ETV Bharat / state

ୱାୟନାଡ଼ରେ ଫସିଛନ୍ତି ଓଡ଼ିଆ ଝିଅ ସ୍ୱୀକୃତି, ପ୍ରଶାସନ ଦେଲା ଆଶ୍ବସନା - doctor Sikruti Trapped in Wayanad

DOCTOR SIKRUTI TRAPPED IN WAYANAD: ୱାୟନାଡ ଭୂସ୍ଖଳନରେ ଗୁରୁତର ଆହତ ହୋଇଛନ୍ତି ଝାରସୁଗୁଡ଼ାର ଝିଅ ସ୍ୱୀକୃତି ମହାପାତ୍ର । ସେ ବର୍ତ୍ତମାନ ଚିକିତ୍ସିତ ହୋଇଥିବା ସୂଚନା ମିଳିଛି । ସ୍ୱୀକୃତିଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ସବୁ ପ୍ରକାର ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦିଆଯାଇଛି ।

DOCTOR SIKRUTI TRAPPED IN WAYANAD
DOCTOR SIKRUTI TRAPPED IN WAYANAD (ETV Bharat Odisha)
author img

By ETV Bharat Odisha Team

Published : Jul 31, 2024, 8:48 PM IST

Updated : Jul 31, 2024, 9:09 PM IST

ଝାରସୁଗୁଡ଼ା: କେରଳର ୱାୟନାଡରେ ହୋଇଥିବା ଭୟଙ୍କର ଭୁସ୍ଖଳନରେ ଫସିଛନ୍ତି ଝାରସୁଗୁଡ଼ାର ଓଡ଼ିଆ ଝିଅ ସ୍ୱୀକୃତି ମହାପାତ୍ର । ଭୂସ୍ଖଳନରେ ସେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।ଏନେଇ ପରିବାର ଲୋକେ ଚିନ୍ତିତ ରହିଥିବାବେଳେ ଆଶ୍ୱାସନା ଦେଇଛନ୍ତି ଜିଲ୍ଲାପାଳ । ସେପଟେ ପରିବାର ଲୋକେ ୱାୟନାଡୁ ଗସ୍ତ କରିଥିବା ସୂଚନା ମିଳିଛି ।

DOCTOR SIKRUTI TRAPPED IN WAYANAD (ETV Bharat Odisha)

ୱାୟନାଡରେ ଫସିଛନ୍ତି ସ୍ୱୀକୃତି: ସୂଚନାଯୋଗ୍ୟ ଯେ, ସ୍ୱୀକୃତି ଭୁବନେଶ୍ୱର ହାଇଟେକ୍ ମେଡିକାଲ କଲେଜରେ ପିଜି ଶେଷ ବର୍ଷ ଛାତ୍ରୀ । ସେ ଗତ 26 ତରିଖରେ ଏକ ପାଇଁ କନଫରେନ୍ସ ବେଙ୍ଗାଲୁରୁ ଯାଇଥିଲେ । ସେଠାରୁ 29 ତାରିଖ ଦିନ ନିଜ 3 ଜଣ ସାଙ୍ଗଙ୍କ ସହ କେରଳ ୱାୟନାଡ଼ ଯାଇଥିଲେ । ୱାୟନାଡ଼ରେ ଭୂସ୍ଖଳନ ହେବା ପରେ ସ୍ୱୀକୃତି ନିଖୋଜ ହୋଇଥିଲେ । ତେବେ ଗତକାଲି ସକାଳେ ପରିବାର ଲୋକେ ଏନେଇ ଜାଣିବାକୁ ପାଇଥିଲେ । ଝିଅ ନିଖୋଜ ହେବା ଘଟଣା ଜାଣିବା ପରେ ପରିବାର ସ୍ତବ୍ଧ ହୋଇଯାଇଥିଲେ । ତେବେ ତାଙ୍କୁ ଉଦ୍ଧାର କରାଯିବା ସହ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିବା ଜାଣି ପରିବାର ଲୋକେ ଆଶ୍ୱସ୍ତ ହୋଇଛନ୍ତି ।

ଆଶ୍ୱାସନା ଦେଲେ ଜିଲ୍ଲାପାଳ: ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱୀକୃତିଙ୍କ ପରିବାରକୁ ଆବଶ୍ୟକ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଝାରସୁଗୁଡା ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେ । ଗୁରୁତର ଝିଅ ପ୍ରତି ଚିନ୍ତା ନକରିବା ପାଇଁ ଜିଲ୍ଲାପାଳ ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି । ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ । କୌଣସି ସମସ୍ୟା ହେଲେ ସିଧାସଳଖ ଯୋଗାଯୋଗ କରିବା ପାଇଁ ଜିଲ୍ଲାପାଳ ସ୍ବୀକୃତିଙ୍କ ବାପାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...କେରଳ ଭୂସ୍ଖଳନ: ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ମିଳିଲା ମୃତଦେହ, ଏବେ ବି ନିଖୋଜ ସ୍ଵାଧୀନ - Kerala Landslide Odia Doctor

ୱାୟନାଡୁ ଗଲେ ପରିବାର ଲୋକେ:

ସ୍ବୀକୃତିଙ୍କ ବାପା ସିଦ୍ଧାର୍ଥ ଏମ ମହାପାତ୍ର କହିଛନ୍ତି ଯେ,କେରଳ ୱାୟନାଡ଼ ଭୂସ୍ଖଳନରେ ସ୍ବୀକୃତି ଗୁରୁତର ଆହତ ହୋଇଥିବା ଖବର ପାଇଥିଲୁ । ସେ ଏବେ କେରଳର ଡବ୍ଲୁଆଇଏମ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି । ସ୍ୱୀକୃତିଙ୍କ ଦୁଇ ବଡ଼ ଭଉଣୀ ସ୍ମୃତି ମହାପାତ୍ର, ଶିଖା ମହାପାତ୍ର ଏବଂ ଜଣେ ସମ୍ପର୍କୀୟ ୱାୟନାଡ଼ ଗସ୍ତ କରିଛନ୍ତି ।

ୱାୟନାଡୁରେ ଓଡିଆ ଡାକ୍ତରଙ୍କ ମୃତ୍ୟୁ:

ସେପଟେ ଭୂ-ସ୍ଖଳନରେ ନିଖୋଜ ଥିବା ଓଡିଆ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆଜି ଡାକ୍ତର ବିଷ୍ଣୁ ପ୍ରସାଦ ଚିନ୍ନାରାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସ୍ଥାନୀୟ ପୋଲିସ ଡାକ୍ତରଙ୍କ ମୃତଦେହ ଚିହ୍ନଟ କରିଥିଲା । ସେହପରି ଡାକ୍ତର ସ୍ୱାଧୀନ ପଣ୍ଡା ଏବେ ବି ନିଖୋଜ ଥିବାନେଇ ସୂଚନା ଦେଇଛନ୍ତି ଓଡିଶା ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ଇଟିଭି ଭାରତ,ଝାରସୁଗୁଡ଼ା

Last Updated : Jul 31, 2024, 9:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.