ETV Bharat / state

ଶ୍ରୀକ୍ଷେତ୍ରକୁ ଛୁଟୁଛି ଭକ୍ତଙ୍କ ସୁଅ; ପରିକ୍ରମା ପ୍ରକଳ୍ପରେ ଭକ୍ତ ଦେଖିବେ କାଳିଆର ୨୫ ବେଶ - Jagannath Devotees Crowded

Devotees Crowded In Religious Exhibition In Puri: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବା ପରେ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟିଛି । ଶ୍ରୀଜଗନ୍ନାଥ ବଲ୍ଲଭ ପରିସରରେ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ବନ୍ଧିତ ସ୍ବତନ୍ତ୍ର ପ୍ରଦର୍ଶନୀ ଆୟୋଜିତ । ଅଧିକ ପଢନ୍ତୁ

ଶ୍ରୀକ୍ଷେତ୍ରକୁ ଛୁଟୁଛି ଭକ୍ତଙ୍କ ସୁଅ
ଶ୍ରୀକ୍ଷେତ୍ରକୁ ଛୁଟୁଛି ଭକ୍ତଙ୍କ ସୁଅ
author img

By ETV Bharat Odisha Team

Published : Feb 5, 2024, 11:08 PM IST

ଶ୍ରୀକ୍ଷେତ୍ରକୁ ଛୁଟୁଛି ଭକ୍ତଙ୍କ ସୁଅ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବା ପରେ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି । ଭକ୍ତମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରି ବେଶ୍ ଆନନ୍ଦିତ ହେଉଛନ୍ତି । ତେବେ ପୁରୀ ଆସୁଥିବା ଭକ୍ତମାନଙ୍କୁ ଏକ ନୂଆ ଅନୁଭୂତି ଦେବା ପାଇଁ ପ୍ରୟାସ କରିଛନ୍ତି ରାଜ୍ୟ ସରକାର । ଶ୍ରୀଜଗନ୍ନାଥ ବଲ୍ଲଭ ପରିସରରେ ଭକ୍ତଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତି ବିଷୟରେ ଜଣାଇବା ପାଇଁ ଏକ ସ୍ବତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଛି । ମହାପ୍ରଭୁଙ୍କର ୨୫ ପ୍ରକାର ବେଶ ଗୁଡିକୁ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ କରଯାଇଛି । ବର୍ଷ ତମାମ ମହାପ୍ରଭୁଙ୍କର ଅନୁଷ୍ଠିତ ହେଉଥିବା ବିଭିନ୍ନ ବେଶ ସହିତ ଏହାର ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଛି ।

ସେହିପରି ତିନି ରଥର ପ୍ରତିକୃତି, ରଥ ସମ୍ପର୍କିତ ସୂଚନା ଏବଂ ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଏକ ପ୍ରତିକୃତି ମଧ୍ୟ ପ୍ରଦର୍ଶିତ କରଯାଇଛି । ସେପଟେ ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରଭୁଙ୍କ ବିଭିନ୍ନ ପ୍ରକାର ଦୁର୍ଲଭ ବେଶର ଦର୍ଶନ କରି ଭକ୍ତ ବେଶ୍ ଭାବ ବିଭୋର ହୋଇପଡିଥିବା ବେଳେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ବେଶ୍ ପ୍ରଶଂସା କରିଛନ୍ତି । ସେପଟେ ପ୍ରତି ନିର୍ବାଚନ ମଣ୍ଡଳୀରୁ ସମ୍ପୂର୍ଣ୍ଣ ମାଗଣାରେ ଖାଦ୍ୟ, ପାନୀୟ ସହିତ ରହଣି ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଏହା ସହିତ ବସ୍ ଯୋଗେ ଭକ୍ତମାନଙ୍କୁ ଅଣାଯାଇ ଜଗନ୍ନାଥ ଦର୍ଶନ ସହ ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରିବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।

ଏହା ମଧ୍ୟ ପଢନ୍ତୁ ... ମହାପ୍ରଭୁଙ୍କ ପାଖରେ ଲାଗି ହେଲା ଅର୍ପଣ ରଥ ଚାଉଳରୁ ପ୍ରସ୍ତୁତ ଭୋଗ, ଭକ୍ତଙ୍କୁ ବଣ୍ଟାଗଲା ପ୍ରସାଦ

ପ୍ରତିଦିନ ହଜାର ହଜାର ଭକ୍ତ ଆସି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରି ଏକ ନିଆରା ଅନୁଭୂତି ସାଉଁଟୁଛନ୍ତି । ତେବେ ରାଜ୍ୟ ସରକାର ଯେଭଳି ଭକ୍ତଙ୍କୁ ମାଗଣାରେ ପୁରୀକୁ ଆଣି ଜଗନ୍ନାଥ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରିବାର ବ୍ୟବସ୍ଥା କରିଛନ୍ତି ତାହାକୁ ଭକ୍ତମାନେ ଉଚ୍ଚ ପ୍ରଶଂସା କରିଛନ୍ତି । ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଏବଂ ପ୍ରଚାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଭଳି କାର୍ଯ୍ୟ କରି ଚାଲିଛନ୍ତି ଏହାକୁ ଭକ୍ତ ଉଚ୍ଚ ପ୍ରଶଂସା କରିଛନ୍ତି । ପୁରୀକୁ ଆସୁଥିବା ଭକ୍ତମାନେ ଜଗନ୍ନାଥ ସଂସ୍କୃତିକୁ ନେଇ ଅନୁଷ୍ଠିତ ପ୍ରଦର୍ଶନୀରେ ମହାପ୍ରଭୁଙ୍କ ସମସ୍ତ ବେଶ, ତିନି ରଥ ସହିତ ପରିକ୍ରମା ମାର୍ଗର ପ୍ରତିକୃତି, ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ସମସ୍ତ ବସ୍ତ୍ର, ପିତଳ ବାସନ, ମହାପ୍ରସାଦ ପ୍ରସ୍ତୁତ ହେଉଥିବା ବିଭିନ୍ନ ଆକାରର କୁଡୁଆ ଏବଂ ଫୁଲରେ ନିର୍ମିତ ଅଳଙ୍କାର ଏହି ପ୍ରଦର୍ଶନୀରେ ସ୍ଥାନ ଦିଆଯାଇଛି । ଏଭଳି ଏକ ନିଆରା ପ୍ରଦର୍ଶନୀକୁ ଦେଖି ହଜାର ହଜାର ଜଗନ୍ନାଥ ପ୍ରେମୀ ଓ ଭକ୍ତ ଆନନ୍ଦିତ ହେବା ସହ ନିଜ ମୋବାଇଲରେ ଫଟୋ ଉଠାଇ ସ୍ମୃତି ଭାବେ ସାଉଁଟୁଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.