ପୁରୀ: ଭକ୍ତଙ୍କୁ ମିଳିଲା ଆଶ୍ବସ୍ତି । ଅର୍ପଣ ରଥରୁ ସଂଗୃହିତ ଚାଉଳରୁ ପ୍ରସ୍ତୁତ ହେବ ଖେଚୁଡି ଓ କାନିକା । ଅକ୍ଷତ ଚାଉଳର ମାନ ପରୀକ୍ଷା ପରେ ପ୍ରସାଦ ପ୍ରସ୍ତୁତ ହେବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।
ତେବେ ଏନେଇ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ସଭାପତି କହିଛନ୍ତି, ମହାପ୍ରଭୁଙ୍କ ଉଦ୍ଦେଶ୍ୟ ଭକ୍ତ ଚାଉଳ ଦାନ କରିଥିବାରୁ ଏହାକୁ ମହାପ୍ରଭୁଙ୍କ ଭୋଗରେ ଲଗାଯିବା । ଏନେଇ ଏକ ସ୍ଵତନ୍ତ୍ର କମିଟି ଗଠନ ହୋଇଛି । ସୁଆର ମହାସୁଆର ନିଯୋଗର କିଛି ସଦସ୍ୟ, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଏହି କମିଟିରେ ରହିଛନ୍ତି । ସେମାନେ ମହାପ୍ରଭୁଙ୍କ ଭୋଗରେ କିଭଳି ସଂଗୃହିତ ଚାଉଳ ଲାଗି ପାରିବ ସେନେଇ ଅନୁଧ୍ୟାନ କରିବେ । ଏଥିସହ ସଂଗୃହୀତ ଅରୁଆ ଚାଉଳର ମାନ ଠିକ୍ ଅଛି କି ନାହିଁ ତାହା କମିଟି ଯାଞ୍ଚ କରିବ। ପରେ ଶ୍ରୀମନ୍ଦିରକୁ ନିଆଯାଇ ମହାପ୍ରଭୁଙ୍କ ପାଇଁ ଭୋଗ ପ୍ରସ୍ତୁତି ହେବ । ଆସନ୍ତା ରବିବାର ଠାରୁ ଏହି ଭୋଗ ପ୍ରସ୍ତୁତି କରାଯାଇ ମହାପ୍ରଭୁଙ୍କୁ ଭୋଗ ପରେ ଏହି ଭୋଗକୁ ଭକ୍ତଙ୍କ ମହଲରେ ମାଗଣାରେ ବଣ୍ଟାଯିବ ।
ଏହା ମଧ୍ୟ ପଢନ୍ତୁ- ବ୍ୟର୍ଥ ଯିବନି ଶ୍ରଦ୍ଧାଳୁଙ୍କ ଦାନ, ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା
ଏହା ମଧ୍ୟ ପଢନ୍ତୁ - ଅର୍ପଣ ରଥରେ ଚାଉଳ ଓ ଗୁଆ ସଂଗ୍ରହ ବିବାଦ, ମହାପ୍ରସାଦ ପ୍ରସ୍ତୁତି ନିଷ୍ପତ୍ତିକୁ ବିରୋଧ
ଖେଚେଡ଼ି, କାନିକା ଏହି ଚାଉଳରେ ପ୍ରସ୍ତୁତ କରାଯାଇ ରବିବାର ଠାରୁ 7 ଦିନ ଯାଏଁ ଭୋଗ ହେବା ସହ ଭକ୍ତଙ୍କୁ ଶ୍ରୀମନ୍ଦିରର ଦକ୍ଷିଣ, ପଶ୍ଚିମ, ଉତ୍ତର ଦ୍ୱାରରେ ମାଗଣାରେ ବିତରଣ ହେବ । ଏହାକୁ ତଦାରଖ କରିବ ଗଠିତ ହୋଇଥିବା କମିଟି ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ ଅର୍ପଣ ରଥରୁ ସଂଗୃହିତ ଚାଉଳ ମହାପ୍ରଭୁଙ୍କ ଭୋଗରେ ଲାଗିବ କି ନାହିଁ ତାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଭକ୍ତମାନେ ମଧ୍ୟ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଯଦି ମହାପ୍ରଭୁଙ୍କ କାର୍ଯ୍ୟରେ ଚାଉଳ ଲାଗିବ ନାହିଁ କାହିଁକି ଲୋକଙ୍କ ଭାବାବେଗ ସହ ସରକାର ଖେଳିଲେ ସେ ନେଇ ପ୍ରଶ୍ନ ଉଠିଥିଲା । କିନ୍ତୁ ବର୍ତ୍ତମାନ ଶ୍ରୀମନ୍ଦିର ପ୍ରଶାସନ ଚାଉଳକୁ ମହାପ୍ରଭୁଙ୍କ ଭୋଗରେ ଲାଗି ହେବାକୁ ନିଷ୍ପତ୍ତି ପରେ ଭକ୍ତମାନେ ଆଶ୍ୱସ୍ତ ହୋଇଛନ୍ତି ।
ଇଟିଭି ଭାରତ, ପୁରୀ