ETV Bharat / state

ହୁସିଆର...ମାତିଛି ବିଲୁଆ ! ଯାହାକୁ ଦେଖୁଛି କାମୁଡୁଛି, ୨୦ ଆହତ - Jackal Attack

author img

By ETV Bharat Odisha Team

Published : 4 hours ago

Jackal Terror In Polasara: ନିଦ ହଜାଇଛି ବିଲୁଆ । ଗଞ୍ଜାମ ଜିଲ୍ଲାରେ ବାଘ ଆତଙ୍କ ପରେ ଏବେ ପୋଲସରାରେ ବିଲୁଆ ଆତଙ୍କ । ୨୦ ଜଣଙ୍କୁ ଆକ୍ରମଣ କରି ଖଣ୍ଡିଆ ଖାବରା କରି ସାରିଲେଣି ପାଗଳା ବିଲୁଆ ।

Jackal Attack
Jackal Attack (ETV Bharat Odisha)

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ ବିଲୁଆ ଆତଙ୍କ । ବିଲୁଆ ଆକ୍ରମଣରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ଜିଲ୍ଲାର ବିଭିନ୍ନ ଗାଁରେ ଘାରିଛି ବିଲୁଆ ଭୟ । ପାଗଳ ବିଲୁଆ ଆକ୍ରମଣ କରୁଥିବା କୁହାଯାଉଛି । ଆକ୍ରମଣରେ ଆହତ ହୋଇଥିବା ପୋଲସରା ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

କେଉଁ କେଉଁ ଗାଁରେ ମାତିଛି ବିଲୁଆ ?

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗାଁରେ ଦେଖାଦେଇଛି ବିଲୁଆ ଭୟ । ଯାହାକୁ ନେଇ ସ୍ଥାନୀୟ ଜଙ୍ଗଲ ବିଭାଗ ମଧ୍ୟ ବିଲୁଆକୁ ଧରିବାକୁ ଏକ ପ୍ରକାର ଚିନ୍ତିତ ହୋଇପଡିଛି । ଗତ କିଛି ଦିନ ଧରି ଜିଲ୍ଲାର ଭଞ୍ଜନଗର, କବିସୂର୍ଯ୍ୟନଗର, ଜଗନ୍ନାଥପ୍ରସାଦ, ବୁଗୁଡା ଓ କବିସୂର୍ଯ୍ୟନଗର ଭଳି କେତେକ ଅଞ୍ଚଳରେ ବାଘକୁ ନେଇ ଆତଙ୍କ ଦେଖା ଦେଇଥିଲା । ହେଲେ ସେହି ବାଘ ଆତଙ୍କ ଘଟଣା ପରେ ଜିଲ୍ଲାର ପୋଲସରା ଅଞ୍ଚଳର ହାତୀଓଟ, ପ୍ରାଣଦେଇପୁର, ଚନ୍ଦ୍ରମାଦେଇପୁର ଓ ଜେମାଦେଇପୁର ଶାସନ ଗ୍ରାମରେ ଦେଖାଦେଇଛି ପାଗଳ ବିଲୁଆର ଆତଙ୍କ ।

Jackal Attack (ETV Bharat Odisha)

ସକାଳେ, ସନ୍ଧ୍ୟାରେ ବିଲୁଆ ଭୟ:

ସନ୍ଧ୍ୟା ପରେ ଏବଂ ଭୋର ସମୟରେ ଏହି ବିଲୁଆ ବିଭିନ୍ନ ଗ୍ରାମରେ ବୁଲି ଅନେକ ଲୋକଙ୍କୁ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣର ଶିକାର ହୋଇ ସ୍ଥାନୀୟ ପୋଲସରା ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଲୋକେ । ତେବେ ପାଗଳ ବିଲୁଆକୁ ନେଇ ଏବେ ସବୁଠି ଭୟର ବାତାବରଣ ଦେଖାଯାଇଛି । ଭୋର ସମୟରୁ ବିଭିନ୍ନ କାର୍ଯ୍ୟ ପାଇଁ ଘରୁ ବାହାରକୁ ବାହାରିଥିବା ବ୍ୟକ୍ତି ବିଶେଷଙ୍କୁ ବିଲୁଆ ଆକ୍ରମଣ କରିବା ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଅଞ୍ଚଳବାସୀ।‌ ଏପରିକି ବାହାରକୁ ବାହାରିବା ପାଇଁ ଭୟ କରୁଛନ୍ତି ।

Jackal Attack
Jackal Attack (ETV Bharat Odisha)

ଏହା ବି ପଢନ୍ତୁ...ଅସ୍ତରଙ୍ଗରେ ବିଲୁଆ ଆତଙ୍କ, ୨ ଦିନରେ ୧୧ ଜଣଙ୍କୁ ଆକ୍ରମଣ, ସଂଧ୍ୟା ହେଲେ ପଡୁଛି ତାଟି କବାଟ - JACKAL TERROR

ଏହା ମଧ୍ୟ ପଢନ୍ତୁ-ଗାଁ ଦାଣ୍ଡରେ ବୁଲୁଛି ବାଘ; CCTVରେ କଏଦ, ଆତଙ୍କିତ ଅଞ୍ଚଳବାସୀ - Tiger Spotted In Dhenkanal

ଏହା ମଧ୍ୟ ପଢନ୍ତୁ-ଧରାପଡ଼ିଲା ମଣିଷ ଖିଆ କଲରାପତରିଆ, ୨ଦିନରେ ୯ଜଣଙ୍କୁ କରିଥିଲା ଘାଇଲା

ଏହା ମଧ୍ୟ ପଢନ୍ତୁ-ଆତଙ୍କ ଖେଳାଇଲା କଲରାପତରିଆ, ଜଙ୍ଗଲକୁ ଯିବା ମନା ! - leopard spotted in nuapada

ବନ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା:

Jackal Attack
Jackal Attack (ETV Bharat Odisha)

ପୋଲସରା ବନ ବିଭାଗ ଅଧିକାରୀ ଅନିଲ କୁମାର ପଣ୍ଡା କହିଛନ୍ତି, "ଗ୍ରାମବାସୀମାନଙ୍କଠାରୁ ଖବର ପାଇବା ପରେ ବନ ବିଭାଗ ତରଫରୁ ଅଞ୍ଚଳରେ ପେଟ୍ରୋଲିଂ ବୃଦ୍ଧି କରାଯାଇଛି । ଏହା ସହିତ ସେହି ବିଲୁଆ ଯଦି ପାଗଳ ହୋଇଥିବ ତାହାକୁ ଧରିବା ପାଇଁ ଉଦ୍ୟମ କରାଯିବା ସହିତ ବିଲୁଆ ଆକ୍ରମଣରେ କ୍ଷତିଗ୍ରସ୍ତଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ସହାୟତା ପ୍ରଦାନ କରାଯିବ।"

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.