ETV Bharat / state

ପିସିସି ସଭାପତିଙ୍କୁ କାଳିମାଡ଼; କଂଗ୍ରେସ ଭବନରେ ପଶି କାଳି ଫିଙ୍ଗିଲେ ଦୁର୍ବୃତ୍ତ, ଆଇନର ଆଶ୍ରୟ ନେଲେ ଶରତ - INK ATTACK ON Sarat Pattanayak

author img

By ETV Bharat Odisha Team

Published : Jun 21, 2024, 12:33 PM IST

Updated : Jun 21, 2024, 4:00 PM IST

Ink Attack On PCC President Sarat Pattanayak: ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପରକୁ କାଲିମାଡ଼ । କଂଗ୍ରେସ ଭବନରେ ହୋଇଛି କାଳିମାଡ଼ । ଅଧିକ ପଢନ୍ତୁ

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପରକୁ କାଳିମାଡ଼
ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପରକୁ କାଳିମାଡ଼ (ETV Bharat Odisha)

ଭୁବନେଶ୍ୱର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପରକୁ ହୋଇଛି କାଳିମାଡ଼ । ଆଜି କଂଗ୍ରେସ ଭବନରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଫିଲ୍ମ ଷ୍ଟାଇଲରେ କିଛି ଯୁବକ କଂଗ୍ରେସ ଭବନରେ ପଶି ଶରତଙ୍କ ଉପରକୁ କାଳିମାଡ଼ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ସମୟ ପାଖାପାଖି ଆଜି ଦିନ ୧୧ଟା ୨୦ମିନିଟରେ କଂଗ୍ରେସ ଭବନରେ ଉପର ମହଲା କୋଠରୀରେ ପିସିସି ସଭାପତି ଶରତ ପଟ୍ଟନାୟକ ବସିଥିବା ବେଳେ ହଠାତ ୨୦ରୁ ଅଧିକ ଯୁବକ ହାଏ ହାଏ ସ୍ଲୋଗାନ ଦେଇ ପିସିସି ସଭାପତିଙ୍କ ରୁମ ଭିତରେ ପଶି ତାଙ୍କ ସହ ହାତ ମିଳାଇଥିଲେ । ପରେ ପକେଟରୁ କାଳି ବାହାର କରି କାଳିମାଡ଼ କରି ଉକ୍ତ ଯୁବକମାନେ ତତକ୍ଷଣାତ ସେଠାରୁ ପଳାଇଯାଇଛନ୍ତି । ତେବେ କାଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ।

ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ (ETV Bharat Odisha)

ଏପଟେ ଘଟଣା ପରେ ପିସିସି ସଭାପତି କ୍ୟାପିଟାଲ ଥାନାକୁ ଯାଇ ଆଇନର ଆଶ୍ରୟ ନେଇଛନ୍ତି । ପ୍ରାୟ 2 ଘଣ୍ଟା ପାଖାପାଖି ଥାନାରେ ରହିବା ପରେ ଫେରିଥିଲେ ଶରତ । ଭିଡିଓ କ୍ଲିପିଙ୍ଗସ୍ ରେ ଦେଖାଯାଉଥିବା ଯୁବକ ମାନଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ପିସିସି ସଭାପତି । ଆଜିର ଏହି ଘଟଣାକୁ କଂଗ୍ରେସର ସବୁ ମହଲରେ ନିନ୍ଦା କରାଯାଇଛି । ସମସ୍ତ ନେତା ଓ କର୍ମୀ ମାନେ ଘୋର ନିନ୍ଦା କରିବା ସହିତ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ସେପଟେ ଘଟଣା ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି, "ଏହା ମୋ ପାଇଁ ନୂଆ ନୁହେଁ । ପୂର୍ବଥର ପିସିସି ସଭାପତି ଥିବା ବେଳେ ଅଣ୍ଡା, ପଥର ମାଡ଼ ହୋଇଥିଲା । ଏସବୁ ନେଇ ମୁଁ ବ୍ୟଥିତ ନୁହେଁ କି ଦବି ଯିବାର ପ୍ରଶ୍ନ ଉଠୁନାହିଁ । କଂଗ୍ରେସ ସଫଳତା ପାହାଚ ଚଢୁଥିବାରୁ କିଛି ଦୁର୍ବୃତ୍ତ ସହ୍ୟ କରିନପାରି ଏପରି କରିଛନ୍ତି । କଂଗ୍ରେସକୁ ଦୁର୍ବଳ କରିବାକୁ ଅପଚେଷ୍ଟା କରାଯାଉଛି । ଯାହାକୁ ଆମେ ସହ୍ୟ କରିବୁ ନାହିଁ । ଓଡ଼ିଶା ମାଟି ପାଇଁ ଆମେ ଲଢେଇ କରିବୁ । କେହି ଆମକୁ ଅଟକାଇପାରିବେ ନାହିଁ । ଆଗକୁ ଦଳ ଆହୁରି ମଜବୁତ ହେବ ।"

ଏହା ବି ପଢନ୍ତୁ- ପୁରୀ ସତ୍ୟବାଦୀରେ 5T ସଚିବ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼, ଅଭିଯୁକ୍ତ ଗିରଫ

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ କଟକ ଜିଲ୍ଲା ସଭାପତି ସୁରେଶ ମହାପାତ୍ର, ପୂର୍ବତନ ବିଧାୟକ ରବି ମାଲିକ ଉପରେ ମଧ୍ୟ କାଳି ମାଡ଼ ହୋଇଛି । ଏହି ଘଟଣା ପରେ କଂଗ୍ରେସର ବରିଷ୍ଠ ନେତା ମାନେ କଂଗ୍ରେସ ଭବନରେ ପହଞ୍ଚି ପିସିିସି ସଭାପତିଙ୍କ ସହ ଆଲୋଚନା କରିଛନ୍ତି । ତେବେ କେଉଁ କାରଣରୁ ଏହି ଘଟଣା ଘଟିଛି ଏବଂ ସେହି ଯୁବକ ମାନେ କିଏ ଏବଂ କାହିଁକି ସେମାନେ ଏଭଳି କାଣ୍ଡ ଘଟାଇଛନ୍ତି ? ସୂଚନା ଥାଉ କି, ଗତ କିଛି ଦିନ ହେବ ଦଳ ଭିତରେ ଟିକେଟ ଆବଣ୍ଟନ ଏବଂ ନିର୍ବାଚନ ପାଣ୍ଠିରେ ଅନିୟମିତତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେଥିପାଇଁ ହୁଏତ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 21, 2024, 4:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.