ETV Bharat / state

Rain Alert: ପ୍ରବଳରୁ ଅତି ପ୍ରବଳ ବର୍ଷା, ଏସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ ବିଭାଗ - Heavy rain In Odisha

author img

By ETV Bharat Odisha Team

Published : Sep 7, 2024, 8:36 PM IST

IMD Odisha Weather: ଅବପାତରେ ପରିଣତ ହେବ ଲଘୁଚାପ । ଆହୁରି ବଢ଼ିବ ବର୍ଷାର ପରିମାଣ । କେଉଁ ଜିଲ୍ଲାରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ଓ ପ୍ରତ୍ୟେକ ଜିଲ୍ଲାର ପାଣିପାଗ ଖବର ଜାଣିବା ପାଇଁ ପଢ଼ନ୍ତୁ..

IMD Odisha Weather
IMD Odisha Weather (ETV Bharat Odisha)

ଭୁବନେଶ୍ବର: କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ତୀବ୍ର ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି । ବର୍ତ୍ତମାନ ଏହାର ସ୍ଥିତି ଉତ୍ତର-ପଶ୍ଚିମ ସଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ । ଏହା ଉତ୍ତର ମୁହାଁ ହୋଇ ଗତି କରୁଛି । ଆସନ୍ତାକାଲି ସୁଦ୍ଧା ଅବପାତରେ ପରିଣତ ହେବର ସମ୍ଭାବନା ରହିଛି । ଏହାର ପର 3 ଦିନ ମଧ୍ୟରେ ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ଏହାସହ ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଓ ଇତ୍ତର ଛତିଶଗଡ଼ଦେଇ ଗତି କରିବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଆଗାମୀ 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

IMD Odisha Weather (ETV Bharat Odisha)

ଆଜି ରାତିରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି:

ଆଜି ରାତିରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ବୁଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷାକୁ ନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରାଯାଇଛି । ସେହିପରି ବିଜୁଳି ଘଡ଼ଘଡ଼ି ପାଇଁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୋଳ, ଖୋର୍ଦ୍ଧା, ଗଜପତି, ଗଞ୍ଜାମ, କନ୍ଧମାଳ ଓ ନୟାଗଡ଼କୁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

Weather update
Weather update (IMD)

ଆସନ୍ତାକାଲି କେଉଁ ସ୍ଥାନରେ ହେବ ବର୍ଷା:

ସେହିପରି ଆସନ୍ତାକାଲି ଅର୍ଥାତ ୮ ତାରିଖରେ କିଛି ସ୍ଥାନରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ଅର୍ଥାତ ୧୨ରୁ ୨୦ ସେ.ମି ବର୍ଷା ହେବ । ଏଥିପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ଅର୍ଥାତ ୭ରୁ ୧୧ ସେ.ମି ବର୍ଷା ପାଇଁ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କଟକ, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...Rain Alert: ଫିକା ପଡ଼ିବ ଗଣେଶ ପୂଜା ! ପ୍ରବଳ ବର୍ଷାରେ ଭାସିବ ଏସବୁ ଜିଲ୍ଲା, ବିଜୁଳି ଘଡ଼ଘଡ଼ି ପାଇଁ ସତର୍କ ଜାରି - Odisha Weather Update

୯ ସେପ୍ଟେମ୍ବରରେ କେଉଁ ସ୍ଥାନରେ ହେବ ବର୍ଷା:

Weather update
Weather update (IMD)

ସେହିପରି ୯ ତାରିଖରେ ମଧ୍ୟ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିବ । ଏଥିପାଇଁ କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ଗଜପତି, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ କଟକକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର, ଅନୁଗୋଳ, ଦେବଗଡ଼, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...ଏହା ମଧ୍ୟ ପଢ଼ନ୍ତୁ...ଆନ୍ଧ୍ର-ତେଲେଙ୍ଗାନାରେ ବର୍ଷା ବିତ୍ପାତ; ସାହାଯ୍ୟର ହାତ ବଢାଇଲେ ସାଉଥ ସେଲିବ୍ରିଟି, କୋଟିଏ ଟଙ୍କା ସହାୟତା ରାଶି ଦେଲେ Jr NTR - Telangana Andhra Pradesh Heavy Rain

୧୦ ସେପ୍ଟେମ୍ବରରେ କେଉଁ ସ୍ଥାନରେ ହେବ ବର୍ଷା:

ଅନ୍ୟପଟେ ୧୦ ତାରିଖରେ ସାରା ରାଜ୍ୟକୁ କବଳିତ କରିବ ବର୍ଷା । ପ୍ରବଳରୁ ଅତ୍ୟନ୍ତ ପ୍ରବଳ ଅର୍ଥାତ ୧୨ରୁ ୨୦ ସେ.ମି ବର୍ଷା ପାଇଁ ରାଜ୍ୟର ଅନେକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଜିଲ୍ଲାଗୁଡ଼ିକ ହେଉଛି କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବରଗଡ଼, ସୋନପୁର, ବୌଦ୍ଧ, ସମ୍ବଲପୁର, ଅନୁଗୋଳ ଓ ଢେଙ୍କାନାଳ । ସେହିପରି ପ୍ରବଳ ବର୍ଷା ପାଇଁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...Heavy Rain: ଆନ୍ଧ୍ର-ତେଲେଙ୍ଗାନାରେ ବର୍ଷା ବିତ୍ପାତ, 25 ମୃତ, 140 ଟ୍ରେନ ବାତିଲ, ସ୍ଲୁଲ-କଲେଜ ଛୁଟି - Telangana Andhra rain

୧୧ ସେପ୍ଟେମ୍ବରରେ କେଉଁ ସ୍ଥାନରେ ହେବ ବର୍ଷା:

୧୧ ତାରିଖରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ଦକ୍ଷୀଣ ଓଡ଼ିଶାର ଅନେକ ସ୍ଥାନରେ ମଧ୍ୟ ବର୍ଷା ହେବ । ପ୍ରବଳ ବର୍ଷା ପାଇଁ ସୁନ୍ଦରଗଡ଼, ଝାରସୁଗୁ଼ଡା, ବରଗଡ଼, ଦେବଗଡ଼, ସମ୍ବଲପୁର, ସୋନପୁର, କେନ୍ଦୁଝର ଓ ବଲାଙ୍ଗୀର ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ୧୨ ତାରିଖରେ ମଧ୍ୟ ଅନେକ ସ୍ଥାନରେ ବର୍ଷା ହେବାକୁ ଥିବା ବେଳେ ୧୩ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ସମୁଦ୍ର ଆସନ୍ତା ଥିବାରୁ ୮ରୁ ୧୧ ଯାଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ପରାଣ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...Rains Havoc: ଆନ୍ଧ୍ରରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ, 10 ମୃତ: ରେଡ୍ ଆଲର୍ଟରେ ତେଲେଙ୍ଗାନାର ବିଭିନ୍ନ ଜିଲ୍ଲା - Andhra Pradesh And Telangana Rains

ନିଅଣ୍ଟିଆ ବର୍ଷା:

ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୮୬୩.୩ ମିମି ବର୍ଷା ରେକର୍ଡ ହୋଇଛି । ଏବେ ବି ୧୨ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ୯୮୪.୯ ମିମି ସ୍ୱାଭାବିକ ବର୍ଷା ରହିବା କଥା । ବର୍ତ୍ତମାନ ସୁଦ୍ଧା ୧ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୧୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ଓ ୧୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ସେପଟେ ଗତ ୨୪ ଘଣ୍ଟାରେ ବୌଦ୍ଧ ଖଇମାଳରେ ସର୍ବାଧିକ ୮୧.୦୦ ବର୍ଷା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.