ETV Bharat / state

ସୁସ୍ଥତାର ମନ୍ତ୍ର ଯୋଗ; କେଉଁ ବୟସରେ ଏବଂ କେମିତି କରିବେ ଯୋଗାଭ୍ୟାସ ? କଣ କୁହନ୍ତି ଯୋଗ ଗୁରୁ... - WORLD YOGA DAY 2024

author img

By ETV Bharat Odisha Team

Published : Jun 21, 2024, 7:43 AM IST

International Yoga Day 2024: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ନିଜକୁ ସୁସ୍ଥ, ସୁନ୍ଦର ରଖିବାକୁ ହେଲେ ଯୋଗର ଆବଶ୍ୟକତା ରହିଛି । ଯୋଗ ହେଉଛି ସୁଖୀ ଜୀବନର ମନ୍ତ୍ର । ଅଧିକ ପଢନ୍ତୁ

International Yoga Day
International Yoga Day (ETV BHARAT ODISHA)
କେଉଁ ବୟସରେ କରିବେ ଯୋଗ ? ଶୁଣନ୍ତୁ କଣ କୁହନ୍ତି ଯୋଗ ଗୁରୁ... (ETV BHARAT ODISHA)

ଭୁବନେଶ୍ୱର: ନିଜକୁ ସୁସ୍ଥ, ସୁନ୍ଦର ରଖିବାକୁ ସମସ୍ତେ ଚେଷ୍ଟା କରନ୍ତି । କିଏ ଯୋଗ କରନ୍ତି ତ ଆଉ କିଏ ଜିମ୍ ଯାଆନ୍ତି । ଯୋଗ କାହିଁ କେଉଁ ପୁରାତନ କାଳରୁ ଲୋକଙ୍କୁ ସୁସ୍ଥ ରଖିବାରେ ଏକ ବଡ଼ ଭୂମିକା ତୁଲାଇ ଆସିଛି । ଯୋଗ ଅଭ୍ୟାସ ଶରୀର ଓ ମନ ମଧ୍ୟରେ ସନ୍ତୁଳନ ସ୍ଥାପନ କରିଥାଏ । ଯୋଗ କେବଳ ଏକ ବ୍ୟାୟାମ ନୁହଁ, ନିଜ ସହିତ ବିଶ୍ବ ଓ ପ୍ରକୃତିକୁ ଏକତ୍ର କରିବାର ଏକ ଭାବ । ଯୁବ ସମୟରୁ ବୃଦ୍ଧ ଯାଏ ଅନେକ ଯୋଗକୁ ସୁଖୀ ଜୀବନର ମନ୍ତ୍ର ଭାବେ ମାନିଥାନ୍ତି । ଏବେ ଯୋଗପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଛି । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସକାଳୁ ରାଜଧାନୀର ବିଭିନ୍ନ ଯୋଗକେନ୍ଦ୍ର ଓ ପାର୍କରେ ଯୋଗ ପାଇଁ ଭିଡ଼ ବଢୁଛି । ସହରରେ ଦୀର୍ଘ ବର୍ଷ ଧରି କେତେକ ଯୋଗକେନ୍ଦ୍ର ଲୋକମାନଙ୍କୁ ଯୋଗ ଶିକ୍ଷା ଦିଆଯାଉଛି ।

WORLD YOGA DAY 2024
WORLD YOGA DAY 2024 (ETV BHARAT ODISHA)

କେଉଁ ବୟସରେ ଯୋଗ କରିବା ଆବଶ୍ୟକ: ଯୋଗ କରିବା ପାଇଁ କୌଣସି ବୟସର ଆବଶ୍ୟକତା ନାହିଁ । ଯେଉଁ ବୟସରେ ମଧ୍ୟ ଯୋଗ କରିପାରିବେ । ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ଯୋଗ କରିପାରିବେ । କିନ୍ତୁ ଯୋଗ କରିବା ପୂର୍ବରୁ ଅନେକ ଜିନିଷ ଦେଖିବାକୁ ପଡ଼ିଥାଏ । ଜଣେ ଲୋକର ସ୍ୱାସ୍ଥ୍ୟ ଅବସ୍ଥା କିପରି ରହିଛି, ଜଟିଳ ରୋଗ ରହିଛି କି ନାହିଁ । ଏପରିକି ଉଚ୍ଚ ରକ୍ତଚାପ, ହୃଦରୋଗ, ଶ୍ବାସ ରୋଗ ଭଳି ଅନେକ ରୋଗ ରହିଥିଲେ ସେମାନଙ୍କ ପାଇଁ ଭିନ୍ନ ଭିନ୍ନ ଯୋଗ ରହିଛି । ସେମାନେ ସମସ୍ତ ଯୋଗର ଅଭ୍ୟାସ କରିପାରିବେ ନାହିଁ । ଅନେକ ଲୋକମାନେ ୟୁଟ୍ୟୁବ ଯୋଗ କରିଥାନ୍ତି କିନ୍ତୁ ଏହା ଦ୍ଵାରା ଅନେକ ମାତ୍ରାରେ ଶରୀରରେ କ୍ଷତି ଘଟିଥାଏ । ଶରୀରରେ ଯନ୍ତ୍ରଣା ହୋଇଥାଏ । ଯାହା ଫଳରେ କୌଣସି କିଛି କାର୍ଯ୍ୟ କରିବାରେ ବିଫଳ ହେବାକୁ ପଡ଼ିଥାଏ ।
ଯୋଗ ଶିକ୍ଷା ଦେଉଛନ୍ତି ସୌମ୍ୟା ଦାଶ: ରାଜଧାନୀର ଜଣେ ଜଣାଶୁଣା ଯୋଗ ଗୁରୁ ହେଉଛନ୍ତି ସୌମ୍ୟା ଦାଶ । ଭୁବନେଶ୍ୱରର ନିୟୁ ଫରେଷ୍ଟ ପାର୍କ ନିକଟରେ ସୌମ୍ୟାଙ୍କ ନିଜର ଏକ ଯୋଗ ସେଣ୍ଟର ରହିଛି । ଯେଉଁଠାରେ ଶହ ଶହ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ଏହି କେନ୍ଦ୍ରରେ ସାମିଲ ହୋଇଥାନ୍ତି । ତେବେ ବିଶେଷ ଭାବରେ ଏହି ଯୋଗ କେନ୍ଦ୍ରରେ ଆସନ, ପ୍ରାଣାୟମ, ଧ୍ୟାନ, ମୁଦ୍ରା, ଧାରଣା, ବନ୍ଧ, ଯୋଗନିଦ୍ରା ପ୍ରମୁଖ ସିଖାଯାଇଥାଏ ।

WORLD YOGA DAY 2024
WORLD YOGA DAY 2024 (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଯୋଗାଭ୍ୟାସ ମନ ଓ ଶରୀରକୁ ସୁସ୍ଥ ରଖେ - Yogotsav

ଯୋଗରୁ ଲାଭ କ’ଣ ମିଳିବ ? : ଯୋଗ ମାଧ୍ୟମରେ ଲୋକଙ୍କ ଜୀବନ ଶୈଳୀ ପରିବର୍ତ୍ତନ ହୋଇଥାଏ । ମାନସିକ ଚାପରୁ ମୁକ୍ତି ମିଳିଥାଏ । ଦେଖାଯାଏ ଅନେକ ଲୋକମାନେ ମାନସିକ ଚିନ୍ତାଗ୍ରସ୍ତ ମଧ୍ୟରେ ରହିଥାନ୍ତି । ଯୋଗ ମାଧ୍ୟମରେ ଧୀରେ ଧୀରେ ସେଗୁଡିକ ଦୂର ହୋଇଥାଏ ଏବଂ ଏକ ପ୍ରକାରର ଏକାଗ୍ରତା ବଢ଼ିଥାଏ । ଯୋଗ କଲେ ମାନସିକ ଓ ଶାରିରୀକ ଭାବରେ ଶାନ୍ତି ମିଳିଥାଏ ।

WORLD YOGA DAY 2024
WORLD YOGA DAY 2024 (ETV BHARAT ODISHA)
ଯୋଗ ସ୍ୱାସ୍ଥ୍ୟ ସହିତ କିପରି ଜଡିତ ?: ଅନେକ ସମୟରେ ବାୟଷ୍କ ଲୋକମାନେ ଯୋଗ କରିଥାନ୍ତି । ପ୍ରତ୍ୟେକ ଦିନ ଯୋଗ କରିବା ଦ୍ୱାରା ଶରୀରରେ ଅନେକ ଉନ୍ନତି ଘଟିଥାଏ । ଯାହା ଫଳରେ ଜଣେ ଲୋକ ସୁସ୍ଥ ସ୍ୱାସ୍ଥ୍ୟରେ ବଞ୍ଚିଥାନ୍ତି । ଅନେକ ରୋଗ ରହିଛି ଯାହା ଯୋଗ ମାଧ୍ୟମରେ ଆରୋଗ୍ୟ ହୋଇଥାନ୍ତି । ଯୋଗ ମାନସିକ ଶାରୀରିକ ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ଯୋଗସୂତ୍ର ରକ୍ଷା କରିଥାଏ । ଯୋଗ ଏବଂ ଜିମ: ଯୋଗ ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ଲୋକ ସମସ୍ତେ କରିପାରିବେ । କିନ୍ତୁ ଫିଟ ରହିବାକୁ ଅନେକ ଲୋକ ଜିମ ଯାଇଥାନ୍ତି, କିନ୍ତୁ ମାନସିକ ସ୍ତରରେ ଶାନ୍ତି ମିଳିନଥାଏ । ତେବେ ଯୋଗ ଏବଂ ଜିମ ମଧ୍ୟରେ ଅନେକ ତାରତମ୍ୟ ରହିଛି । ପାଠପଢାର ଚାପରେ ଅନେକ ପିଲାମାନେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇନଥାନ୍ତି । ତେଣୁ କରି ଅନେକ ପିଲା ମାନସିକ ଚିନ୍ତାରେ ରହିଥାନ୍ତି । ଏହି ସମୟରେ ମଧ୍ୟ ଯୋଗ କରିବା ଆବଶ୍ୟକ । ସେହିପରି ଫିଟ ରହିବାକୁ ଆଜିର ଯୁବପିଢି ଜିମ ୟାଇଥାନ୍ତି । ଏହା ଶାରୀରିକ ଭାବେ ଫିଟ ରଖିଥାଏ କିନ୍ତୁ ମାନସିକ ଶାନ୍ତି ମିଳିନଥାଏ । ଯୋଗ ଜୀବନକୁ କିପରି ସୁଖମୟ ଜୀବନ ଦେଇଥାଏ: ଯୋଗ କରିବା ଦ୍ଵାରା ଜଣେ ଲୋକ ବହୁତ୍ କିଛି ସଫଳତାପ୍ରାପ୍ତ କରିଥାଏ । ଜୀବନର ଚଲାପଥକୁ କୁସୁମିତ କରିଥାଏ । ସୁଖମୟ ଜୀବନକୁ ଶାନ୍ତି ଯୋଗାଇଥାଏ । ରୋଗ ବୈରାଗ ଆଖ ମାଡ଼ିନଥାଏ । ସମସ୍ତଙ୍କ ପାଇଁ ଯୋଗ ଏକ ଉପକାର ସଦୃଶ୍ୟ । ଯୋଗ କରିବାର ଉପାୟ ହେଉଛି ସକାଳ ଓ ସନ୍ଧ୍ୟାରେ କରିବା ଆବଶ୍ୟକ । ଯୋଗ କରିବାର 4 ଘଣ୍ଟା ପୂର୍ବରୁ ଖାଦ୍ୟ ଖାଇବା ଆବଶ୍ୟକ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.