ETV Bharat / state

ଭୁଶୁଡି ଯିବ କି ମହୀଧରଙ୍କ ଗଡ଼ ! କନ୍ଧମାଳ ସଂସଦୀୟ କ୍ଷେତ୍ରରେ କ'ଣ ପଡିବ ପ୍ରଭାବ ? - kantamal assembly constituency - KANTAMAL ASSEMBLY CONSTITUENCY

Kantamal Assembly Constituency: କନ୍ଧମାଳ ସଂସଦୀୟ କ୍ଷେତ୍ର କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ କଣ ହେବ ବିଜେଡି ସ୍ଥିତି । ଅଧିକ ପଢ଼ନ୍ତୁ

ଭୁଷୁଡି ଯିବ କି ମହୀଧରଙ୍କ ଗଡ଼ ! କନ୍ଧମାଳ ସାଂସଦୀୟ କ୍ଷେତ୍ରରେ କ'ଣ ପଡିବ ପ୍ରଭାବ ?

author img

By ETV Bharat Odisha Team

Published : Apr 19, 2024, 10:06 PM IST

Updated : Apr 19, 2024, 10:12 PM IST

ଭୁଷୁଡି ଯିବ କି ମହୀଧରଙ୍କ ଗଡ଼ ! କନ୍ଧମାଳ ସାଂସଦୀୟ କ୍ଷେତ୍ରରେ କ'ଣ ପଡିବ ପ୍ରଭାବ ?

ବୌଦ୍ଧ: ଆଉ ଦିନ କେଇଟା ପରେ ରାଜ୍ୟରେ ନିର୍ବାଚନ । ଘମାଘୋଟ ଲଢ଼େଇ ପାଇଁ ଚାଲିଛି ଦଳୀୟ ପ୍ରସ୍ତୁତି । ପ୍ରାର୍ଥୀମାନେ ଡୋର ଟୁ ଡୋର କ୍ୟାମ୍ପେନ ସହିତ ଶୋଭାଯାତ୍ରା କରି ନିଜ ଶକ୍ତି ପ୍ରଦର୍ଶନରେ ଲାଗିପଡିଛନ୍ତି । ଏହାରି ଭିତରେ ଚର୍ଚ୍ଚାରେ ରହିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ । ଲଗାତାର ଦୁଇଥର ଏହି ଆସନ ବିଜେଡି କବ୍ଜାର ରହିଥିବା ବେଳେ ଦୁଇଥର ଯାକ ମହୀଧର ରଣା ବିଧାୟକ ରହିଛନ୍ତି । କିନ୍ତୁ ଏଥର ବିଜେଡି ମଧ୍ୟରେ ଗୋଷ୍ଠୀ କନ୍ଦୋଳ ଦେଖିବାକୁ ମିଳିଛି । ଯାହା କଣ୍ଟାମାଳରେ ବିଜେପିର ବିଜୟ ଆଡକୁ ସୁହାଉଥିବା ଆଲୋଚନା ହେଉଛି ।

ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଚଳିତ ସାଧାରଣ ନିର୍ବାଚନ ବେଶ ରୋଚକ ହେବାକୁ ଯାଉଅଛି । କାରଣ ଏହି ଆସନରୁ ଦୁଇ ଦୁଇଥର ବିଧାୟକ ହୋଇଥିବା ମହୀଧର ରଣାଙ୍କୁ ବିଜେଡି ତୃତୀୟ ଥର ପାଇଁ ଟିକେଟ ପ୍ରଦାନ କରିଛି । ସେପଟେ ବିଜେଡି ଦଳର ବରିଷ୍ଠ ନେତା ଓ କର୍ମୀଙ୍କୁ ଦୀର୍ଘ ଦିନ ଧରି ମହୀଧର ଅଣଦେଖା କରି ଅନ୍ୟ ଦଳର ନେତା କର୍ମୀଙ୍କୁ ଗୁରୁତ୍ବ ପ୍ରଦାନ କରୁଥିବା ଅଭିଯୋଗ କରି ବିଜେଡି ଦଳର ଅନ୍ୟ ଏକ ଗୋଷ୍ଠୀ ମହୀଧର ହଟାଓ ଅଭିଯାନ ଆରମ୍ଭ କରିଛନ୍ତି । ଗତ କିଛିଦିନ ପୂର୍ବରୁ ମହୀଧର ରଣା ବିରୋଧିଙ୍କୁ ମାତ୍‌ ଦେବାକୁ କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତାନନ୍ଦ ସାମନ୍ତଙ୍କୁ ନେଇ ବିଶାଳ ବାଇକ ଶୋଭାଯାତ୍ରାର ଆୟୋଜନ କରିଥିଲେ ।

ସେହିପରି ବିଜେପି ଦଳର ଟାଣୁଆ ନେତା ତଥା ବରିଷ୍ଠ ବିଜେପି ନେତା କହ୍ନେଇ ଚରଣ ଡାଙ୍ଗଙ୍କ ସଂଗଠନ ଖୁବ ସୁଦୃଢ ହେବାରେ ଲାଗିଛି । ମହୀଧରଙ୍କ ଗଡ଼ ଭାଙ୍ଗିବାକୁ ବିଜେପି ଯୋରଦାର ପ୍ରସ୍ତୁତି କରୁଥିବା ବେଳେ ଆସନ୍ତାକାଲି (ଶନିବାର) କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ପଲସାଗୋରା ଠାରେ ବହୁ ଅସନ୍ତୁଷ୍ଟ ବିଜେଡି ନେତା ଓ କର୍ମୀ ବିଜେପି ଦଳରେ ସାମିଲ ହେବେ ବୋଲି ସୂଚନା ମିଳିଛି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଏଯାବତ୍ ଘୋଷଣା ହୋଇନଥିବା ବେଳେ ଏଠାରେ କଂଗ୍ରେସ ଦଳ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଯାଇଛି । ଏପରିକି ଶନିବାର କଂଗ୍ରେସର କେତେକ ନେତା ଓ କର୍ମୀ ବିଜେପି ଦଳରେ ସାମିଲ ହେବେ ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...ବ୍ରହ୍ମପୁର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ଭରିଲେ ଶିବ ଶଙ୍କର - Independent MLA Candidate

ସେପଟେ ଏଭଳି ସ୍ଥିତିରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ସିଧାସଳଖ ପ୍ରଭାବ ସାଂସଦ ପ୍ରାର୍ଥୀଙ୍କ ଉପରେ ପଡ଼ିବ ବୋଲି ଚର୍ଚ୍ଚା ହେଉଛି । କାରଣ ବିଜେଡି ଦଳର କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତାନନ୍ଦ ସାମନ୍ତଙ୍କ ଭଳି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ବିଜେପି ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀଙ୍କ ଲଢେଇ ସିଧାସଳଖ ମୋଦି ଗ୍ୟାରେଣ୍ଟି, ନବୀନଙ୍କ ଭାବମୂର୍ତ୍ତି ସହିତ ହେବ ବୋଲି ଆଲୋଚନା ହେଉଛି । ଖୋଦ ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ଏକ ସାଧାରଣ ଲୋକ ସହିତ ଜଣେ ପ୍ରତିପତ୍ତିଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଲଢେଇ ହେବ ବୋଲି କହିଛନ୍ତି । ବରିଷ୍ଠ ଭୋଟର ମଧ୍ୟ ଚଳିତ ନିର୍ବାଚନରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେପି ଦଳ ସୁବିଧା ଜନକ ସ୍ଥିତିରେ ଥିବାରୁ ଏହାର ପ୍ରଭାବ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ପଡ଼ିବ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ବୌଦ୍ଧ

Last Updated : Apr 19, 2024, 10:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.