ETV Bharat / state

4 ଦିନ ଯାଏଁ ବର୍ଷାରୁ ନାହିଁ ନିସ୍ତାର, ଆଜି ପାଇଁ 15 କାଲି ପାଇଁ 8 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - Heavy Rain Across Odisha

Heavy Rain Across Odisha: ଲଗାତାର ଘୂର୍ଣ୍ଣିବଳୟ ପ୍ରଭାବରେ ଲାଗି ରହିବ ବର୍ଷା । ଆଗାମୀ ୪ ରୁ ୫ ଦିନ ଯାଏଁ ପ୍ରବଳ ବର୍ଷାର ସମ୍ଭାବନା ରହିଛି । କେଉଁ ସବୁ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଛି ଜାଣନ୍ତୁ

Odisha Weather
Odisha Weather (ETV Bharat Odisha)
author img

By ETV Bharat Odisha Team

Published : Aug 22, 2024, 5:41 PM IST

ଭୁବନେଶ୍ବର: ରାଜ୍ୟରେ ଆଗାମୀ ୪ ରୁ ୫ ଦିନ ଯାଏଁ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ । ଓଡି଼ଶା ଉପରେ ସିରିଜ ଘୂର୍ଣ୍ଣିବଳୟର ସକ୍ରିୟ ରହିଛି ।

Odisha Weather (ETV Bharat Odisha)

ଲଗାତାର ଘୂର୍ଣ୍ଣିବଳୟ:

ବର୍ତ୍ତମାନ ଉତ୍ତର ବଙ୍ଗୋପସାଗର ଓ ତତସଲଗ୍ନ ଅଞ୍ଚଳରେ ସକ୍ରିୟ ରହିଛି ସଦୃଶ ଲଘୁଚାପ । ଏହା ଉତ୍ତର ଦିଗକୁ ଗତିକରୁଥିବାବେଳେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇପାରେ । ଏହାସହ ରାଜ୍ୟ ଉପରେ ମୌସୁମୀ ସକ୍ରିୟ ସହ ଝାଡଖଣ୍ଡ ଓ ତାର ଆଖପାଖରେ ମଧ୍ୟ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ସେହିପରି ଆସନ୍ତା ୨୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି । ଲଗାତାର 3ଟି ପାଣିପାଗ ନିୟାମକ ସକ୍ରିୟ ରହିବ । ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡଘଡି ବର୍ଷା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Heavy Rain Across Odisha
Heavy Rain Across Odisha (IMD)

ଏହି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା:

ପ୍ରବଳ ବର୍ଷା ଅର୍ଥାତ୍ ୭ ରୁ ୧୧ ସେମି ବର୍ଷା ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡ଼ିକ ହେଲା ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ଜଗତସିଂହପୁର, କେନ୍ଦ୍ରାପଡା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ,କଟକ, ଖୋର୍ଦ୍ଧା ,ପୁରୀ, ଯାଜପୁର, ସୁନ୍ଦରଗଡ଼ ଓ ଝାରସୁଗୁଡାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି (ଶୁକ୍ରବାର) ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଅତି ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ପ୍ରବଳ ବର୍ଷା ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର , ଗଞ୍ଜାମ,ଗଜପତି ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Heavy Rain Across Odisha
Heavy Rain Across Odisha (IMD)

24ରୁ ବଢିବ 26ରୁ କମିବ!

ଆସନ୍ତା ୨୪ ରୁ ବଢିପାରେ ବର୍ଷାର ପରିମାଣ । ପୁଣି ୨୬ ତାରିଖ ବେଳକୁ ବର୍ଷା କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ସମୁନ୍ଦ୍ର ମଧ୍ୟରେ ୩୫ ରୁ ୫୫ କିଲୋମିଟର ପବନ ହେବାର ସମ୍ଭାବନା ଥିବାରୁ ଆଜିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ । ଏପରିକି ବର୍ଷା ସମୟର ଯାତାୟତରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ବଜ୍ରପାତ ସମୟରେ ସତର୍କ ରହିବା ସହ ମାଟି ଘର ଓ ମାଟି ରାସ୍ତା ପ୍ରତି ସାବଧାନତା ଅବଲମ୍ବନ ପାଇଁ ମଧ୍ୟ ପରାମର୍ଶ ଦେଇଛି ବିଭାଗ । ଅମଳ ଶସ୍ୟକୁ ସୁରକ୍ଷିତ ରଖିବାକୁ ମଧ୍ୟ ବିଭାଗ ପରାମର୍ଶ ଦେଇଛି ।

Heavy Rain Across Odisha
Heavy Rain Across Odisha (IMD)

ଏହା ବି ପଢନ୍ତୁ...ଭଦ୍ରକରେ ଡ୍ରେନେଜ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ: ନିଷ୍କାସିତ ହୋଇପାରୁନି ବର୍ଷା ଜଳ, ବୁଡି ଯାଉଛି ଅଧା ସହର - heavy rainfall

ନିଅଣ୍ଟିଆ ବର୍ଷା:
"ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କାଁ ଭାଁ ସ୍ଥାନରେ ହୋଇଥିବାବେଳେ ସର୍ବାଧିକ ୧୧୦. ୦ ମିମି ବର୍ଷା ଜଗତସିଂହପୁର ରଘୁନାଥପୁରରେ ରେକର୍ଡ କରାଯାଇଛି । ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୭୨୮.୧ ମିମି ବର୍ଷା ରେକର୍ଡ ହୋଇଛି । ଏବେବି ୧୨ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି। ୮୨୨. ୯ ମିମି ବର୍ଷା ସ୍ୱାଭାବିକ ରହିବା କଥା । ବର୍ତ୍ତମାନ ସୁଦ୍ଧା ଗୋଟିଏ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବାବେଳେ ୧୮ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି । ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଥିବାବେଳେ ବାଲେଶ୍ୱର ଓ ଭଦ୍ରକରେ ସବୁଠୁ କମ ବର୍ଷା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.