ETV Bharat / state

ଏଣିକି ରାଜ୍ୟରେ କମିବ ଶୀତ, ବଢିବ ତାପମାତ୍ରା

IMD predicts rise in minimum temperature : ରାଜ୍ୟରେ କମିବ ଶୀତର ପ୍ରକୋପ । ଖାଲି ରାତି ନୁହେଁ, ଦିନ ତାପମାତ୍ରା ବି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 1, 2024, 9:03 PM IST

ଏଣିକି ରାଜ୍ୟରେ କମିବ ଶୀତ,  ବଢିବ ତାପମାତ୍ରା
ଏଣିକି ରାଜ୍ୟରେ କମିବ ଶୀତ, ବଢିବ ତାପମାତ୍ରା
ଏଣିକି ରାଜ୍ୟରେ କମିବ ଶୀତ, ବଢିବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ କମିବ ଶୀତର ପ୍ରକୋପ । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବୃଦ୍ଧି ହେଉଥିବା ବେଳେ ଆଗକୁ ଆହୁରି କମିବ ଶୀତ । ଖାଲି ରାତି ନୁହେଁ, ଦିନ ତାପମାତ୍ରା ବି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ର ସୁଚନା ଅନୁସାରେ ଆଗକୁ ଜଳୀୟବାଷ୍ପ ବାୟୁ ପ୍ରବାହ ଯୋଗୁ ଶୀତ କମିଯିବ ଏବଂ ରାତି ତାପମାତ୍ରା ଆହୁରି ବଢ଼ିବ । ସେପଟେ ପଶ୍ଚିମାଝଡ ପ୍ରଭାବରେ ଆଜିଠାରୁ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଏବଂ ମୟୂରଭଞ୍ଜ, ବାଲେଶ୍ଵର , ଭଦ୍ରକ ଜିଲାରେ ହାଲୁକା ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା ସହ କୁହୁଡି ଅନୁଭବ ହୋଇଛି । ବାଲେଶ୍ବରର ବାହାନଗାରେ ୫.୦ ମିମି ଓ ଓଉପଦାରେ ୧.୦ ମିମି ବର୍ଷା ରେକର୍ଡ ହୋଇଛି ।

ସେହିପରି ୨-୩ ତାରିଖ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଢେଙ୍କାନାଳ ଆଦି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଏହି ଜିଲାଗୁଡ଼ିକ ବ୍ୟତୀତ ଅନ୍ୟ ସ୍ଥାନଗୁଡ଼ିକରେ ପାଗ ଶୁଖିଲା ରହିବା ସହ ବର୍ତ୍ତମାନ କୌଣସି ସୂଚନା ନାହିଁ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଆସନ୍ତା ୪-୫ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାସହ ବର୍ତ୍ତମାନ ରାଜ୍ୟରେ ଘନ କୁହୁଡିର ସମ୍ଭାବନା ନଥିବା ବେଳେ ଆଗାମୀ ଦୁଇଦିନ ଯାଏ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର କୁହୁଡି ବର୍ଷା ହେବାର ସମ୍ଭାବନା ଥିବ ଆକଳନ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢନ୍ତୁ ... ଆସନ୍ତା ୨ଦିନ କୋହଲା ପାଗ ସହିତ ହାଲକା ବର୍ଷା

ଆଜି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ସେଲସିୟସ ରହିଥିବା ବେଳେ କୋରାପୁଟ ରେ ୧୦.୫ ଡିଗ୍ରୀ , ଭୁବନେଶ୍ବରରେ ୧୯.୨ ଡିଗ୍ରୀ ଓ କଟକରେ ୧୯ ଡିଗ୍ରୀ ସେଲସିୟସ୍ ରହିଛି । ସେହିପରି କଟକ, ଚାନ୍ଦବାଲି ଓ ବାଲେଶ୍ବରରେ ଘନ କୁହୁଡି ଦେଖାଦେଇଥିବା ବେଳେ ଭୁବନେଶ୍ବର, ରାଉରକେଲା , ଝାରସୁଗୁଡା , କେଉଁଝର ଓ ଭବାନୀପାଟଣାରେ ମଧ୍ୟମଧରଣର କୁହୁଡି ଦେଖାଦେଇଛି । ତେବେ ବାଙ୍ଗଲାଦେଶ ଉପରେ ସାଇକ୍ଲୋନିକ ଟ୍ରପ ରେଖା ଥିବା ସତ୍ତ୍ବେ ଏହା ଉତ୍ତର ଓଡିଶାରେ ପ୍ରଭାବହୀନ ରହିଛି ।

ଇଟିଭି ଭାରତ , ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.