ETV Bharat / state

ଦାୟିତ୍ବ ନେଲେ ନୂଆ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ - New police commissioner

author img

By ETV Bharat Odisha Team

Published : 3 hours ago

Updated : 36 minutes ago

New police commissioner takes charge: ଆଇପିଏସ ସ୍ତରରେ ବଡ଼ ଅଦଳ ବଦଳ ହୋଇଛି। ଏହି ଧୋଷଣାର 24 ଘଣ୍ଟା ନପୂରୁଣୁ ଦାୟିତ୍ବ ନୂଆ କମିଶନର ଭାବେ ଦାୟିତ୍ବ ନେଇଛନ୍ତି ସୁରେଶ ଦେବଦତ୍ତ ସିଂ । ଅଧିକ ପଢନ୍ତୁ

ଦାୟିତ୍ବ ନେଲେ ନୂତନ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ
ଦାୟିତ୍ବ ନେଲେ ନୂତନ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ (ETV Bharat Odisha)

ଭୁବନେଶ୍ବର: ଆଇପିଏସ ସ୍ତରରେ ବଡ଼ ଅଦଳ ବଦଳ ହୋଇଛି । ଗତକାଲି (ରବିବାର) ହୋଇଥିବା ଏହି ଅଦଳବଦଳର 24 ଘଣ୍ଟା ନପୂରୁଣୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ନୂଆ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ । ଆଜି ଟ୍ବିନସିଟି କମିଶନରେଟ ପୋଲିସର ମୁଖ୍ୟାଳୟ ପୋଲିସ ସେବା ଭବନରେ ପହଞ୍ଚି ବିଦାୟୀ କମିଶନର ସଞ୍ଜୀବ ପଣ୍ଡାଙ୍କଠାରୁ ସେ ବିଧିବଦ୍ଧ ଦାୟିତ୍ବ ଗ୍ରହଣ କରିଛନ୍ତି । ପୋଲିସ ସେବା ଭବନରେ ଏନେଇ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା । ଅନ୍ୟ ଅଧିକାରୀମାନେ ନୂଆ କମିଶନରଙ୍କୁ ସ୍ବାଗତ କରିଥିଲେ । ଅଭିବାଦନ ଗ୍ରହଣ କରିବା ପରେ ଟ୍ବିନସିଟି ପୋଲିସ କମିଶନର ଭାବେ ବିଦାୟୀ କମିଶନର ସଞ୍ଜୀବ ପଣ୍ଡାଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ ସୁରେଶ ଦେବଦତ୍ତ ସିଂ ।

ଦାୟିତ୍ବ ନେଲେ ନୂତନ ପୋଲିସ କମିଶନର ସୁରେଶ ଦେବ ଦତ୍ତ ସିଂ
ଦାୟିତ୍ବ ନେଲେ ନୂତନ ପୋଲିସ କମିଶନର ସୁରେଶ ଦେବ ଦତ୍ତ ସିଂ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- IPS ସ୍ତରରେ ବଡ଼ ଅଦଳବଦଳ: ନୂଆ ପୋଲିସ କମିଶନର ସୁରେଶ ଦେବଦତ୍ତ, ପ୍ରତୀକଙ୍କ ସ୍ଥାନ ନେଲେ ପିନାକ - Odisha IPS Reshuffle

ଦାୟିତ୍ବ ନେଲେ ସୁରେଶ ଦେବଦତ୍ତ:

୧୯୯୪ ବ୍ୟାଚର ଆଇପିଏସ ଅଫିସର ହେଉଛନ୍ତି ସଞ୍ଜୀବ ପଣ୍ଡା । ପୂର୍ବତନ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଦାୟିତ୍ବ ହସ୍ତାନ୍ତର କରିଛନ୍ତି । ନିର୍ବାଚନ ପୂର୍ବରୁ ସଞ୍ଜୀବ ପଣ୍ଡା ହୋଇଥିଲେ ନୂଆ ପୋଲିସ କମିଶନର । ଆଉ ନୂଆ ସରକାର ଆସିବାର 3 ମାସ ପରେ ତାଙ୍କୁ ବଦଳି କରାଯାଇଛି । ଏବେ ତାଙ୍କୁ ବିଜୁ ପଟ୍ଟନାୟକ ପୋଲିସ ତାଲିମ କେନ୍ଦ୍ରକୁ ବଦଳି କରାଯାଇଛି । ସଞ୍ଜୀବଙ୍କ ସ୍ଥାନରେ ସୁରେଶ ଦେବଦତ୍ତ ସିଂ ନୂଆ ପୋଲିସ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।

ଏହା ବି ପଢନ୍ତୁ...OAS ସ୍ତରରେ ଅଦଳବଦଳ: BMCର ଡେପୁଟି କମିଶନର ହେଲେ ରଶ୍ମିରେଖା ପ୍ରଧାନ - Reshuffle in OAS Cadre

ଏହା ବି ପଢନ୍ତୁ...ଭାରତରେ ଦଳ ବଦଳ ନିରୋଧ ଆଇନର ଦୁର୍ଭାଗ୍ୟପୂର୍ଣ୍ଣ ବାସ୍ତବତା - Anti defection Law

ଏହା ବି ପଢନ୍ତୁ...୨ IPSଙ୍କ ପାଇଁ ଅଡୁଆ ହେବ କି ସର୍ଭିସ ରୁଲ୍ ? ଆଶିଷ ସିଂ ଓ ଡିଏସ କୁଟେଙ୍କୁ ଆସିଲା ନିର୍ଦ୍ଦେଶ; ଜାଣନ୍ତୁ କଣ ରହିଛି ସଙ୍ଗୀନ ଅଭିଯୋଗ - IPS officers Ashish Singh DS Kutey

କମିଶନରେଟ୍ ପୋଲିସରେ ସୁରେଶଙ୍କ ପ୍ରଥମ ନିଯୁକ୍ତି:

ଆଜି ଟ୍ବିନ୍ ସିଟି କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ସୁରେଶ ଦେବଦତ୍ତ । ଏହି ଅବସରରେ ପୋଲିସ ସେବା ଭବନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କମିଶନରେଟ୍ ପୋଲିସରେ ଏହା ତାଙ୍କର ପ୍ରଥମ ନିଯୁକ୍ତି । ସେହିପରି ପୁଣି କମିଶନରେଟ୍ ପୋଲିସକୁ ଫେରିଛନ୍ତି ଉମାଶଙ୍କର ଦାଶ । ଅତିରିକ୍ତ ପୋଲିସ କମିଶନର ହୋଇଛନ୍ତି 2008 ବ୍ୟାଚର ଆଇପିଏସ ଉମାଶଙ୍କର ଦାଶ। ସେହିପରି ଭୁବନେଶ୍ବର ଡିସିପି ମଧ୍ୟ ବଦଳିଛନ୍ତି । ଡିସିପି ପ୍ରତୀକ ସିଂଙ୍କ ସ୍ଥାନରେ ପିନାକ ମିଶ୍ର ନୂଆ ଡିସିପି ଭାବେ ନିଯୁକ୍ତ ହୋଇଛନ୍ତି । ଆଉ ପ୍ରତୀକ ସିଂଙ୍କୁ ଗ୍ରାମାଞ୍ଚଳ ଏସପି ଦାୟିତ୍ବ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 36 minutes ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.