ETV Bharat / state

ଦୁଃଖ ଆଣିଲା ଦୁର୍ଘଟଣା: ଶଯ୍ୟାଶାୟୀ କୈଳାସ, ପରିବାର ମାଗୁଛି ସାହାଯ୍ୟ - Kailash Chatriya Seeks Govt Help

author img

By ETV Bharat Odisha Team

Published : Jul 18, 2024, 5:37 PM IST

Kailash Chatriya Seeks Govt Help: ଦୁର୍ଘଟଣା ଆଣିଦେଲା ଦୁଃଖ । ଟଙ୍କା ଅଭାବରୁ ହୋଇପାରୁନି ଚିକିତ୍ସା । ଫଳରେ ଶଯ୍ୟାଶାୟୀ ହୋଇ ପଡ଼ିରହିଛନ୍ତି ବଲାଙ୍ଗୀର ଜିଲ୍ଲାର କୈଳାସ ଛତ୍ରିଆ । ଅଧିକ ପଢନ୍ତୁ

ଦୁର୍ଘଟଣା କରାଇଲା ଶଯ୍ୟାଶାୟୀ; ଚିକିତ୍ସା ପାଇଁ ଅର୍ଥ ବାଧକ, ସାହାଯ୍ୟ ପାଇଁ ସରକାରଙ୍କୁ ନିବେଦନ
ଦୁର୍ଘଟଣା କରାଇଲା ଶଯ୍ୟାଶାୟୀ; ଚିକିତ୍ସା ପାଇଁ ଅର୍ଥ ବାଧକ, ସାହାଯ୍ୟ ପାଇଁ ସରକାରଙ୍କୁ ନିବେଦନ (ETV Bharat Odisha)

ବଲାଙ୍ଗୀର: ହସ ଖୁସିରେ ଚାଲୁଥିଲା ସଂସାର । ହେଲେ ଏକ ସଡ଼କ ଦୁର୍ଘଟଣା ବଦଳାଇ ଦେଲା ସବୁକିଛି । ଏଭଳି କିଛି ଘଟିଛି ବଲାଙ୍ଗୀରର କୈଳାସ ଛତ୍ରିଆଙ୍କ ଜୀବନରେ ଏବଂ ଏବେ ସେ ଶଯ୍ୟାଶାୟୀ ଥିବା ବେଳେ ସରକାରୀ ସାହାଯ୍ୟ ସହଯୋଗ ଅପେକ୍ଷାରେ ରହିଛନ୍ତି ।

ଦୁର୍ଘଟଣା ଆଣିଦେଲା ଜୀବନରେ କଳାବାଦଲ: ବଲାଙ୍ଗୀର ଜିଲ୍ଲା ଗୈନ୍ତଳା ଗାଁର କୈଳାଶ ଛତ୍ରିଆ ଗୋଟିଏ ଦୋକାନରେ କାମ କରି ନିଜ ପରିବାର ତିନି ଛୁଆଙ୍କ ପେଟ ପୋଷୁ ଥିଲେ । ଅଳ୍ପ ହେଲେ ମଧ୍ୟ ସମସ୍ତେ ଖୁସିରେ ଚଳି ଯାଉଥିଲେ । ହେଲେ ଚଳିତ ମାସ ଚାରି ତାରିଖରେ ସେ କୌଣସି କାମରେ ବଲାଙ୍ଗୀର ବୈରାସର ଗାଁକୁ ଯାଉଥିଲେ । ଏକ ଟ୍ରକ ତାଙ୍କ ବାଇକକୁ ସମାନପଟୁ ଧକ୍କା ଦେଇଥିଲା । ଯାହା ଫଳରେ ସେ ସେଠି ଗୁରତର ଆହତ ହୋଇଥିଲେ । ଏହା ପରେ ତାଙ୍କୁ ପ୍ରଥମେ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନା ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ।

ହେଲେ ସେଠି କିଛି ଦିନ ଚିକିତ୍ସା ପରେ ତାଙ୍କୁ ଅନ୍ୟତ୍ର ନେବାକୁ କୁହା ଯାଇଥିବା ବେଳେ ଅର୍ଥ ଅଭାବରୁ ତାଙ୍କ ପରିବାର ତାଙ୍କୁ ନେଇ ଘରକୁ ଫେରି ଆସିଥିଲେ । ତେବେ ତାଙ୍କ ଅଣ୍ଟା, ଛାତି ମୁଣ୍ଡ ଗୋଡ଼ ତଥା ତାଙ୍କ ଆଖିରେ ଗଭୀର ଆହତ ଲାଗିଥିବା ବେଳେ ସେ ଆଉ ଚାଲି ପାରୁନାହାନ୍ତି । ସେ ଏବେ ଶଯ୍ୟାଶାୟୀ ହୋଇ ପଡିରହିଛନ୍ତି । ତିନି ଛୁଆଙ୍କ ପେଟ ପୋଷିବା ସହ ପରିବାର ପୋଷଣ କରିବା ଏବେ ତାଙ୍କ ପକ୍ଷେ ଅସମ୍ଭବ ହୋଇଛି । ଏନେଇ ତାଙ୍କ ସ୍ତ୍ରୀ ଆଲହାଦିନି ଛତ୍ରିଆ ତାଙ୍କ ସ୍ୱାମୀଙ୍କୁ ସମୟ ଥାଉ ଥାଉ ଚିକିତ୍ସା କରାଇବା ପାଇଁ ସବୁଠି ସାହାଯ୍ୟ ଲୋଡିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଶଯ୍ୟାଶାୟୀ ଭେଣ୍ଡିଆ ପୁଅ; ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ପୁଅ କଷ୍ଟ ଦେଖି ଶୁଖୁନି ମା’ ଆଖିର ଲୁହ

ସେପଟେ ଏଭଳି ସମୟରେ ବଲାଙ୍ଗୀରର ଏକ ସଂସ୍ଥା ଓଡିଶା ଲେବର କୋ ଅପରେଟି ସୋସାଇଟି ତାଙ୍କୁ ସାହାଯ୍ୟର ହାତ ବଢ଼ାଇଛି । ତେବେ ପୀଡିତଙ୍କ ଘରକୁ ଯାଇ ସଂସ୍ଥାର କର୍ମ କର୍ତ୍ତା ମାନେ ତାଙ୍କୁ ପାଞ୍ଚ ହଜାର ଟଙ୍କା ଅର୍ଥ ରାଶି ସାହାଯ୍ୟ ଆକାରରେ ଯୋଗାଇ ଦେଇଛନ୍ତି । ସେହିପରି ଆଗକୁ ମଧ୍ୟ ଯଥା ସମ୍ଭବ ସାହାଯ୍ୟ ସେମାନେ ଯୋଗାଇ ଦେବେ ବୋଲି ଏମାନେ କହିଛନ୍ତି । ଅନ୍ୟପଟେ ଜିଲ୍ଲାରୁ ଦୁଇ ନେତା ଏବେ ଜଣେ ଉପ ମୁଖ୍ୟମନ୍ତ୍ରୀ ଓ ଜଣେ ସ୍ୱାସ୍ଥ୍ୟ ମନ୍ତ୍ରୀ ରହିଥିବା ବେଳେ ପୀଡିତଙ୍କୁ ସାହାଯ୍ୟ ମିଳିଲେ ପରିବାର ଉପକୃତ ହେବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.