୍ଦ କରାଯାଇଛି । ବାଲେଶ୍ୱରରେ ରୋଗୀସେବା ବାଧାପ୍ରାପ୍ତ ହୋଇନାହିଁ ।

ଏହି ଘଟଣା ବିଷୟରେ ପ୍ରତିକ୍ରିୟା ଦେବାକୁ ଯାଇ ଓମସାର ସିଡବ୍ଲୁସି ସଦସ୍ୟ ଡା. ସଂଜୀବ ପ୍ରଧାନ କହିଛନ୍ତି, "କଲିକତା ଆରଜେ ମେଡିକାଲ କଲେଜର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ତୀବ୍ର ନିନ୍ଦା କରୁଛି । ଆଜି ଆମେ ବ୍ୟାନର ତଳେ ଆଉଟଡୋର ଆଗରେ ପ୍ରତୀକ ଧାରଣା ଦେଇଛୁ । ସନ୍ଧ୍ୟାରେ ଏକ କ୍ୟାଣ୍ଡେଲ ରାଲି କରିବୁ । ଆମେ କେନ୍ଦ୍ର ସରକାର ଏବଂ ପଶ୍ଚିମବଙ୍ଗ ସରକାରଙ୍କୁ ଚେତାବନୀ ଦେଉଛୁ । ଦୋଷୀଙ୍କୁ ଧରିବେ ଏବଂ ତାଙ୍କୁ କଠୋରରୁ କଠୋର ଦେବେ । "

ବଲାଙ୍ଗୀର: ଭୀମ ଭୋଇ ମେଡିଲକାଲ କଲେଜରେ ମଧ୍ୟ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି । କଲିକତା ଘଟଣାକୁ ନେଇ ସବୁ ଡାକ୍ତର ଧାରଣା ଦେଇଛନ୍ତି । ଯାହାଫଳରେ ଓପିଡି ସେବା ବନ୍ଦ ଥିବାବେଳେ ସ୍ୱାସ୍ଥ୍ୟସେବା ପ୍ରଭାବିତ ହୋଇଛି । କୋଲକାତାରେ ଜଣେ ଟ୍ରେନିଂ ଡ଼ାକ୍ତର ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଘଟଣାରେ ଦେଶ ବ୍ୟାପି ଆନ୍ଦୋଳନ କରୁଛନ୍ତି ଡାକ୍ତର । ଦୋଷୀଙ୍କୁ ଶୀଘ୍ର ଗିରଫ ସହ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ ଦାବି କରିଛନ୍ତି । ଡାକ୍ତରଙ୍କୁ ପ୍ରଥମେ ସୁରକ୍ଷା ଦେବାପାଇଁ ଦାବି କରିଛନ୍ତି ।

କେନ୍ଦ୍ରୀୟ ସୁରକ୍ଷା ଆଇନ୍ ପ୍ରଣୟନ ଦାବି:

ବ୍ରହ୍ମପୁର: କଲିକତାରେ ଘଟିଯାଇଥିବା ଜୁନିୟର ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସିବିଆଇ ତଦନ୍ତ କରାଯିବ ସହିତ ଦେଶରେ କାର୍ଯ୍ୟରତ ଡାକ୍ତରଙ୍କ ପାଇଁ କେନ୍ଦ୍ରୀୟ ସୁରକ୍ଷା ଆଇନ୍ ପ୍ରଣୟନ କରିବା ପାଇଁ ଦାବି କରିଛନ୍ତି ଡ଼ାକ୍ତର । ଚାରି ଦଫା ଦାବି ନେଇ ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ ସମ୍ମୁଖରେ ଜୁନିଅର ଡାକ୍ତର ମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ପିଜି ଜୁନିଅର ଡାକ୍ତରମାନଙ୍କ ପକ୍ଷରୁ କରାଯାଇଥିବା ଆନ୍ଦୋଳନକୁ ମେଡିକାଲରେ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଥିବା କର୍ମଚାରୀ ସଂଘ ପକ୍ଷରୁ ମଧ୍ୟ ସମର୍ଥନ କରାଯାଇଥିବା ଦେଖିବାକୁ ମିଳିଛି ।

ଏନେଇ ଜଣେ ଜୁନିୟର ଡାକ୍ତର କହିଛନ୍ତି," କଲିକତାରେ ଘଟିଯାଇଥିବା ଘଟଣା ସାରା ଦେଶରେ ଡାକ୍ତରମାନଙ୍କ ପାଇଁ ଯେତିକି ଦୁଃଖପୂର୍ଣ୍ଣ ଏହାକୁ ନେଇ ସମାଜରେ ସଦାସର୍ବଦା ଚିକିତ୍ସା ସେବା ଯୋଗାଇ ଆସୁଥିବା ମହିଳା ଡାକ୍ତର ଏବଂ କର୍ମଚାରୀଙ୍କ ସୁରକ୍ଷା ଯୋଗାଇଦେବା ସେତିକି ଗୁରୁତ୍ବପୂର୍ଣ୍ଣ । ଡାକ୍ତରଙ୍କ ସୁରକ୍ଷା ପାଇଁ ମୁତୟନ ରହୁଥିବା ସୁରକ୍ଷା କର୍ମୀଙ୍କ ସଂଖ୍ୟା ବହୁ କମ୍ ରହୁଥିବା ଯୋଗୁଁ ଅନେକ ସମସ୍ୟା ଦେଖିବାକୁ ମିଳୁଛି ।

ଜରୁରୀକାଳୀନ ସେବା ଛଡା ସବୁ ବନ୍ଦ-

ଡାକ୍ତରମାନଙ୍କ ଆନ୍ଦୋଳନ ଯୋଗୁଁ ବ୍ରହ୍ମପୁରର ଏମ୍.କେ.ସି.ଜି ମେଡିକାଲର ଜରୁରୀକାଳୀନ ରୋଗୀ ସେବାକୁ ବାଦ ଦେଇ ବହିଃଚିକିତ୍ସା, ଆଇପିଡି, ଅସ୍ତ୍ରୋପଚାର ଗୃହରେ ପିଜି ଡାକ୍ତରମାନେ ନିଜର ଡ୍ୟୁଟି ବନ୍ଦ କରିଥିଲେ । ଫଳରେ ଏମକେସିଜିରେ ରୋଗୀ ସେବାରେ ଆଶିଂକ ବାଧା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

ସମ୍ବଲପୁର: ସେହିପରି ଆଜି ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଗତକାଲି ଠାରୁ ଜୁନିୟର ଡ଼ାକ୍ତର ଆସୋସିଏସନ, ୟୁଜି ଓ ଇଣ୍ଟନ ମେଡିକାଲ ଛାତ୍ରମାନେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବାକୁ ବାଦ ଦେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି । ଭୀମସାର ମେଡିକାଲ ପରିସରରେ ଧରଣାରେ ବସିଛନ୍ତି ଡ଼ାକ୍ତର । ଆଜି ସକାଳ 6 ଟାରୁ ଆସନ୍ତା କାଲି ସକାଳ 6 ଟା ପର୍ଯ୍ୟନ୍ତ ସମ୍ବଲପୁରର ସମସ୍ତ ପ୍ରାଇଭେଟ ହସ୍ପିଟାଲ, ନର୍ସିଂ ହୋମ ଓ କ୍ଲିନିକର OPD ସେବାକୁ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ଡ଼ ପୁରୋଷୋତ୍ତମ ଅଗ୍ରୱାଲ ।ଯେଉଁ ବିଭାଗରେ ପୂର୍ବରୁ 10 ଜଣ ଡାକ୍ତର ରହୁଥିଲେ ଏବେ ସେଠାରେ ମାତ୍ର 2 ଜଣ ଡାକ୍ତର ଅଛନ୍ତି । ଏଭଳି ପରିସ୍ଥିତିରେ ବୁର୍ଲା ମେଡିକାଲ କତ୍ତୃପକ୍ଷ ମେଡିକାଲ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।

ରାଇରଙ୍ଗପୁର: କଲିକତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ସବୁଠି ନିନ୍ଦା କରାଯାଉଛି । ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରି ସବୁଠି ଡ଼ାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି । ସେହିପରି ବାରିପଦା ସ୍ଥିତ ପିଆରଏମ୍ ମେଡିକାଲ କଲେଜରେ ହାଉସ ସର୍ଜନମାନେ ମଧ୍ୟ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ୫ ଦଫା ଦାବି ଉପସ୍ଥାପନ କରି ଜରୁରୀକାଳୀନ ସେବାକୁ ଛାଡି ଓପିଡ଼ି, ଓଟି, ଲ୍ୟାବଟରୀ, ଆଇପିଡ଼ି ଇତ୍ୟାଦିରେ ଜୁନିୟର ଡାକ୍ତର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି । ଡାକ୍ତରଖାନା ପରିସରରେ ଉକ୍ତ ଡ଼ାକ୍ତରୀ ଛାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହାସହ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ,ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଡ଼ାକ୍ତର ।

ଇଟିଭି ଭାରତ,ଭୁବନେଶ୍ବର/କଟକ/ରାଉରକେଲା/ବାଲେଶ୍ବର/ବଲାଙ୍ଗୀର /ବ୍ରହ୍ମପୁର/ସମ୍ବଲପୁର/ରାଇରଙ୍ଗପୁର

Last Updated : Aug 17, 2024, 10:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.