ETV Bharat / state

ବାଂଲାଦେଶ ଉପକୂଳରେ ଲଘୁଚାପ, ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ନେବ ଅବପାତ ରୂପ - Low Pressure Rain

author img

By ETV Bharat Odisha Team

Published : Sep 12, 2024, 10:32 PM IST

Updated : Sep 13, 2024, 10:05 AM IST

Low Pressure Rain: ଲଘୁଚାପର ପ୍ରଭାବ । ଆଗାମୀ ୩ ଦିନ ପ୍ରବଳ ବର୍ଷା ହେବା ସମ୍ଭାବନା । ବିଭିନ୍ନ ସ୍ଥାନରେ ବଜ୍ରପାତ ହେବା ସମ୍ଭାବନା ଥିବାରୁ ଆଲର୍ଟ ଜାରି ।

Low Pressure
Low Pressure (ETV Bharat Odisha)

ଭୁବନେଶ୍ବର: ଦକ୍ଷିଣପୂର୍ବ ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ଏହି ଲଘୁଚାପ ସୃଷ୍ଟି ହୋଇଥିବା ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି । ଏହା ଆଗାମୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅବପାତ ରୂପ ନେବା ସମ୍ଭାବନା ରହିଛି ।

ଘୂର୍ଣ୍ଣିବଳୟ ବର୍ତ୍ତମାନ ଦକ୍ଷିଣପୂର୍ବ ବାଂଲାଦେଶ ଓ ତତସଲଗ୍ନ ଅଞ୍ଚଳରେ ସକ୍ରିୟ ରହିଛି । ଘୂର୍ଣ୍ଣିବଳୟଟି ଅଧିକ ଘନୀଭୂତ ହେବା ପରେ ଉପକୂଳବର୍ତ୍ତୀ ବାଂଲାଦେଶ ଓ ତାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି । ପ୍ରଭାବରେ ରାଜ୍ୟରେ ଭାରି ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ବିଶେଷ ଭାବେ ୧୩ , ୧୪ ଓ ୧୫ ତାରିଖରେ ବର୍ଷା ସମ୍ଭାବନା ରହିଛି ।

Low Pressure
Low Pressure (IMD)

ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା:

ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ଆସନ୍ତା ୧୨ ଘଣ୍ଟା ପାଇଁ କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ପାଇଁ ବିଜୁଳି ଘଡ ଘଡି ସହ ବର୍ଷା ସମ୍ଭାବନାକୁ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର। ଆସନ୍ତାକାଲିଠାରୁ ବର୍ଷାର ପରିମାଣ ବଢିବା ସହ ଅତି ପ୍ରବଳ ବର୍ଷା ପାଇଁ କଳାହାଣ୍ଡିରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ପ୍ରବଳ ବର୍ଷା ପାଇଁ ୧୪ ଜିଲ୍ଲା ଯେପରିକି ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ବାଲେଶ୍ୱର,ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ରାୟଗଡା ଓ ଗଜପତିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ୧୪ ତାରିଖରେ ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କେନ୍ଦୁଝରକୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହାସହ ୧୧ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

Low Pressure
Low Pressure (IMD)

ଏହା ବି ପଢନ୍ତୁ...ବନ୍ୟାଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ମୋହନ, ସାତ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ - CM Mohan Visits Malkangiri

ଏହା ମଧ୍ୟ ପଢନ୍ତୁ:ମୁଖ୍ୟମନ୍ତ୍ରୀ ମୋହନଙ୍କ ମାଲକାନଗିରି ଗସ୍ତ, ଜିଲ୍ଲାରେ ବନ୍ୟା ସ୍ଥିତିର କରିବେ ସମୀକ୍ଷା

ଏହା ମଧ୍ୟ ପଢନ୍ତୁ:ବର୍ଷାରେ ବେହାଲ ମାଲକାନଗିରି; ପୋଲ ଉପରେ ୨ ଫୁଟ ଉଚ୍ଚ ପାଣି, ୩ ରାଜ୍ୟକୁ ଯୋଗାଯୋଗ ବିଚ୍ଛିନ୍ନ

ଏହା ମଧ୍ୟ ପଢନ୍ତୁ:ବର୍ଷାରେ ଉବୁଟୁବୁ ମାଲକାନଗିରି, ଆଜି ସ୍କୁଲ ଓ ଅଙ୍ଗନବାଡି ଛୁଟି

ପରେ ୧୫ ତାରିଖ ବେଳକୁ ବର୍ଷା କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହି ସମୟରେ ୪୦ ରୁ ୫୦ କିମି ପବନ ବହିବା ସହ ସମୁଦ୍ର ଅଶାନ୍ତକୁ ନେଇ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ସେପଟେ ଗତ ୨୪ ଘଣ୍ଟାରେ କାଁଭାଁ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକା ବର୍ଷା ହୋଇଥିବାବେଳେ କେନ୍ଦ୍ରାପଡାର ଗରଦପୁରରେ ସର୍ବାଧିକ ୩୩.୦୦ ମିମି ବର୍ଷା ରେକର୍ଡ କରାଯାଇଛି । ସାରା ରାଜ୍ୟରେ ୯୪୩.୮ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଏବେବି ୬ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି।

Low Pressure
Low Pressure (IMD)

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 13, 2024, 10:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.