ETV Bharat / state

କଳାହାଣ୍ଡି ବିଜେପିକୁ ଝଟକା, ବିଜେଡିରେ ସାମିଲ ହେଲେ ବ୍ଲକ ଅଧ୍ୟକ୍ଷାଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ

author img

By ETV Bharat Odisha Team

Published : Mar 12, 2024, 1:08 PM IST

BJD Joining Ceremony: ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଛ ଦଳବଦଳ । ବିଜେପି ଛାଡି ବିଜେଡିରେ ମିଶିଲେ କୋକସରା ବ୍ଲକ ଅଧ୍ୟକ୍ଷା ଓ ଉପଧକ୍ଷଙ୍କ ସମେତ ବ୍ଲକର ସମସ୍ତ ନିର୍ବାଚିତ ଜନ ପ୍ରତିନିଧି । ଅଧିକ ପଢନ୍ତୁ

Kalahandi BJP Leaders Joins BJD
Kalahandi BJP Leaders Joins BJD
Kalahandi BJP Leaders Joins BJD

ଭବାନୀପାଟଣା: ପାଖେଇ ଆସୁଛି ବିଧାନସଭା ଓ ଲୋକସଭା ନିର୍ବାଚନ । ତାରିଖ ଘୋଷଣା ପୂର୍ବରୁ ରାଜ୍ୟରେ ଆରମ୍ଭ ହୋଇଛି ଦଳ ଡିଆଁ ରାଜନୀତି । କିଏ ବିଜେପି ଛାଡି ବିଜେଡିରେ ତ ପୁଣି କିଏ ବିଜେଡି ଛାଡି ବିଜେପିରେ ମିଶୁଛି । ନିର୍ବାଚନ ପୂର୍ବରୁ କଳାହାଣ୍ଡି ବିଜେପିକୁ ଲାଗିଛି ଝଟକା । କୋକସରା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ସମେତ ବ୍ଲକର ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ସମସ୍ତେ ପଦ୍ମ ଛାଡି ଶଙ୍ଖ ଫୁଙ୍କିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଶଙ୍ଖ ଛାଡି ହାତ ଧରିଲେ ଶତାଧିକ କର୍ମୀ

ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ କୋକସରା ବ୍ଲକର ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ନେତୃତ୍ବରେ ବ୍ଲକର ୨୨ଟି ପଞ୍ଚାୟତର ନିର୍ବାଚିତ ସମିତି ସଭ୍ୟ/ସଭ୍ୟା, ସରପଞ୍ଚ, ପୂର୍ବତନ ସରପଞ୍ଚ, ଓ ସମର୍ଥକମାନେ ଭୁବନେଶ୍ବର ବିଜେଡି ଶଙ୍ଖ ଭବନଠାରେ ବିଧିବଦ୍ଧ ଭାବେ ମିଶ୍ରଣ ପର୍ବରେ ବିଜେଡି ଦଳରେ ଯୋଗ ଦେଇଛନ୍ତି । ପୂର୍ବରୁ ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷାଙ୍କ ସମେତ ସମସ୍ତ ସମିତି ସଭ୍ୟା ଓ ସଭ୍ୟ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ । ସୋମବାର ପୁଣି ସେହି ସମାନ ଘଟଣା ଜିଲ୍ଲା ବିଜେପି ଶିବିରକୁ ଦୋହୋଲାଇ ଦେଇଛି ।

ଏହା ମଧ୍ୟ ପଢନ୍ତୁ- ମିଶ୍ରଣ ପର୍ବ ବେଳେ ମାଡ଼ି ଆସିଲେ ମହୁମାଛି, ମୁହଁ ଘୋଡ଼ାଇ ଦୌଡ଼ିଲେ ନେତା ଓ କର୍ମୀ

ବିଜେଡିର ମିଶ୍ରଣ ପର୍ବରେ କଳାହାଣ୍ଡି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟ, ଧର୍ମଗଡ଼ ବିଧାୟକ ମୌଷଧ ବାଗ, ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଏବଂ ରାଜ୍ୟସଭା ସାଂସଦ ସୁଜିତ କୁମାର ଉପସ୍ଥିତ ଥିଲେ । ନିଷ୍ଠାର ସହ କାର୍ଯ୍ୟ କରିବାକୁ ବିଜେପି ଛାଡି ବିଜେଡି ଦଳରେ ଯୋଗଦେଇଥ‌ିବା କହିଛନ୍ତି ବ୍ଲକର ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ।

ମିଶ୍ରଣ ପର୍ବ ପରେ ସମସ୍ତ ଜନ ପ୍ରତିନିଧ‌ି ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟିଥିଲେ । ଦଳ ପାଇଁ ନିଷ୍ଠାର ସହ କାମ କରିବାକୁ ମୁଖ୍ୟମନ୍ତ୍ରୀ ଜନ ପ୍ରତିନିଧଙ୍କୁ ପରାମର୍ଶ ଦେଇଥିଲେ । ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ଏହି ମିଶ୍ରଣ ପର୍ବ ବିଜେଡି ଦଳ ପାଇଁ ଶୁଭଙ୍କର ବୋଲି ଜିଲ୍ଲା ସଭାପତି ପୁଷେନ୍ଦ୍ର ସିଂହଦେଓ, ଧର୍ମଗଡ଼ ବିଧାୟକ ମୌଷଧ ବାଗ ପ୍ରମୁଖ ମତ ରଖିଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.