ETV Bharat / state

ମୋହନ ମାଝୀ ସରକାର ଦେବେ ୩୬ ହଜାର ନିଯୁକ୍ତି, ୧୦୦ ଦିନରେ ୪୫ ହଜାର କୋଟି ନିବେଶ - Investment Proposals Of Mohan Govt

author img

By ETV Bharat Odisha Team

Published : 11 hours ago

Updated : 11 hours ago

Industrial Investment In Odisha: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ରେକର୍ଡ । ୪୫ ହଜାର କୋଟି ପୁଞ୍ଜି ନିବେଶ ଏବଂ ୩୬ ହଜାର ନିଯୁକ୍ତି ସୁଯୋଗ ସମ୍ଭାବନା । ୧୦୦ ଦିନରେ ୩୬୫ ଦିନ ଟାର୍ଗେଟର ୯୦ ପ୍ରତିଶତ ପୂରଣ ।

ମୋହନ ମାଝୀ ସରକାର ଦେବେ ୩୬ ହଜାର ନିଯୁକ୍ତି, ୧୦୦ ଦିନରେ ୪୫ ହଜାର କୋଟି ନିବେଶ
ମୋହନ ମାଝୀ ସରକାର ଦେବେ ୩୬ ହଜାର ନିଯୁକ୍ତି, ୧୦୦ ଦିନରେ ୪୫ ହଜାର କୋଟି ନିବେଶ (ETV Bharat Odisha)

ଭୁବନେଶ୍ବର: ମୋହନ ସରକାରକୁ ପୂରିଛି ୧୦୦ ଦିନ । ପ୍ରଥମ ଶହେ ଦିନରେ କଣ ରହିଛି ବିଜେପି ସରକାରର ଉପଲବ୍ଧି ? ରାଜ୍ୟବାସୀଙ୍କୁ ତାର ପୂରା ହିସାବ ଦେଇଛି ନୂଆ ସରକାର । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟରେ ଶିଳ୍ପାୟନକୁ ପ୍ରୋତ୍ସାହନ, ପୁଞ୍ଜିନିବେଶ ବୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ଗୁରୁତ୍ବ ଦେଇଛନ୍ତି । ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ 45 ହଜାର କୋଟି ଟଙ୍କାର ୧୨ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ।

HLCA ବୈଠକରେ ବଡ଼ ନିଷ୍ପତ୍ତି:

ମୁଖ୍ୟମନ୍ତ୍ରୀ ‌ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ ( HLCA)ର ୩୬ତମ ବୈଠକ । ବୈଠକରେ 39,271.50 କୋଟି ଟଙ୍କାର 12ଟି ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ପ୍ରତ୍ୟକ୍ଷ ଭାବେ 17,098 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଇଏସଡିଏମ, ଇସ୍ପାତ, ଧାତବ ଆନୁଷଙ୍ଗିକ, ରସାୟନ, ସିମେଣ୍ଟ, ଗ୍ରୀନ ଆମୋନିଆ, ରବର ଓ ପ୍ଲାଷ୍ଟିକ କ୍ଷେତ୍ରରେ ଆସିଥିବା ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ପ୍ରକଳ୍ପଗୁଡ଼ିକ ରାଜ୍ୟର ୮ଟି ଜିଲ୍ଲାରେ ସ୍ଥାପନ ହେବ । ମଞ୍ଜୁରୀ ମିଳିଥିବା ପ୍ରକଳ୍ପ ମଧ୍ୟରେ ରହିଛି ଟରେଣ୍ଟ ଗ୍ରୀନ ହାଇଡ୍ରୋଜେନ ପ୍ରାଇଭେଟର 10,260 କୋଟି ଟଙ୍କାର ପ୍ରକଳ୍ପ । କମ୍ପାନି ଗଞ୍ଜାମରେ ଏକ 4,30,000 MTର ଗ୍ରୀନ ଆମୋନିଆ କାରଖାନା ନିର୍ମାଣ କରିବ । ଏହାଦ୍ୱାରା 1,558 ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

Industrial Investment Proposals Of BJP Govt At 36th HLCA Meeting
Industrial Investment Proposals Of BJP Govt At 36th HLCA Meeting (ETV Bharat Odisha)
  • 39,271.50 କୋଟି ଟଙ୍କାର 12ଟି ନିବେଶ ପ୍ରସ୍ତାବକୁ ମଞ୍ଜୁରୀ
  • ରାଜ୍ୟରେ 17,098 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
  • ଇଏସଡିଏମ, ଇସ୍ପାତ, ଧାତବ, ରସାୟନ, ସିମେଣ୍ଟ, ଗ୍ରୀନ ଆମୋନିଆ, ରବର ଓ ପ୍ଲାଷ୍ଟିକ ପ୍ରକଳ୍ପକୁ ମଞ୍ଜୁରୀ
  • ଏସବୁ ପ୍ରକଳ୍ପ ରାଜ୍ୟର ୮ଟି ଜିଲ୍ଲାରେ ପ୍ରତିଷ୍ଠା କରାଯିବ
  • ଟରେଣ୍ଟ ଗ୍ରୀନ ହାଇଡ୍ରୋଜେନ ପ୍ରାଇଭେଟର 10,260 କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ
  • ଗଞ୍ଜାମରେ 4,30,000 MTର ଗ୍ରୀନ ଆମୋନିଆ କାରଖାନା ହେବ
  • 1,558 ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

ଓଡ଼ିଶା ମୁହାଁ ବଡ଼ କମ୍ପାନୀ :

ଜିନ୍ଦଲ ଇଣ୍ଡିଆ ଲିମିଟେଡ ଢେଙ୍କାନାଳରେ 5,691 କୋଟି ଟଙ୍କା ନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥିରେ 570 ନିଯୁକ୍ତି ସୁଯୋଗ ରହିଛି । ଭୂଷଣ ପାୱାର ଆଣ୍ଡ ଷ୍ଟିଲ ଲିମିଟେଡ ସମ୍ବଲପୁରରେ 3,500 କୋଟି ଟଙ୍କା ନିବେଶରେ ଇସ୍ପାତ ଆନୁଷଙ୍ଗିକ କମ୍ପ୍ଲେକ୍ସ ସ୍ଥାପନ କରିବ । ସେଥିରେ ପ୍ରାୟ 2,000 ନିଯୁକ୍ତି ସୁଯୋଗ ରହିଛି । ସିଲେକ୍ଟ୍ରିକ ସେମିକଣ୍ଡକ୍ଟର ମାନୁଫ୍ୟାକ୍ଚରିଂ ପକ୍ଷରୁ ଖୋର୍ଦ୍ଧାରେ 3,034 କୋଟି ଟଙ୍କା ନିବେଶ ହେବ । ଏଥିରେ 215 ନିଯୁକ୍ତି ସୁଯୋଗ ରହିବ । ସିଲିକନ କାର୍ବାଇଡ ଡିଭାଇସ କାରଖାନା ସ୍ଥାପନ କରିବ । ଖୋର୍ଦ୍ଧାରେ କେନିସ ସର୍କିଟ୍ସ ଇଣ୍ଡିଆ ପକ୍ଷରୁ 1395 କୋଟି ନିବେଶରେ ଉତ୍ପାଦନ ୟୁନିଟ ସ୍ଥାପନ ହେବ । ଏଥିରେ 1033 ନିଯୁକ୍ତି ସୁଯୋଗ ରହିଛି । ହେଟେରୋଜେନସ ମଧ୍ୟ ଖୋର୍ଦ୍ଧାରେ ଇଣ୍ଟିଗ୍ରେସନ ପ୍ୟାକେଜିଂ ସଲ୍ୟୁସନ୍ସ 1925 କୋଟି ଟଙ୍କା ନିବେଶ କରିବ । ଏଥିରେ ପ୍ରାୟ 1072 ନିଯୁକ୍ତି ସୁଯୋଗ ରହିଛି ।

  • ଜିନ୍ଦଲ ଇଣ୍ଡିଆ ଲିମିଟେଡର 5,691 କୋଟି ନିବେଶ ପ୍ରସ୍ତାବକୁ ଅନୁମୋଦନ
  • ଏଥିରେ 570 ନିଯୁକ୍ତି ସୁଯୋଗ
  • ଭୂଷଣ ପାୱାର ଆଣ୍ଡ ଷ୍ଟିଲ ଲିମିଟେଡର 3,500 କୋଟି ଟଙ୍କାର ଇସ୍ପାତ କମ୍ପ୍ଲେକ୍ସ
  • ଏଥିରେ 2,000 ନିଯୁକ୍ତି ସୁଯୋଗ
  • ସିଲେକ୍ଟ୍ରିକ ସେମି କଣ୍ଡକ୍ଟର ପକ୍ଷରୁ 3,034 କୋଟି ଟଙ୍କା ନିବେଶ
  • ଏଥିରେ 215 ନିଯୁକ୍ତି ସୁଯୋଗ
  • ସିଲିକନ କାର୍ବାଇଡ ଡିଭାଇସ କାରଖାନା ସ୍ଥାପନ କରିବ
  • ଖୋର୍ଦ୍ଧାରେ କେନିସ ସର୍କିଟ୍ସ ଇଣ୍ଡିଆ ପକ୍ଷରୁ 1395 କୋଟିର ଉତ୍ପାଦନ ୟୁନିଟ
  • ଏଥିରେ 1033 ନିଯୁକ୍ତି ସୁଯୋଗ
  • ହେଟେରୋଜେନସ ଇଣ୍ଟିଗ୍ରେସନ ପ୍ୟାକେଜିଂ ସଲ୍ୟୁସନର 1925 କୋଟି ଟଙ୍କା ନିବେଶ
  • ଏଥିରେ 072 ନିଯୁକ୍ତି ସୁଯୋଗ

କଟକ-ଢେଙ୍କାନାଳ-ଜଗତସିଂହପୁରରେ ବଡ଼ ନିବେଶ :

ଇଲେକ୍ଟ୍ରୋ‌ଷ୍ଟିଲ କାଷ୍ଟିଙ୍ଗ୍ସ ‌ଢେଙ୍କାନାଳରେ ୩୦୦୦ କୋଟି ଟଙ୍କା ନିବେଶ କରିବ । ପ୍ରାୟ ୩୦୦୦ ନିଯୁକ୍ତି ସୃଷ୍ଟି କରିବା ଲାଗି 5 ଲକ୍ଷ ମିଲିୟନ ଟନ (MT) ଡକ୍ଟାଇଲ ଆଇରନ ପାଇପ କାରଖାନା ସ୍ଥାପନ ହେବ । ଶ୍ୟାମ ଷ୍ଟିଲ ମାନୁଫାକ୍ଚରିଂ ତରଫରୁ କେନ୍ଦୁଝରରେ 2510 କୋଟି ଟଙ୍କା ନିବେଶ କରାଯିବ । ଏହି 0.5 ଏମଟିପିଏର ସମନ୍ବିତ ଇସ୍ପାତ କାରଖାନା ସ୍ଥାପନ ଦ୍ୱାରା 3640 ଜଣଙ୍କୁ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ । ଜଗତସିଂହପୁରରେ ଇପିଗ୍ରାଲ ଲିମିଟେଡ ପକ୍ଷରୁ 2800 କୋଟି ଟଙ୍କାର ରାସାୟନିକ ଶିଳ୍ପ ସ୍ଥାପନ ହେବ । ଏଥିରେ 900 ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ରହିବ । ସେମିତି ଜଗତସିଂହପୁରରେ ଲକ୍ଷ୍ମୀ ଅର୍ଗାନିକ 2555 କୋଟି ଟଙ୍କା ନିବେଶରେ ରାସାୟନିକ ଶିଳ୍ପ ପ୍ରତିଷ୍ଠା କରିବ । ସେଥିରେ ହଜାରେ ନିଯୁକ୍ତି ସୁଯୋଗ ରହିଛି । କଟକରେ ଅମ୍ବୁଜା କଙ୍କ୍ରିଟ ନର୍ଥ ପକ୍ଷରୁ 1400 କୋଟି ଟଙ୍କା ନିବେଶରେ 410 ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ବାଲେଶ୍ବରରେ ଡାଲମିଆ ଭାରତ ରିଫ୍ରାକ୍ଟରିଜ ପକ୍ଷରୁ 1200 କୋଟି ଟଙ୍କା ନିବେଶରେ ଟାୟାର, ଟ୍ୟୁବ ଓ ଫ୍ଲାପ୍‌ସ କାରଖାନା ସ୍ଥାପନ ହେବ । ଏଥିରେ 1700 ନିଯୁକ୍ତି ସୁଯୋଗ ପାଇବେ ।

  • ଇଲେକ୍ଟ୍ରୋ‌ଷ୍ଟିଲ କାଷ୍ଟିଙ୍ଗ୍ସର ୩୦୦୦ କୋଟି ଟଙ୍କା ନିବେଶ
  • ୩୦୦୦ ନିଯୁକ୍ତି ସୁଯୋଗ, 5 ଲକ୍ଷ ମିଲିୟନ ଟନ ଡକ୍ଟାଇଲ ଆଇରନ ପାଇପ କାରଖାନା
  • ଶ୍ୟାମ ଷ୍ଟିଲ ମାନୁଫାକ୍ଚରିଂ ତରଫରୁ କେନ୍ଦୁଝରରେ 2510 କୋଟି ନିବେଶ
  • 0.5 ଏମଟିପିଏର ସମନ୍ବିତ ଇସ୍ପାତ କାରଖାନା ସ୍ଥାପନ, 3640 ଜଣଙ୍କୁ ନିଯୁକ୍ତି
  • ଇପିଗ୍ରାଲ ଲିମିଟେଡର 2800 କୋଟିର ରାସାୟନିକ ଶିଳ୍ପ
  • ଏଥିରେ 900 ଜଣଙ୍କୁ ନିଯୁକ୍ତି ସୁଯୋଗ
  • ଲକ୍ଷ୍ମୀ ଅର୍ଗାନିକର 2555 କୋଟି ନିବେଶରେ ରାସାୟନିକ ଶିଳ୍ପ
  • ଏଥିରେ ୧୦୦୦ ନିଯୁକ୍ତି ସୁଯୋଗ
  • ଅମ୍ବୁଜା କଙ୍କ୍ରିଟ ନର୍ଥ ପକ୍ଷରୁ 1400 କୋଟି ଟଙ୍କା ନିବେଶ, 410 ନିଯୁକ୍ତି ସୁଯୋଗ
  • ଡାଲମିଆ ଭାରତ ରିଫ୍ରାକ୍ଟରିଜ ପକ୍ଷରୁ 1200 କୋଟି ନିବେଶରେ ଟାୟାର, ଟ୍ୟୁବ ଓ ଫ୍ଲାପ୍‌ସ କାରଖାନା
  • ଏଥିରେ 1700 ନିଯୁକ୍ତି ସୁଯୋଗ

ଏହା ମଧ୍ୟ ପଢ଼ନ୍ତୁ:ମୋହନ ସରକାରଙ୍କ 100 ଦିନ, ରିପୋର୍ଟ କାର୍ଡ କେତେ ସଫଳ ? - 100 days Of Odisha BJP GOVT

ଏହା ମଧ୍ୟ ପଢ଼ନ୍ତୁ:ଓଡ଼ିଶାରେ 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା - SUBHADRA YOJANA

ଏହା ମଧ୍ୟ ପଢ଼ନ୍ତୁ:ଆଜି ଆସିବ ‘ସୁଭଦ୍ରା’ ଟଙ୍କା; ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଜନ୍ମଦିନରେ ମହିଳାଙ୍କୁ ଦେବେ ଭେଟି - women centric schemes

ଏହା ମଧ୍ୟ ପଢ଼ନ୍ତୁ: କେମିତି ଥିଲା ବନ୍ଦେ ଭାରତ ଯାତ୍ରା ଅନୁଭୂତି, ଇଟିଭି ଭାରତ ଆଗରେ ବଖାଣିଲେ ମୁଖ୍ୟମନ୍ତ୍ରୀ ମୋହନ - Interview With Mohan Majhi

୧୦୦ ଦିନରେ ରେକର୍ଡ ନିବେଶ:

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିଜେପି ସରକାର, ପ୍ରଥମ 100 ଦିନରେ 45 ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବରେ ମୋହର ମାରିଛନ୍ତି । ଉକ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେ 36 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆସନ୍ତା ୫ ବର୍ଷରେ ମୋହନ ସରକାର 2.5 ଲକ୍ଷ କୋଟି ଟଙ୍କାର ନିବେଶ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିରେ ବର୍ଷକ ପିଛା ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା, ତାର 90 ପ୍ରତିଶତ ଅର୍ଥାତ 44,682.92 କୋଟି ଟଙ୍କା ଲକ୍ଷ୍ୟକୁ ସରକାର ପ୍ରଥମ 100 ଦିନରେ ପୂରଣ କରିଛନ୍ତି । ଓଡ଼ିଶା ସରକାରଙ୍କ ଦାବି, ଆଗାମୀ ୨୫ ବର୍ଷରେ ଭାରତର ବିକାଶରେ ଇଞ୍ଜିନ ବନିବ ଓଡ଼ିଶା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 11 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.