ETV Bharat / state

ସର୍ଭିସ ବନ୍ଧୁକରୁ ଗୁଳି ଚଳାଇ ଜୀବନ ହାରିଲେ ଯବାନ

author img

By ETV Bharat Odisha Team

Published : Mar 3, 2024, 11:33 AM IST

Updated : Mar 3, 2024, 12:48 PM IST

Jawan Shoots Himself: ମହାକାଳପଡ଼ାରେ DRDO ବେସ କ୍ୟାମ୍ପରେ ଜୀବନ ହାରିଲେ ଯବାନ । ସର୍ଭିସ ବନ୍ଧୁକରୁ ଗୁଳି ଚଳାଇ ଜୀବନ ହାରିଛନ୍ତି । ଅଧିକ ପଢନ୍ତୁ

Jawan Shoots Himself
Jawan Shoots Himself

କେନ୍ଦ୍ରାପଡ଼ା: ସର୍ଭିସ ବନ୍ଧୁକରୁ ଗୁଳି ଚଳାଇ ଜୀବନ ହାରିଲେ ଯବାନ । କେନ୍ଦ୍ରାପଡା ମହାକାଳପଡ଼ାରେ ରହିଥିବା DRDO ବେସ କ୍ୟାମ୍ପରେ ଏଭଳି ଘଟଣା ଘଟିଛି । ମୃତ ଯବାନ ହେଉଛନ୍ତି ତାମିଲନାଡୁର ରାଜେଶ ଖରନ । DRDO ବେସ କ୍ୟାମ୍ପରେ ସେଣ୍ଟ୍ରି ଡ୍ୟୁଟିରେ ଥିବା ବେଳେ ବନ୍ଧୁକରୁ ଗୁଳି ଚଳାଇ ସେ ଜୀବନ ହାରିଛନ୍ତି । କେଉଁ କାରଣରୁ ଯବାନ ଜଣଙ୍କ ଏପରି ଚରମ ନିଷ୍ପତ୍ତି ନେଲେ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ମୃତ ଯବାନଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଛି ନା ନାହିଁ ତାହା ଜଣାପଡିନି । ପାରିବାରିକ କଳହକୁ ନେଇ ତାମିଲନାଡୁ ଯବାନ ଜୀବନ ହାରିଥିବା ପୋଲିସ ନିକଟରେ ଅଭିଯୋଗ ହୋଇଛି । ମହାକାଳପଡ଼ା ବେସ କ୍ୟାମ୍ପ ସ୍ଥିତ ଅଧିକାରୀ ଏଫଆଇଆରରେ ଏପରି ଉଲ୍ଲେଖ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-Chhattisgarh: ସର୍ଭିସ ରାଇଫଲରୁ ଗୁଳି ଚଳାଇ ଜୀବନ ହାରିଲେ BSF ଯବାନ !

ମିଳିଥିବା ସୂଚନା ଅନୁଯାୟୀ, DRDO ବେସ କ୍ୟାମ୍ପରେ ଯବାନ ଭାବେ କାମ କରୁଥିଲେ ତାମିଲନାଡୁ ରାଜ୍ୟର ରାଜଶେ ଖରନ । ଗତକାଲି (ଶନିବାର) ସେଣ୍ଟ୍ରି ଡ୍ୟୁଟିରେ ଥିବା ବେଳେ ରାତି ୧.୫୫ ମିନିଟ ସମୟରେ ନିଜ ବନ୍ଧୁକରୁ ଗୁଳି ଫୁଟାଇ ଜୀବନ ହାରିଥିଲେ । ଏନେଇ ମହାକାଳପଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ଅନ୍ୟପଟେ ରାଜଶେଖରନଙ୍କ ଘର ଲୋକଙ୍କୁ ଖବର ଦେବା ପରେ ସେମାନେ ସୁଦୂର ତାମିଲନାଡୁରୁ ଆସି ପହଞ୍ଚିବା ପରେ ପୋଲିସ ମୃତଦେହର ପଞ୍ଚନାମା କରିବା ସହ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡା ପଠାଇବ ବୋଲି ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ-CRPF Jawan Shoots Himself: ନିଜକୁ ଗୁଳି କରି ଜୀବନ ହାରିଲେ CRPF ଯବାନ

ତେବେ କେଉଁ କାରଣ ପାଇଁ ଯବାନ ଜଣଙ୍କ ଚରମ ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇନାହିଁ । ପୋଲିସରେ ହୋଇଥିବା ଅଭିଯୋଗ ଅନୁଯାୟୀ ପାରିବାରିକ କଳହ ତାଙ୍କ ମୃତ୍ୟୁର କାରଣ ହୋଇ ଥାଇପାରେ ବୋଲି କୁହାଯାଇଛି । ଅନ୍ୟପଟେ ଏହି କ୍ୟାମ୍ପରେ ୩୦ରୁ ଊର୍ଦ୍ଧ୍ବ ଯବାନ ରହୁଥିବା ବେଳେ ସେଣ୍ଟ୍ରି ଡ୍ୟୁଟିରେ ରାଜଶେ ଖରନ ଏକୁଟିଆ ଥିଲେ ନା ତାଙ୍କ ସହ ଆଉ କିଏ ରହିଥିଲେ ସେନେଇ ମହାକାଳପଡ଼ା ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଗତ ବର୍ଷ ଅକ୍ଟୋବର ମାସରେ ନୂଆପଡା ଜିଲ୍ଲା ଖଡୁପାନିରେ ଜଣେ ଯବାନ ନିଜ ବନ୍ଧୁକରୁ ଗୁଳି ଚଲାଇ ଜୀବନ ହାରିଥିଲେ । ମୃତ ଯବାନ ଜଣକ ହେଉଛନ୍ତି ଡି.ଗୁନ୍ନ ଶେଖରନ । ସେ ତାମିଲନାଡୁର ବାସିନ୍ଦା ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : Mar 3, 2024, 12:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.