ETV Bharat / state

୨୩ରୁ ଶ୍ରୀମନ୍ଦିର ନାଟମଣ୍ଡପ ବିମ୍‌‌ ମରାମତି, ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି

Jagannath Temple Natamandap Repair Work : ୨୩ରୁ ଶ୍ରୀମନ୍ଦିର ନାଟମଣ୍ଡପ ବିମ୍‌‌ ମରାମତି । ଅପରାହ୍ନ ୧ଟାରୁ ସନ୍ଧ୍ୟା ୭ଟା ଯାଏ କାମ କରିବ ଏଏସ୍‌‌ଆଇ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 21, 2024, 2:02 PM IST

Natamandap Repair Work
Natamandap Repair Work
Natamandap Repair Work

ପୁରୀ: ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ନେଇ ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଆସନ୍ତା ୨୩ ତାରିଖରୁ ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ମରାମତି କାର୍ଯ୍ୟ କରିବ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ( ASI) । ପ୍ରତିଦିନ ଅପରାହ୍ନ ୧ଟା ରୁ ସନ୍ଧ୍ୟା ୭ଟା ଯାଏଁ ମରାମତି କାର୍ଯ୍ୟ କରାଯିବ। ଏନେଇ ମହାପ୍ରଭୁଙ୍କ ସଅଳ ନୀତିକାନ୍ତି ଅନୁଷ୍ଠିତ ହେବ । ରାତ୍ର ୨ଟାରୁ ଦ୍ବାରଫିଟା ହୋଇ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବା ପରେ ରାତ୍ର‌ ୧୧ ଟାରେ ମହାପ୍ରଭୁଙ୍କ ପହୁଡ଼ ନୀତି ଅନୁଷ୍ଠିତ ହେବ ।‌ ତେବେ ଭକ୍ତମାନେ ଦୈନନ୍ଦିନ ଦର୍ଶନ କରିବା ଭଳି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

ଏନେଇ ଏଏସଆଇ ସୁପରିଟେଣ୍ଡେଣ୍ଟ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନାଟମଣ୍ଡପର ସଂରକ୍ଷଣ ନେଇ ଯେଉଁ କାମ ଥିଲା, ତାହା ସରିଛି । ଛାତର କିଛି ପଥର ଢାଞ୍ଚା ଠିକ୍‌‌ ନ ଥିଲା, ତାକୁ ଠିକ୍‌‌ କରାଯାଇଛି । ପାଣି ଗଳୁଥିବା ସ୍ଥାନର ମରାମତି ସରିଛି । ଏବେ ମୁଖ୍ୟ ବିମ୍‌‌ ଫାଟର ମରାମତି କରାଯିବ । ଏଥିରେ ସପୋର୍ଟ ସିଷ୍ଟମ ଦିଆଯିବ । ଫେବୃଆରୀ ୨୩ରୁ ଦୈନିକ ୬ ଘଣ୍ଟା କାମ କରି ମାର୍ଚ୍ଚ ୧୯ ତାରିଖ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ବଦଳିବ ଆନନ୍ଦ ବଜାର ରୂପରେଖ, ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି

ଏହା ମଧ୍ୟ ପଢନ୍ତୁ- ଆଜି ମହାପ୍ରଭୁଙ୍କ ବନକଲାଗି ନୀତି; ସନ୍ଧ୍ୟାରୁ 3 ଘଣ୍ଟା ବନ୍ଦ ରହିବ ଦର୍ଶନ

ସେପଟେ ଦିବ୍ୟାଙ୍ଗ ଭକ୍ତଙ୍କ ଶ୍ରୀମନ୍ଦିର ଦର୍ଶନ ନେଇ ଖୁବଶୀଘ୍ର ଏକ ସ୍ବତନ୍ତ୍ର ବ୍ୟବସ୍ଥା ଆରମ୍ଭ ହେବ । ଦିବ୍ୟାଙ୍ଗ ଭକ୍ତମାନେ ସ୍ବେଚ୍ଛାସେବୀଙ୍କ ସହାୟତାରେ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । କାଠରେ ନିର୍ମିତ ହ୍ବିଲ ଚେୟାର ମାଧ୍ୟମରେ ଏହି ବ୍ୟବସ୍ଥା ହେବ । ଉତ୍ତରଦ୍ଵାର ଦେଇ ଦିବ୍ୟାଙ୍ଗ ଭକ୍ତଙ୍କୁ ପ୍ରବେଶ କରାଯିବ । ତେବେ କେବଳ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ ପାଇଁ ଏହି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ । ତେବେ ଗତ କିଛି ହେବ ଉତ୍ତରଦ୍ବାର ଗୁମୁଟର ତଳ ଭାଗରେ ଫାଟ ଥିବା ନଜରକୁ ଆସିଥିଲା। ଏହାର ମରାମତି ପାଇଁ ଏଏସଆଇ ପକ୍ଷରୁ ଖୁବ ଶୀଘ୍ର ମରାମତି ଆରମ୍ଭ ହେବ । ଶ୍ରୀମନ୍ଦିର ଉତ୍ତରଦ୍ଵାରର ଭିତର ପାର୍ଶ୍ୱରେ ଏଏସଆଇ ପକ୍ଷରୁ ସଂରକ୍ଷଣ କାର୍ଯ୍ୟ ଜାରି ରହିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.