ETV Bharat / state

ଧସିଲା ଇନ୍ଦ୍ରାବତୀ ମୁଖ୍ୟ କେନାଲ; 40 ଫୁଟ ଘାଇ, ଜଳମଗ୍ନ ଚାଷ ଜମି - ଇନ୍ଦ୍ରାବତୀ ମୁଖ୍ୟ କେନାଲ

Indravati canal breaches in Kalahandi: କଳାହାଣ୍ଡିରେ ଧସିଲା ଇନ୍ଦ୍ରାବତୀ ମୁଖ୍ୟ କେନାଲ । ଜଳମଗ୍ନ ହେଲା ଚାଷ ଜମି । ଘରେ ପଶିଲା ପାଣି । ଅଧିକ ପଢନ୍ତୁ,

Indravati Canal breaches
Indravati Canal breaches
author img

By ETV Bharat Odisha Team

Published : Mar 4, 2024, 2:27 PM IST

Indravati Canal

ଭବାନୀପାଟଣା: ଭୁଶୁଡିଲା ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପର କେନାଲ । ଚାଷ ଜମି ବୁଡ଼ିବା ସହ ଘରେ ପଶିଲା ପାଣି । ଫଳରେ ଜମିରେ ଲଗାଇଥିବା ତଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । କଲମପୁର ବ୍ଲକ ଅନ୍ତର୍ଗତ ଦେପୁର ଗାଁ ନିକଟରେ ଦକ୍ଷିଣ ମୁଖ୍ୟ କେନାଲ ଭୁଶୁଡିବାରୁ ପ୍ରାୟ 40 ଫୁଟରୁ ଘାଇ ସୃଷ୍ଟି ହୋଇଛି । କଳାହାଣ୍ଡି ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ଇନ୍ଦ୍ରାବତୀ ଜଳ ଭଣ୍ଡାର ଦକ୍ଷିଣ ମୁଖ୍ୟ କେନାଲ ମାଧ୍ୟମରେ ରବି ଋତୁ ଧାନ କାର୍ଯ୍ୟପାଇଁ ଜଳ ଯୋଗାଣ ଚାଲିଥିବା ବେଳେ ଆଜି ଭୋର ସମୟରେ କେନାଲ ଭୁଶୁଡି ପଡ଼ିଥିଲା ।

କେନାଲ ପାଣି ଚାଷ ଜମିରେ ପଶିବା ପରେ ହେକ୍ଟର ହେକ୍ଟର ଜମି ଜଳମଗ୍ନ ହୋଇଛି । ଯାହା ଫଳରେ ଜମିଥିବା ଫସଲ ନଷ୍ଚାଟ ହେବା ସହ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଏହାସହ ଗାଁର ଅନେକ ଲୋକଙ୍କ ଘରେ ପାଣି ପଶି ଯାଇଥିବା ବେଳେ ସମସ୍ତେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘରେ ଘରେ ପାଣି ପଶିବା ଫଳରେ ଲୋକଙ୍କ ଆସବାବ ପତ୍ର ଖାଦ୍ୟ ସାମଗ୍ରୀ ପାଣିରେ ଭିଜି ନଷ୍ଟ ହୋଇଯାଇଛି । ପାଣିର ପ୍ରଖର ସ୍ରୋତ ଯୋଗୁଁ ଗାଁ ଦାଣ୍ଡରେ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବା ରୁ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି।

ଏହା ମଧ୍ୟ ପଢନ୍ତୁ-ଇନ୍ଦ୍ରାବତୀ ଜଳଭଣ୍ଡାର ଛାଡ଼ିଲା ପାଣି, ଉତ୍ସାହିତ ଚାଷୀ

ଏନେଇ ଖବର ପାଇ ଘଟଣା ସ୍ଥଳରେ ପ୍ରାଶାସନିକ ଅଧିକାରୀ ଓ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସମେତ କୃଷି ବିଭାଗ ଅଧିକାରୀ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି । କ୍ଷୟକ୍ଷତିର ଆକଳନ ପରେ ଚାଷୀ ମାନଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି କୁହାଯାଇଛି । ବିଶେଷ କରି ଯେଉଁ ଚାଷ ଜମିରେ ପାଣି ମାଡ଼ି ଯାଇଛି ତାହା ଆଉ କିଛି ବର୍ଷ ପାଇଁ ଚାଷ କାର୍ଯ୍ୟ ପାଇଁ ଉପଯୋଗୀ ହେବ ନାହିଁ । ଯାହାକୁ ନେଇ ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି । ଘଟଣା ସ୍ଥଳରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିବା ସହ ସ୍ଥିତିର ସମୀକ୍ଷା କରି ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପକୁ ନେଇ ବିଜେଡିକୁ କଂଗ୍ରେସର ସମାଲୋଚନା

ଗତବର୍ଷ ମଧ୍ୟ କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଧର୍ମଗଡ଼ ବ୍ଲକ ବଗାଁଡ ଗାଁ ନିକଟରେ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଭୁଶୁଡ଼ି ଯାଇଥିଲା । ଏନେଇ ଅନେକ ଚାଷ ଜମି ଜଳ ମଗ୍ନ ହୋଇଥିଲା । ଫଳରେ ଚାଷୀ ବ୍ୟାପକ କ୍ଷତି ସହିଥିଲେ । ଭୁଶୁଡ଼ିଥିବା ସ୍ଥାନରେ ବାଲି ବସ୍ତା ଦେଇ ଏହାର ସୁରକ୍ଷା କରାଯିବା ସହ କ୍ଷୟକ୍ଷତିର ଆକଳନ କରିଥିଲା ପ୍ରଶାସନ । ରୁଆ ହୋଇଥିବା ଏକର ଏକର ଚାଷ ଜମିରେ ପାଣି ମାଡ଼ି ଯିବା ଫଳରେ ଫସଲ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଥିଲେ । ଓଭର ଫ୍ଲୋ' ପାଣି କେନାଲ ଦେଇ ପ୍ରବାହିତ ହେଉଥିବା ସମୟରେ କେନାଲ ବନ୍ଧ ଭାଙ୍ଗି ଯାଇଥିଲା । ଚାଷଜମି ଜଳମଗ୍ନ ହେବାରୁ ଚାଷୀ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ କରି ତୁରନ୍ତ କେନାଲ ମରାମତି ସହ କ୍ଷତିପୂରଣ ପାଇଁ ଦାବି କରିଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.