ETV Bharat / state

ଶ୍ରୀନହରରେ ଖଡ଼ି ପ୍ରସାଦ ବିଜେ ନୀତି ସମ୍ପନ୍ନ, ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ - Khadi Prasad Bije Banaka Lagi - KHADI PRASAD BIJE BANAKA LAGI

Khadi Prasad Bije Rituals: ଆଷାଢ଼ ମାସ କୃଷ୍ଣ ଚତୁର୍ଦଶୀ ତିଥିରେ ଶ୍ରୀନହରକୁ ଖଡ଼ି ପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବନକଲାଗି ନୀତି । ଅଧିକ ପଢ଼ନ୍ତୁ

Khadi Prasad Bije And Banaka Lagi Rituals
Khadi Prasad Bije And Banaka Lagi Rituals (ETV Bharat Odisha)
author img

By ETV Bharat Odisha Team

Published : Jul 5, 2024, 8:18 PM IST

ପୁରୀ: ଆଜି ଅନବସରର ଚତୁର୍ଦ୍ଦଶୀ ତିଥିରେ ଦତ୍ତମହାପାତ୍ର ସେବାୟତଙ୍କ ଦ୍ବାରା ଖଡ଼ି ପ୍ରସାଦ ବିଜେ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଛି । ଘଣ୍ଟ, ଛତା, କାହାଳୀ ମଧ୍ୟରେ ଶ୍ରୀନହରକୁ ମହାପ୍ରଭୁଙ୍କ ଖଡି ପ୍ରସାଦ ବିଜେ ହୋଇଥିଲା । ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଡ଼ି ପ୍ରସାଦ ଦଇତାପତି ଓ ଦତ୍ତମହାପାତ୍ର ସେବାୟତମାନେ ରୂପା ଥାଳିରେ ଆଣି ଗଜପତିଙ୍କୁ ଅର୍ପଣ କରିଛନ୍ତି । ସେପଟେ ଆଉ ମାତ୍ର ଦିନକ ପରେ ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଥିବା ବେଳେ ତିନି ରଥର ନିର୍ମାଣ କାର୍ଯ୍ୟକୁ ନିର୍ମାଣକାରୀମାନେ ଶେଷ ସ୍ପର୍ଶ ଦେଉଛନ୍ତି ।

Khadi Prasad Bije And Banaka Lagi Rituals (ETV Bharat Odisha)

ଆଜି ଅନବସରର ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁଙ୍କ ଖଡି ପ୍ରସାଦ ବିଜେ ସହ ବନକଲାଗି କାର୍ଯ୍ୟ ଆରମ୍ଭ କରାଯାଇଛି । ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଡି ପ୍ରସାଦ ଦଇତାପତି ଓ ଦତ୍ତମହାପାତ୍ର ସେବାୟତମାନେ ରୂପା ଥାଳିରେ ଆଣି ଗଜପତିଙ୍କୁ ଅର୍ପଣ କରିଛନ୍ତି । ଏହାସହ ଦତ୍ତମହାପାତ୍ର ସେବାୟତମାନେ ପାରମ୍ପରିକ ରଙ୍ଗ ହେଙ୍ଗୁଳ, ହରିତାଳ, କେଶର, କସ୍ତୁରୀ ରଙ୍ଗ ବ୍ୟବହାର କରି ବନକଲାଗି କାର୍ଯ୍ୟ ଆରମ୍ଭ କରିଛନ୍ତି । ମହାପ୍ରଭୁଙ୍କ ଏହି ଶ୍ରୀମୁଖ ଶୃଙ୍ଗାର କାର୍ଯ୍ୟ ଆଜି ବିଳମ୍ୱିତ ରାତ୍ରି ପର୍ଯ୍ୟନ୍ତ ଜାରି ରହିବ । ତେବେ ଚଳିତ ବର୍ଷ ଗୋଟିଏ ଦିନରେ ନେତ୍ରୋତ୍ସବ ଓ ନବଯୌବନ ସହ ରଥଯାତ୍ରା ପଡୁଥିବାରୁ ଭକ୍ତମାନେ ନବଯୌବନ ଦର୍ଶନରୁ ବଞ୍ଚିତ ହେବେ । ରଥଯାତ୍ରା ଦିନ ହିଁ ଭକ୍ତମାନେ ରଥ ଉପରେ ନିଜର ଅତିପ୍ରିୟ କାଳିଆ ଠାକୁରଙ୍କ ଦର୍ଶନ ସହ ରଥ ଟାଣିବାର ସୁଯୋଗ ପାଇବେ‌ । ସେହିପରି ଆସନ୍ତାକାଲି ଶ୍ରୀମନ୍ଦିର ପଟି ଦିଅଁଙ୍କ ଠାରୁ ଆଜ୍ଞାମାଳ ବିଜେ ହୋଇ ରଥଖଳାକୁ ଆସିବା ପରେ 3 ରଥକୁ ସିଂହଦ୍ଵାର ସମ୍ମୁଖକୁ ଅଣାଯିବ ।

ଏପଟେ ଚଳିତ ବର୍ଷ ରଥ ନିର୍ମାଣ କାର୍ଯ୍ୟ ସମୟ ପୂର୍ବରୁ ମଧ୍ୟ ଶେଷ ହୋଇଛି । 3 ରଥର କଳସ, ଦଧିନଉତି ଓ ହଂସ ପଟ୍ଟା ବାଡିଆ କାର୍ଯ୍ୟ ଶେଷ ହୋଇଥିବାରୁ ରଥ ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି । ପରମ୍ପରା ଅନୁଯାୟୀ ତିନି ରଥର ପାର୍ଶ୍ଵ ଦେବଦେବୀଙ୍କୁ ରଙ୍ଗ କରାଯାଇ ରଥରେ ସଂଯୋଗ କରାଯାଇଛି । ରଥର ପ୍ରଭା ନିର୍ମାଣ ଶେଷ ହୋଇଥିବା ବେଳେ ଚିତ୍ରକର ସେବାୟତମାନେ ଏଥିରେ ଶେଷ ସ୍ପର୍ଶ ଦେଉଛନ୍ତି । ତେବେ 3 ରଥକୁ ଆକର୍ଷଣୀୟ କରିବା ପାଇଁ ଚିତ୍ରକରମାନେ ରଥର ଚାରିପଟେ ରଙ୍ଗ ଦେବା ସହ ଘୋଡ଼ା, ସାରଥି, ସକ୍ଷୀରେ ମଧ୍ୟ ରଙ୍ଗ ଦେବା କାର୍ଯ୍ୟ କରୁଛନ୍ତି । ସେହିପରି ଦରଜୀ ସେବକମାନେ ମଧ୍ୟ ରଥ କନା କାର୍ଯ୍ୟ ଶେଷ କରିଥିବା କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରଥଯାତ୍ରାରେ ପୁରୀ ଆସୁଛନ୍ତି କି, କେଉଁଠି ମିଳିବ କଣ ସୁବିଧା ? ଏହି ଆପରେ ମିଳିବ ଟିକନିକ୍‌ ସୂଚନା - Rath Yatra 2024 mobile App

ରଥଯାତ୍ରା ଆଉ ମାତ୍ର ଗୋଟିଏ ଦିନ ଥିବାରୁ ମହାପ୍ରଭୁଙ୍କ ନୀତି ଓ ରଥ ନିର୍ମାଣ ନେଇ ତତ୍ପରତା ପ୍ରକାଶ ପାଇଛି । ସମୟ ପୂର୍ବରୁ ରଥ ନିର୍ମାଣ ଶେଷ ହୋଇଥିବା ବେଳେ ମହାପ୍ରଭୁଙ୍କର ଅନବସର ନୀତିକୁ ଶୃଙ୍ଖଳିତ ଭାବେ ଶେଷ କରୁଛନ୍ତି ଦଇତାପତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.