ETV Bharat / state

ଜୀବନ ବଞ୍ଚାଇଲା ଦଇବ, କୁମ୍ଭୀର ମୁହଁରୁ ଜୀବିତ ଫେରିଲେ ଦିବ୍ୟାଙ୍ଗ - YOUTH FIGHT OFF CROCODILE

କେନ୍ଦ୍ରାପଡା ପେଟଛେଲା ନଦୀରେ ଗାଧୋଉଥିବା ବେଳେ ଦିବ୍ୟାଙ୍କ ଯୁବକଙ୍କୁ ଟାଣି ନେଲା କୁମ୍ଭୀର । ଅଳ୍ପକେ ବର୍ତ୍ତିଗଲା ଜୀବନ ।

Youth Fight Of Crocodile Attack
Youth Fight Of Crocodile Attack (ETV BHARAT ODISHA)
author img

By ETV Bharat Odisha Team

Published : Nov 9, 2024, 10:20 AM IST

Updated : Nov 9, 2024, 2:04 PM IST

କେନ୍ଦ୍ରାପଡା: କଥାରେ ଅଛି 'ଯାହାକୁ ରଖିବ ଅନନ୍ତ କେ କରି ପାରେ ବଳବନ୍ତ ' । ଯାହା ପ୍ରମାଣିତ ହୋଇଛି କେନ୍ଦ୍ରାପଡା ଜିଲ୍ଲାର ଜଣେ ଦିବ୍ୟାଙ୍ଗ ଯୁବକଙ୍କ କ୍ଷେତ୍ରରେ । ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଟିଏ ଗୋଡକୁ ଟାଣି ନେଇ ନଦୀ ମଝିକୁ ନେଇଯାଇଥିଲା କୁମ୍ଭୀର । ଜୀବିତ ଅବସ୍ଥାରେ ଆଉ ଫେରିବେ ବୋଲି ସେ କେବେ ବି ଭାବି ନଥିଲେ । କିନ୍ତୁ ଶେଷରେ ପ୍ରାଣପଣେ ଉଦ୍ୟମ କରି ମଣିଷ ଖିଆ କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି କେନ୍ଦ୍ରାପଡା ପେଟଛେଲା ପଞ୍ଚାୟତ ଶବରପଡା (ଜଙ୍ଗଳଘେରି) ଗାଁର ଦିପୁ ଆହାଡ଼ି ।

କଣ ଥିଲା ସମ୍ପୂର୍ଣ୍ଣ ଘଟଣା ?

ଗୁରୁବାର(ନଭେମ୍ବର ୭) ଅପରାହ୍ନରେ ଦିପୁ ଗାଧୋଇବା ପାଇଁ ଗାଁ ଦେଇ ପ୍ରବାହିତ ହେଉଥିବା ଗୋବରୀ ନଦୀର ଶାଖା ନଦୀ ପେଟଛେଲା ନଦୀକୁ ଯାଇଥିଲେ । ଗାଧୋଇବା ବେଳେ ହଠାତ ଏକ କୁମ୍ଭୀର ତାଙ୍କ ବାମ ଗୋଡ଼କୁ ଟାଣି ନେଇ ନଦୀ ମଧ୍ୟକୁ ଚାଲିଯାଇଥିଲା । ଜୀବନ ବଞ୍ଜାଇବା ପାଇଁ ଦିପୁ ଡାହାଣ ଗୋଡ଼ ଓ ହାତକୁ ପାଣିରେ ପାରୁ ପର୍ଯ୍ୟନ୍ତ ବାଡେଇଥିଲେ।ଏହାପରେ କୁମ୍ଭୀର ପାଟିରୁ ଯୁବକଙ୍କ ଗୋଡଟି ଖସି ଆସିଥିବାରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ନଦୀ କୂଳକୁ ଆସି ଗାଁ ଲୋକଙ୍କୁ ଡାକ ପକାଇଥିଲେ । ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ପୂରା ଘଟଣା ସମ୍ପର୍କରେ କହିବା ପରେ ତାଙ୍କ ପରିବାର ଲୋକଙ୍କୁ ଫୋନର ଯୋଗାଯୋଗ କରିଥିଲେ । ତାଙ୍କ ସ୍ତ୍ରୀ ଆସି ପହଞ୍ଚିବା ପରେ ଗାଁ ଲୋକେ ଦିପୁଙ୍କୁ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଏହା ମଧ୍ୟ ପଢନ୍ତୁ-ରାତିରେ ବାସନ ଧୋଇବାକୁ ଯାଇଥିଲେ ମହିଳା; ନଦୀରେ ଟାଣି ନେଲା କୁମ୍ଭୀର, ସକାଳୁ ମିଳିଲା କ୍ଷତାକ୍ତ ମୃତଦେହ - Kendrapara crocodile attack

ଏହା ମଧ୍ୟ ପଢନ୍ତୁ: ସାତକୋଶିଆ କୁମ୍ଭୀର ଆକ୍ରମଣରେ ନାବାଳକ ମୃତ, ୬ ଲକ୍ଷ ସହାୟତା ରାଶି ଘୋଷଣା - crocodile attack in satkosia

ଜନ୍ମରୁ ଦିବ୍ୟାଙ୍ଗ :

SDsad
sd (dSD)

କୁମ୍ଭୀର ଆକ୍ରମଣରେ ଆହତ ହୋଇଥିବା ଦିପୁ ଜନ୍ମରୁ ଦିବ୍ୟାଙ୍ଗ । ୨୦୧୧ ମସିହାରେ ଜିଲ୍ଲା ମେଡିକାଲ କର୍ତ୍ତୃପକ୍ଷ ତାଙ୍କର ସମସ୍ତ ମେଡିକାଲ ଟେଷ୍ଟ କରି ତାଙ୍କର ବାମ ଗୋଡ଼ ଓ ହାତ ଅଚଳ ବୋଲି ସାର୍ଟିଫିକେଟ ପ୍ରଦାନ କରିଥିବା କହିଛନ୍ତି ଦିପୁ । ସାର୍ଟିଫିକେଟ ଥାଇ ସୁଦ୍ଧା ମାତ୍ର ୪୫% ଭିନ୍ନକ୍ଷମ ଲେଖା ଥିବାରୁ ଦିପୁଙ୍କୁ ନା ମିଳୁଛି ଘର ନା ମିଳିଛି ଟ୍ରାଇ ସାଇକେଲ, ଯେଉଁଥିପାଇଁ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

କୁମ୍ଭୀର ଆକ୍ରମଣରେ ମହିଳା ମୃତ:

ଗତ ଅଗଷ୍ଟ ମାସ 13 ତାରିଖରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ଅଳପୁଆଡିଆ ଗାଁରେ କୁମ୍ଭୀର ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ନଈକୁ ବାସନ ମାଜିବାକୁ ଯାଇଥିବାବେଳେ ମହିଳାଙ୍କୁ ଟାଣିନେଲା କୁମ୍ଭୀର । ମୃତ ମହିଳା ହେଲେ ମୁଞ୍ଜୁଲତା ଭଞ୍ଜ ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Nov 9, 2024, 2:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.