ETV Bharat / state

ଆଗାମୀ 5 ଦିନ ଲାଗି ରହିବ ବର୍ଷା, ଏହି ଦିନଠୁ ପ୍ରବଳ ଛେଚିବ - Odisha Weather

IMD Odisha Weather Forecast: ରାଜ୍ୟରେ ଜାରି ରହିଛି ବର୍ଷା । ଆହୁରି କିଛି ଦିନ ବର୍ଷା ଲାଗି ରହିବାକୁ ଥିବା ବେଳେ ଏହି ଦିନ ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jul 8, 2024, 5:40 PM IST

IMD Odisha Weather Forecast
IMD Odisha Weather Forecast (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ବର୍ଷା । ଆଗାମୀ ୫ ଦିନ ପର୍ଯ୍ୟନ୍ତ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି କାଲି ଠାରୁ ବର୍ଷାର ପରିମାଣ ସାମାନ୍ୟ କମିବ । ପରେ ପୁଣି ବର୍ଷାର ପରିମାଣ ବଢ଼ିବ । ସେପଟେ ଏବେ ବି ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।

ପାଣିପାଗ ବିଭାଗ ସୂଚନା ଅନୁସାରେ, ଆଗାମୀ ୫ ଦିନ ପର୍ଯ୍ୟନ୍ତ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟ ଧରଣ ବର୍ଷା ଲାଗି ରହିବ । ଏହା ସହ ଆସନ୍ତାକାଲି ୯ ଓ ୧୦ ତାରିଖରେ ରାଜ୍ୟରେ ବର୍ଷା ହେଲେ ମଧ୍ୟ ବର୍ଷାର ପ୍ରଭାବ କମିବା ସମ୍ଭାବନା ରହିଛି । କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେଲେ ମଧ୍ୟ ପ୍ରବଳ ବର୍ଷା ପାଇଁ କୌଣସି ଆଲର୍ଟ ଜାରି କରାଯାଇନାହିଁ । ସେପଟ ୨ ଦିନ ପରେ ଅର୍ଥାତ ୧୧ ତାରିଖ ବେଳକୁ ପୁଣି ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ।

ସେହିପରି ପୁରୀ ଓ ବାରିପଦାରେ ମେଘୁଆ ପାଗ ସହ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଥିବା ବେଳେ ବିଶେଷ କରି ବିଜୁଳି ଓ ଘଡଘଡି ପ୍ରତି ଲୋକମାନଙ୍କୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପରାମର୍ଶ କରିଛି । ଏହାସହ ୩୨ରୁ ୩୪ ପ୍ରତିଶତ ତାପମାତ୍ରା ହୋଇଥିବା ବେଳେ ୭୦ରୁ ୮୦ ପ୍ରତିଶତ ଆର୍ଦ୍ରତା ଥିବାରୁ ଗୁଳୁଗୁଳି ହେବାର ସମ୍ଭାବନା ଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେବେ ଆଜି ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କୋରାପୁଟ, ରାୟଗଡ଼ା, ମାଲକାନଗିରି, କନ୍ଧମାଳ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ବର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...ଡ୍ରେନ ପାଣିରେ ଉବୁଟୁବୁ ରେଶମ ସହର, ଦୁର୍ନୀତି ଗନ୍ଧ ବାରିଲେ ନୂଆ ବିଧାୟକ - MLA K Anil Kumar Reaction

ଅନ୍ୟପଟେ ଜୁନ ୧ ତାରୁଖରୁ ଏଯାବତ ରାଜ୍ୟରେ ୨୧୧.୬ ମିମି ବର୍ଷା ହୋଇଥିବା ବେଳେ ଏବେ ବି ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ବର୍ତ୍ତମାନ ସ୍ୱାଭାବିକ ବର୍ଷା ରହିବା କଥା ୨୮୫.୮ ମିମି । ବାଲେଶ୍ୱରରେ ସର୍ବାଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହେଇଥିବା ବେଳେ ୧୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୧୩ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି । ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ କଟକ ବାଙ୍କୀରେ ୧୭୭.୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ନୂଆପଡାରେ ସର୍ବାଧିକ ତାପମାତ୍ରା ୩୬.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.