ଯାଜପୁର: ବାଇକକୁ ଧକ୍କା ଦେଇ ଜଳିଗଲା ଯାତ୍ରୀବାହୀ ବସ୍ । ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ୧୬ ନମ୍ବର ଜାତୀୟ ରାଜପଥରେ ଛତିଆ ଭାଟିଆହୁଡ଼ା ନିକଟରେ ଆଜି ପୂର୍ବାହ୍ନରେ ଏହି ଦୁର୍ଘଟଣା ଘଟିଛି । ବିଷ୍ଣୁପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବସଟି ଛତିଆ ନିକଟରେ ଏକ ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବସରେ ନିଆଁ ଲାଗି ଯାଇଥିଲା ।
ବସର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସ୍ଟି ସମ୍ପୂର୍ଣ ଜଳି ଯାଇଛି । ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତକୁ ନେଇଥିବା ସୂଚନା ମିଳିଛି । ମୃତ ବାଇକ ଆରୋହୀଙ୍କର ପରିଚୟ ସ୍ପଷ୍ଟ ହୋଇନି । ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଜାତୀୟ ରାଜପଥରେ କିଛି ସମୟ ଗାଡି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି ।


ଖବର ଅପଡେଟ ଜାରି ରହିଛି...
